୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା

Published By : Prameya-News7 Bureau | October 25, 2021 IST

ଭୁବନେଶ୍ୱର ୨୫/୧୦: ଆସନ୍ତା ୫ଦିନ ଯାଏ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବନି । ଏବେ ରାଜ୍ୟରେ କମ୍‌ ଶୀତ ଅନୁଭୂତ ହେଉଛି । ଆଗାମୀ କିଛି ଦିନ ଯାଏ ଏଭଳି ସ୍ଥିତି ଲାଗି ରହିବ । ତେବେ ୨୮ରୁ ୩୦ ତାରିଖ ଯାଏ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି ।

୨୮ ତାରିଖରୁ ଉପକୂଳ ଓଡ଼ିଶାରେ ପାଗ ମେଘାଚ୍ଛନ୍ନ ରହିବ। କିଛି ସ୍ଥାନରେ ହାଲୁକା ବର୍ଷା ହେବ । ତେବେ ଦକ୍ଷିଣ ଓଡ଼ିଶାର ରାୟଗଡା, ଗଜପତି, ମାଲକାନଗିରି ଓ କୋରାପୁଟରେ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଡ. ସାହୁ ପୂର୍ବାନୁମାନ କରିଛନ୍ତି । ରବିବାର ଦାରିଙ୍ଗିବାଡିରେ ପାରଦ ୧୨ଡିଗ୍ରୀକୁ ଖସିଥିଲା । ଫୁଲବାଣୀରେ ୧୫.୮, କେନ୍ଦୁଝରରେ ୧୬.୮, ଟିଟିଲାଗଡରେ ୧୭.୮, ସୋନପୁରରେ ୧୭.୪, ଅନୁଗୁଳରେ ୧୮.୬, ଝାରସୁଗୁଡାରେ ୧୮.୬, ଭବାନୀପାଟଣାରେ ୧୮.୮, ହୀରାକୁଦରେ ସର୍ବନିମ୍ନ ତାପମାତ୍ରା ୧୯.୨ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.