Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

ରାଜ୍ୟରେ ଶୀତ ଉଭାନ, ଫେବ୍ରୁଆରୀ ଅଧାରୁ ବଢିବ ତାତି

12/01/2021 at 7:59 AM

ଭୁବନେଶ୍ୱର,୧୨/୦୧:  ରାଜ୍ୟରେ ଶୀତ ଏକରକମ ଗାଏବ। ଆଗକୁ ଆଉ ହାଡ଼ଭଙ୍ଗା ଶୀତ ସମ୍ଭାବନା ବି ଦିଶୁନାହିଁ। ଏବେ ଦିନ ତାପମାତ୍ରା କମିଲା ଭଳି ଲାଗୁନାହିଁ। ଏମିତିରେ ଏ ବର୍ଷ ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହରୁ ଖରାର ପ୍ରକୋପ ବୃଦ୍ଧି ପାଇବ। ସେତେବେଳକୁ ଭୁବନେଶ୍ୱରରେ ଦିନ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍‌ ଛୁଇଁବା ନେଇ ସମ୍ଭାବନା ରହିଛି। ଚଳିତବର୍ଷ ପାଣିପାଗକୁ ନେଇ ଏଭଳି ପୂର୍ବାନୁମାନ କରିଛନ୍ତି ସୋଆ ଜଳବାୟୁ ଓ ପରିବେଶ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ ।

ଏବେ ରାଜ୍ୟରେ ଦିନ ତାପମାତ୍ରା ବାଧିଲାଣି । ସୋମବାର ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୩୪.୪ ଡିଗ୍ରୀ ସେଲସୟସ୍‌ ଛୁଇଁଛି। ମାଲକାନଗିରି ତାପମାତ୍ରା ୩୪ ଡିଗ୍ରୀ ଥିବାବେଳେ କଟକ, ଅନୁଗୁଳ, ବଲାଙ୍ଗିର, ନୟାଗଡ଼ ବି ୩୩ ଡିଗ୍ରୀ ଟପିଛି। ଭୁବନେଶ୍ୱରରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୪ ଡିଗ୍ରୀ ଅଧିକ ରହୁଥିବାବେଳେ ସମ୍ବଲପୁରରେ ୫ ଡିଗ୍ରୀ ଅଧିକ ଅଛି । ପ୍ରାୟତଃ ଦିନ ତାପମାତ୍ରା ୩୦ ଡିଗ୍ରୀ ଉପରେ ରହୁଛି ।

ପାଣିପାଗ ବିଭାଗର ସୂଚନାନୁସାରେ, ଏବେ ରାତି ତାପମାତ୍ରା ଖସିବ । ଏପରିକି ମଙ୍ଗଳବାରଠୁ ଦୁଇଦିନ ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାରେ ୩-୫ ଡିଗ୍ରୀ କମିପାରେ । ମାତ୍ର ବର୍ତ୍ତମାନ ରାତି ତାପମାତ୍ରା ଏତେ ବଢ଼ିଯାଇଛି ଯେ ୪-୫ ଡିଗ୍ରୀ ଖସିଲେ ମଧ୍ୟ ବିଶେଷ ଥଣ୍ଡା ଅନୁଭୂତ ହେବନି । ଅର୍ଥାତ୍‌ ପାରଦ ଖସିଲେ ବି ସ୍ଥିତି ସ୍ୱାଭାବିକ ରହିବ । ଉପକୂଳରେ ବି ମଙ୍ଗଳବାର ପରେ ରାତି ତାପମାତ୍ରା ୨-୩ ଡିଗ୍ରୀ କମିବ । ଏବେ ଉପକୂଳ ଓଡ଼ିଶାରେ ରାତ୍ରିକାଳିନ ତାପମାତ୍ରା ୧୮-୨୦ ଡିଗ୍ରୀ ରହୁଥିବାବେଳେ ପାରଦ ୨ ଡିଗ୍ରୀ କମିଲେ ୧୫-୧୬ ଡିଗ୍ରୀ ପାଖାପାଖି ରହିବ ।

ଏବେ ଧୀରେଧୀରେ ବଙ୍ଗୋପସାଗରରୁ ଜଳୀୟବାଷ୍ପ ଭରା ପବନ ବହିବା କମୁଛି । ମଙ୍ଗଳବାରକୁ ଆହୁରି କମିଯିବ । ଅନ୍ୟପକ୍ଷରେ ଉତ୍ତର ପଟୁ ଥଣ୍ଡା ପବନ ରାଜ୍ୟକୁ ଆସିବ । ତେଣୁ ରାତି ତାପମାତ୍ରା କମିବ । ମାତ୍ର କମିଲେ ମଧ୍ୟ ପାଗରେ ବଡ଼ ପରିବର୍ତ୍ତନ ହେବନି । ସବୁଠୁ ଅଧିକ ଥଣ୍ଡା ଅନୁଭୂତ ହୋଇପାରେ ଆସନ୍ତା ୧୬ରୁ ୧୮ ତାରିଖ ଭିତରେ । ମାତ୍ର ସେତେବେଳେ ବି ଉପକୂଳ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ୧୪ରୁ ୧୬ ଡିଗ୍ରୀ ମଧ୍ୟରେ ରହିବା ସମ୍ଭାବନା ଅଛି । ଆଭ୍ୟନ୍ତରୀଣ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ମଧ୍ୟ ପ୍ରାୟତଃ ୧୨ ଡିଗ୍ରୀ ପାଖାପାଖି ରହିବ । କିନ୍ତୁ ଆଉ ହାଡ଼ଭଙ୍ଗା ଜାଡ଼ ବା ଶୀତ ଲହରୀ ଅନୁଭୂତ ହେଲା ଭଳି ସ୍ଥିତି ଦେଖାଯାଉନି । ମଝିରେ ସାମାନ୍ୟ ଶୀତ ବଢ଼ିପାରେ ।  ଏବେ ଉତ୍ତର ଭାରତରେ ଏବେ ଶୀତ ଲହରୀ ପ୍ରକୋପ କମିଛି । ତେଣୁ ଆଉ ଶୀତ ଲହରୀ ରାଜ୍ୟକୁ ଫେରିବା ସମ୍ଭାବନା କମ୍‌ । ଅପରପକ୍ଷରେ ବର୍ତ୍ତମାନ ଦିନ ତାପମାତ୍ରା ୩୨ ଡିଗ୍ରୀ ତଳକୁ ଖସିବା ସମ୍ଭାବନା କମ୍‌ ରହିଛି । ତେବେ ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହବେଳକୁ ରାଜ୍ୟରେ ଗରମ ପ୍ରକୋପ ବଢ଼ିଯିବ ବୋଲି ଅନୁମାନ କରାଯାଉଛି ।

   Related Posts