ଫେରିଛି ଶୀତ, ଅସ୍ୱାଭାବିକ ଭାବେ ଖସିବ ପାରଦ, ୨ ଦିନ ଏସବୁ ଜିଲ୍ଲାରେ ଘନ କୁହୁଡି

Published By : Prameya-News7 Bureau | January 31, 2021 IST

ଭୁବନେଶ୍ୱର,୩୧/୦୧: ରାଜ୍ୟକୁ ଶୀତ ଫେରିଛି । ଶନିବାର ରାତିରୁ ଆହୁରି ଶୀତ ବୃଦ୍ଧି ପାଇଛି । ଆସନ୍ତା ୨-୩ ଦିନ ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ୪-୫ ଡିଗ୍ରୀ ସେଲସିୟସ୍‌ କମିପାରେ ବୋଲି ଅନୁମାନ କରାଯାଉଛି । ଉପକୂଳ ଓଡ଼ିଶାରେ ୨ରୁ ୩ ଡିଗ୍ରୀ ସେଲସିୟସ୍‌ ହ୍ରାସ ପାଇବା ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ ।

ପାଣିପାଗ ବିଭାଗର କହିବାନୁସାରେ, ରବିବାର ଓ ସୋମବାର ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ଅସ୍ୱାଭାବିକ ଭାବେ କମିଯିବ । ଶୀତ ଲହରୀ ଜାରି ରହିବ। ଅନ୍ୟପକ୍ଷେ ଆସନ୍ତା ଦୁଇଦିନ ରାଜ୍ୟର ଅନେକ ଜାଗାରେ ଘନ କୁହୁଡ଼ି ଦେଖାଯିବାର ସମ୍ଭାବନା ରହିଛି ।

ରବିବାର ସକାଳେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ଜଗତସିଂହପୁର, କଟକ, ଯାଜପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ବୌଦ୍ଧ, ଅନୁଗୁଳ ଓ କନ୍ଧମାଳ ଜିଲ୍ଲାରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ସୋମବାର ସକାଳେ ମଧ୍ୟ ଘନ କୁହୁଡ଼ି ସମ୍ଭାବନା ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.