ପହିଲି ଶୀତର କଅଁଳ ସ୍ପର୍ଶ , ସୂର୍ଯ୍ୟ କିରଣ ମଖା କାକର ପଖଳା ସୌମ୍ୟ ସକାଳ
18/11/2019 at 6:36 PM

ସୁବର୍ଣ୍ଣପୁର ୧୮।୧୧ – ସୁବର୍ଣ୍ଣପୁରରେ ପହିଲି ଶୀତର ସ୍ପର୍ଶ । ଫୁଲ ପାଖୁଡାରେ କାକାର ବୁନ୍ଦାର ଛିଟା । ଧରିତ୍ରୀର ସୌନ୍ଦର୍ଯ୍ୟ ବଢାଉଛି ଶୀତର ସ୍ପର୍ଶ। ଶୀତର ପହିଲି ସ୍ପର୍ଶରେ ପୁଲକିତ ଗଛଲତା, ମଣିଷ ।

ସୁବର୍ଣ୍ଣପୁରରେ ଶୀତ ଲହରୀ । ଶୀତର ପହିଲି ସ୍ପର୍ଶରେ ପୁଲକିତ ଦେହ ମନ । ସକାଳ ୯ଟା ଯାଏ ଘନ କୁହୁଡିର ଆସ୍ତରଣ ଆଉ ଘାସ ଗାଲିଚାରେ କାକର ଛିଟା ସମସ୍ତଙ୍କୁ ଆନମନା କରୁଛି । ଶୀତକୁ ମନ ଭରି ଉପଭେ।ଗ କରୁଛନ୍ତି ସହରବାସୀ ।

ଶୀତର ପରସକୁ ଅନୁଭବ କରିବାକୁ କିଏ ମଣ୍ଣିଂ ଓ।କରେ ବାହାରୁଛି ତ କିଏ ଖେଳକୁଦରେ ମାତୁଛନ୍ତି । ଶୀତୁଆ ସକାଳରେ ସାଙ୍ଗସାଥିଙ୍କ ସହ ପାର୍କରେ ଶରୀର ଓ ମନକୁ ସୁସ୍ଥ ରଖିବାକୁ କେହି କେହି ଯୋଗ କରୁଛନ୍ତି । ଶୀତର ଅନୁଭବକୁ ଆହୁରି ଆପଣାର କରୁଛି ସାଙ୍ଗ ମେଳରେ ଚାହା ପିଇବାର ଆନନ୍ଦ ।

ବିଳମ୍ବରେ ଆସିଛି ଶୀତ । କିନ୍ତୁ ଆସୁ ଆସୁ ସମସ୍ତଙ୍କ ମନ କିଣି ନେଇଛି । ସୂର୍ଯ୍ୟଙ୍କ ପହିଲି କିରଣରେ କାକର ବୁନ୍ଦା ଧରଣୀରାଣୀର ଶେ।ଭା ବଢାଉଛି । ଶୀତ ସହ ମିତ ବସିବାକୁ ସମେସ୍ତ ଯେମିତି ବ୍ୟାକୁଳ । ଆଉ ସୁନେଲି କାକର ବୁନ୍ଦାକୁ ଦେଖି ଆନମନା କବି ଆଉ ଲେଖକ ।

ସହର ଅପେକ୍ଷା ଗ୍ରାମାଞ୍ଚଳରେ ଅଧିକ ଶୀତ ଅନୁଭୂତ ହେଉଛି । କିନ୍ତୁ ପହିଲି ଶୀତର ସ୍ପର୍ଶକୁ କେହି ହାତ ଛଡା କରିବାକୁ ନାରାଜ ।