Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରାର୍ଥୀ ତାଲିକା ଘୋଷଣା କଲେ ମମତା ବାନାର୍ଜୀ : ନନ୍ଦିଗ୍ରାମରୁ ଲଢିବେ ଦିଦି, ମୁସଲିମ ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ
  • ||
  • ଆଠଗଡ : କାଜୁ ବଗିଚାରୁ ଅଜଣା ମହିଳାଙ୍କ ମୃତଦେହ ଠାବ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭଦ୍ରକ : ସେବା ସମବାୟ ସମିତିରେ ଧାନ କିଣାକୁ ନେଇ ବ୍ୟାପକ ଜାଲିଆତି, ଡାଟା ଏଣ୍ଟ୍ରି ଅପରେଟର ଓ ସମ୍ପାଦକ ନିଲମ୍ବିତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୧ କୋଭିଡ୍ ପଜିଟିଭ୍, ୩୩୭୬୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେବଗଡ : ଅଭିଯୋଗକାରିଣୀଙ୍କୁ ଲାଞ୍ଚ ମାଗି ନିଲମ୍ବିତ ହେଲେ ଏଏସଆଇ
  • ||
  • ନୀଳଗିରି : ମହିଳା ସମିତି ସଭ୍ୟାଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ବିଜେଡି ବିଧାୟକ ପ୍ରାର୍ଥୀଙ୍କ ନାଁରେ ମାମଲା ରୁଜୁ
  • ||
  • ବିନିକା : ସହିପାରିଲେନି ବାପଘରୁ ବିଦା ହେବାର ଦୁଃଖ, କାନ୍ଦି କାନ୍ଦି ଚାଲିଗଲା ନବବଧୂଙ୍କ ଜୀବନ
  • ||
  • ଆଠଗଡ : ବାଇକ୍‌କୁ ଧକ୍କା ଦେଲା ‘ନିଶା’ : ଆରୋହୀ ମୃତ, ବସ୍ ଡ୍ରାଇଭର ଫେରାର
  • ||
  • ବଲାଙ୍ଗିର : ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ବେଡ୍‌ସିଟ୍ ଗୁଡାଇ ଛାତ ଉପରୁ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ବାରଙ୍ଗ : ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା : ସିନ୍ ରିକ୍ରିଏସନ୍ କଲା ସିବିଆଇ ଟିମ୍, ବିବନ ବଖାଣିଲା ୨୨ବର୍ଷ ତଳର ଲୋମଟାଙ୍କୁରା ଘଟଣା
  • ||

ଆଜିଠୁ କମିବ ଶୀତ, ୨ ଦିନ ପରେ ପୁଣି ବଢିବ

19/01/2021 at 7:59 AM

ଭୁବନେଶ୍ୱର,୧୯/୦୧: ଧିରେଧିରେ ରାଜ୍ୟରୁ ଚାଲିଯିବ ଶୀତ । ରାତିର ତାପମାତ୍ରା ବୃଦ୍ଧି ପାଇବ । କିନ୍ତୁ ୨ଦିନର ବ୍ୟବଧାନ ପରେ ପୁଣି ଶୀତ ଫେରିବ । ଖସିବ ସର୍ବନିମ୍ନ ତାପମାତ୍ରା । ପାଣିପାଗ ବିଭାଗ ପୂର୍ବରୁ ଏଭଳି ପୂର୍ବାନୁମାନ କରାଯାଇଛି। ରବିବାର ରାତିରୁ ଧୀରେଧୀରେ ରାତି ତାପମାତ୍ରା ବଢ଼ିବା ଆରମ୍ଭ କରିଛି । ସୋମବାର ରାତିରେ ମଧ୍ୟ ସାମାନ୍ୟ ବୃଦ୍ଧି ପାଇଛି ।

ପାଣିପାଗ ବିଭାଗର କହିବାନୁସାରେ, ଆସନ୍ତା ଦୁଇଦିନ ଭିତରେ ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍‌ ବଢ଼ିପାରେ । କିନ୍ତୁ ତା’ ପରବର୍ତ୍ତୀ ୨-୩ ଦିନ ଭିତରେ ସର୍ବନିମ୍ନ ତାପମାତ୍ରା ପୁଣି ୩ରୁ ୪ ଡିଗ୍ରୀ କମିବ ବୋଲି ଅନୁମାନ କରାଯାଉଛି। ଏହାଫଳରେ ଶୀତର ପ୍ରକୋପ ବୃଦ୍ଧି ପାଇବ ।

ଏତତ୍ ବ୍ୟତୀତ,  ଆସନ୍ତା ଦୁଇଦିନ ଯାଏଁ ରାଜ୍ୟରେ ଘନ କୁହୁଡ଼ି ରହିବ । ମଙ୍ଗଳବାର ସକାଳେ ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ, ବୌଦ୍ଧ, କନ୍ଧମାଳ ଏବଂ ନୟାଗଡ଼ରେ ଘନ କୁହୁଡ଼ି ରହିଛି। ଏହାବାଦ୍‌ ଆଉ କେତେକ ଜାଗାରେ ମଧ୍ୟମ ଧରଣର କୁହୁଡ଼ି ରହିଥିବା ଦେଖିବାକୁ ମିଳିଛି । ବୁଧବାର ସକାଳେ ମଧ୍ୟ ଘନ କୁହୁଡ଼ି ଜାରି ରହିବ । କିନ୍ତୁ ଗୁରୁବାର ଓ ଶୁକ୍ରବାର କୁହୁଡ଼ି ପ୍ରଭାବ ସାମାନ୍ୟ ରହିବ ବୋଲି ଅନୁମାନ କରାଯାଉଛି ।

ସୋମବାର ରାଜ୍ୟତମାମ ଦିନ ତାପମାତ୍ରା ୩୦ ଡିଗ୍ରୀ ସେଲସିୟସ୍‌ ତଳେ ରହିଛି । ରବିବାର ରାତିରେ ରାଜ୍ୟର ସବୁ ସ୍ଥାନରେ ପାରଦ ୧୦ ଡିଗ୍ରୀ ଉପରେ ଥିବା ରେକର୍ଡ ହୋଇଛି ।

   Related Posts