କନ୍ଧମାଳରେ ଶୀତର ପହିଲି ସ୍ପର୍ଶ

Published By : Prameya-News7 Bureau | November 14, 2019 IST

କନ୍ଧମାଳ ୧୪।୧୧: ବାତ୍ୟା ବୁଲବୁଲ’ ଯିବା ପରେ ଏବେ କନ୍ଧମାଳକୁ ଶୀତ ଛୁଇଁଛି । ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଏବେ ଘନ କୁହୁଡି ସହ ଥଣ୍ଡା ଅନୁଭୂତ ହେଲାଣି।

{"id":183884,"sizeSlug":"large"}

ଫଳରେ ହାଲକା ହାଲକା ଥଣ୍ଡାର ମଜା ନେବାକୁ ଲୋକେ ବହୁ ସଂଖ୍ୟାରେ ମର୍ଣ୍ଣିଂଓ୍ବାକ୍ କରିବାକୁ ବାହାରୁଛନ୍ତି । ତାସାଙ୍ଗକୁ ଦେଶୀ ଓ ବିଦେଶୀ ପର୍ଯ୍ୟଟକମାନେ ମଧ୍ୟ ଜିଲ୍ଲାକୁ ଆସିବାକୁ ଲାଗିଲେଣି ।  

{"id":183885,"sizeSlug":"large"}

ଘନ କୁହୁଡିର ସଫେଦ ଚାଦର ତଳେ ଘୋଡେଇ ହୋଇ ରହିଛି ଫୁଲବାଣୀ ସହର । ଗତ ୨ଟୁ ୪ଦିନ ହେଲା ହାଲକା ଥଣ୍ଡା ଅନୁଭୂତ ହେବା ସହ ଘନ କୁହୁଡି ମଧ୍ୟ ହେଉଛି ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ।

{"id":183886,"sizeSlug":"large"}

ଏହି ଥଣ୍ଡାକୁ ଚାହିଁ ବସିଥିବା ସହରବାସୀ ଏବେ ସକାଳୁ ସକାଳୁ ଏହାର ମଜା ନେବାଲାଗି କିଏ ଦେହରେ ସ୍ବେଟର ତ ମୁଣ୍ଡରେ ଟୋପି ପିନ୍ଧି ମର୍ଣ୍ଣିଓଓ୍ବାକରେ ବାହାରିଛି ତ ଆଉ କିଏ ନିଜକୁ ଫିଟ୍ ରଖିବାଲାଗି ଏକ୍ସରସାଇଜ ବି କରୁଛି ।

{"id":183887,"sizeSlug":"large"}

ସେହିପରି ସକାଳର ପ୍ରଦୁଷଣମୁକ୍ତ ଜଳବାୟୁ ଶରୀର ପକ୍ଷେ ବେଶ୍ ଉପଯୋଗୀ ହୋଇଥିବାରୁ ବାଲିଗୁଡା ଅଂଚଳରେ ମଧ୍ୟ ଥଣ୍ଡାର ମଜା ନେବାଲାଗି ମର୍ଣ୍ଣିଂଓ୍ବାକରେ ବାହାରୁଛନ୍ତି ଲୋକେ। ଆଉ ଚା' ଦୋକାନରେ ମଧ୍ୟ ଚା' ପିଇବାଲାଗି ଲୋକଙ୍କ ଭିଡ ଜମୁଛି।

{"id":183888,"sizeSlug":"large"}

ଗୁରୁବାର ଫୁଲବାଣୀର ତାପମାତ୍ରା ୧୨.୬ ଡିଗ୍ରୀ ସେଲସିୟସକୁ ଖସିଥିବା ବେଳେ ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ତାପମାତ୍ରା ୧୦ରୁ ୧୧ଡିଗ୍ରୀ ମଧ୍ୟରେ ରହୁଛି। ଫଳରେ ଜିଲ୍ଲାର ପ୍ରାକୃତିକ ମନୋରମ ପରିବେଶ ସାଙ୍ଗକୁ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିବାକୁ ଦେଶୀ ଓ ବିଦେଶୀ ପର୍ଯ୍ୟଟକମାନେ ଧିରେ ଧିରେ ଆସିବା ଆରମ୍ଭ ହେଲାଣି ।

{"id":183889,"sizeSlug":"large"}

ଆଗକୁ ତାପମାତ୍ରା ଆହୁରି ତଳକୁ ଖସିବ ତା'ସାଙ୍ଗକୁ ଥଣ୍ଡାର ପ୍ରକୋପ ମଧ୍ୟ ବଢିବ ବୋଲି ପାଣିପାଗ ବିଶେଷଜ୍ଞ ଆଶିଷ ବେହେରା କହିଛନ୍ତି । 

{"id":183890,"sizeSlug":"large"}

କେବଳ ଫୁଲବାଣୀ କି ଦାରିଙ୍ଗବାଡି ନୁହେଁ ଜିଲ୍ଲାର ବାଲିଗୁଡା, ବେଲଘର, କୋଟଗଡ, ରାଇକିଆ, ଜି.ଉଦୟଗିରି, କଳିଙ୍ଗା ଆଦି ବିଭିନ୍ନ ସ୍ଥାନରେ ଶୀତ ଅନୁଭୂତ ହେଲାଣି ।

{"id":183891,"sizeSlug":"large"}

ଥଣ୍ଡା ସାଙ୍ଗକୁ ପ୍ରାକୃତିକ ମନୋରମ ପରିବେଶର ମଜା ଉଠାଇବା ଲାଗି ଚଳିତବର୍ଷ ଅଧିକରୁ ଅଧିକ ଦେଶୀ ଓ ବିଦେଶୀ ପର୍ଯ୍ୟଟକ ଜିଲ୍ଲାକୁ ଆସିବେ ବୋଲି ଅନୁମାନ କରୁଛି ପର୍ଯ୍ୟଟନ ବିଭାଗ । ତେବେ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ଲାଗି ଜିଲ୍ଲାରେ ଥିବା ପର୍ଯ୍ୟଟନସ୍ଥଳୀ ଗୁଡିକର ପ୍ରଚାର ପ୍ରସାର କରିବା ଜରୁରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.