Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||
  • ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୨ ବିରୋଧି ଦଳ, ମାଗଣା ଟିକା ସହ ବେରୋଜଗାରୀଙ୍କୁ ଭତ୍ତା ଦେବାକୁ ରଖିଲେ ଦାବି
  • ||
  • ପଶ୍ଚିମ ଓଡିଶାରେ କରୋନା ପରିଚାଳନା ଦାୟିତ୍ୱ ନେବ ଡବ୍ଲ୍ୟୁଓଡିସି, ୧୦ ଜିଲ୍ଲାକୁ ଦେଲା ୨୫ କୋଟି ଟଙ୍କା
  • ||

କଟକର ଖାନନଗରରେ ଖୋଲିଲା ଶୀତବସ୍ତ୍ର ମାର୍କେଟ : ପଡ଼ିଛି ୭୩ଟି ଷ୍ଟଲ୍

11/11/2019 at 3:30 PM

କଟକ ୧୧/୧୧: ଶୀତର ଆରମ୍ଭ ହେବାମାତ୍ରେ ଲୋକମାନ ଶୀତବସ୍ତ୍ର ଖୋଜନ୍ତି। ଲୋକେ ଶୀତବସ୍ତ୍ର ବଜାର ମୁହାଁ ହୋଇଥାନ୍ତି। ପ୍ରତିବର୍ଷ ଭଳି ଏଥର ମଧ୍ୟ କଟକ ଖାନନଗର ବୁରୁଜ ପାର୍କ ନିକଟରେ ଶୀତବସ୍ତ୍ର ବଜାର ଖୋଲିଛି। ଏଥର ୩୨ଟି ତିବ୍ବତୀୟ ପରିବାର ୭୩ଟି ଷ୍ଟଲ ଖୋଲିଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଜାନୁୟାରୀ ୩୦ ତାରିଖ ପାର୍ଯ୍ୟନ୍ତ୍ର ଏହି ବଜାର ଖୋଲାଯିବାକୁ ଅନୁମତି ଦିଆଯାଇଛି।

ଶୀତ ଟିକିଏ ଟିକିଏ ପଡିବା ଆରମ୍ଭ ହେଲାଣି। ଶୀତ ଆରମ୍ଭ ହେବାମାତ୍ରେ କଟକରେ ସ୍ବତନ୍ତ୍ର ଭାବରେ ଶୀତବସ୍ତ୍ର ବଜାର ଖୋଲାଯାଇଛି। ତିବ୍ବତରୁ ଆସି ରାଜ୍ୟର ଗଞ୍ଜାମ ଗଜପତି ପ୍ରଭୃତି ଜିଲ୍ଲାରେ ରହୁଥିବା ବ୍ୟବସାୟୀମାନେ କଟକ ଖାନନନଗର ବୁରୁଜ ପାର୍କ ଠାରେ ୩୨ଟି ଷ୍ଟଲ ଖୋଲିଛନ୍ତି। ଦିଲ୍ଲୀ, ପଞ୍ଜାବ ଓ କାଶ୍ମୀରରୁ ଏମାନେ ଶୀତବସ୍ତ୍ର ଆଣି କଟକରେ ପ୍ରତିବର୍ଷ ବେପାର କରିଥାନ୍ତି। ଗତବର୍ଷ ଭଳି ଏଥର ମଧ୍ୟ ବ୍ୟବସାୟ ଭଲହେବ ବୋଲି ଏହି ବ୍ୟବସାୟୀମାନେ ଆଶା ରଖିଛନ୍ତି।

ଏଥର ଶୀତବଜାରକୁ ବିଭିନ୍ନ ରକମର ଭେରାଇଟି ଆସିଛି। ଲୋକଙ୍କ ଡିମାଣ୍ଡରେ ଜିନ୍ସ ଜ୍ୟାକେଟ୍ ଓ ହୁଡିସ ରହିଛି। ଉଚ୍ଚ କ୍ବାଲିଟି ଜିନିଷ ସାଙ୍ଗକୁ ଫେନ୍ସି ଡିଜାଇନ୍ ମଧ୍ୟ ରହିଛି। ଗ୍ରାହକ ନିଜ ମନପସନ୍ଦ ମୁତାବକ ଜିନିଷ କିଣୁଛନ୍ତି। କିନ୍ତୁ ଏହି ବଜାରରେ ମୂଲଚାଲ ହୁଏନା। ସବୁ ଜିନିଷର ଫିକ୍ସଡ ପ୍ରାଇସ୍।

ଶିତ ବଜାର ପ୍ରାୟ ତିନିମାସ ଖୋଲା ରହିବ। ତେବେ କଟକ ସହରରେ ସ୍ଥାନୀୟ ଲୋକମାନଙ୍କ ଠାରୁ ଯଥେଷ୍ଟ ସହଯୋଗ ମିଳିବା ସହିତ ଆଗ ଭଳିଆ ଆଉ କେହି ସେମାନଙ୍କୁ ହଇରାଣ କରୁନଥିବା ବ୍ୟବସାୟୀ କହିଛନ୍ତି।

   Related Posts