Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଜାଡ଼ ମାଡ଼ରେ ଅସ୍ତବ୍ୟସ୍ତ, ଓଡିଶାର ଏହି ସ୍ଥାନରେ ଅନୁଭୂତ ହେଉଛି ହାଡଭଙ୍ଗା ଶୀତ – ବଢୁଛି ପର୍ଯ୍ୟଟକଙ୍କ ସଂଖ୍ୟା

16/11/2019 at 5:05 PM

ଲମତାପୁଟ ୧୬।୧୧ – ଜାଡ଼ ମାଡ଼ରେ ଅସ୍ତବ୍ୟସ୍ତ ଲମତାପୁଟ । ୩ଦିନ ଭିତରେ ୧୨କୁ ଖସି ଆସିଛି ପାରଦ । ଥଣ୍ଡାରେ ଲେ।କ ଥରୁଥିବା ବେଳେ ପ୍ରକୃତିର ମଜା ଉଠାଉଛନ୍ତି ପର୍ଯ୍ୟଟକ । ବୁଲାବୁଲିର ସୁଖଦ ଅନୁଭୂତିକୁ ମୋବାଇଲ୍ କ୍ୟାମେରାରେ ତୋଳି  ଧରୁଛନ୍ତି ।

ଜାଡ଼ ହାଡ଼ ଭାଙ୍ଗି ଦେଲାଣି । ଥଣ୍ଡାରେ ଥର ଥର ଲମତାପୁଟ । ୩ ଦିନ ହେଲା ପାରଦ ୧୨ରୁ ୧୫ ଡିଗ୍ରୀ ମଧ୍ୟରେ ରହୁଛି । ଦିନ ୧୦ଟା ଯାଏ ଘନ କୁହୁଡିର ଆସ୍ତରଣ । ଜନଶୂନ୍ୟ ହେ।ଇପଡୁଛି ରାସ୍ତାଘାଟ । ସକାଳୁ ସକାଳୁ ଶୀତ ବସ୍ତ୍ର ପିନ୍ଧି ମର୍ଣ୍ଣିଂ ଓ୍ୱାକର ମଜା ଉଠାଉଛନ୍ତି ଅଞ୍ଚଳବାସୀ । ଆଉ ସଞ୍ଜ ନଇଁଲେ ଯିଏ ଯାହାର ଘରେ । ୮ଟା ବେଳକୁ ବଜାର ବନ୍ଦ । ତେବ ପ୍ରବଳ କୁହୁଡି ଯେ।ଗୁଁ ପଥଚାରୀ କିଛିଟା ଅସୁବିଧାର ସାମ୍ନା କରୁଛନ୍ତି । ଛେ।ଟମଟର ଦୁର୍ଘଟଣା ବି ଘଟୁଛି । ତଥାପି ଶୀତର ପହିଲି ସ୍ପର୍ଶରେ ପୁଲକିତ ସମସ୍ତେ ।

ସେପଟେ ହାଡଭଙ୍ଗା ଶୀତରେ ବି ଲମତାପୁଟକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ପରିବାର ସାଙ୍ଗସାଥୀଙ୍କ ସହ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ଉଠାଉଛନ୍ତି ପର୍ଯ୍ୟଟକ । ଘନ କୁହୁଡି ଭିତରେ ସେଲ୍ଫି ନେଇ ସ୍ମୃତି ସାଉଁଟୁଛନ୍ତି । ମାଛକୁଣ୍ଡ, ଡୁଡୁମା, କେ।ଲବ ଓ ଜଲାପୁଟ ଜଳଭଣ୍ଡାର ପର୍ଯ୍ୟଟକଙ୍କ ମନ ମେ।ହୁଛି ।

ପହିଲି ଶୀତରେ ଥରୁଛି ଲମତାପୁଟ । ତେଣୁ ଆଗକୁ ଅଧିକ ଶୀତ ଅନୂଭୂତ ହେବ ବେ।ଲି ଆଶଙ୍କା କରିଛନ୍ତି ଅଞ୍ଚଳବାସୀ ।

   Related Posts