Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ନୂଆବର୍ଷ ବେଳକୁ କମିବ ଶୀତ ଓ ବଢିବ କୁହୁଡି, ୩୦ରୁ ବୃଦ୍ଧି ପାଇବ ତାପମାତ୍ରା

28/12/2020 at 8:02 AM

ଭୁବନେଶ୍ୱର,୨୮/୧୨: ପ୍ରବଳ ଥଣ୍ଡାରେ ଥରୁଛି ସାରା ଓଡ଼ିଶା । ଆଭ୍ୟନ୍ତରୀଣରୁ ଉପକୂଳ ଓଡ଼ିଶା ପର୍ଯ୍ୟନ୍ତ ଶୀତ ପ୍ରକୋପ ଅସହ୍ୟ ହେଲାଣି । ରାତିରୁ ବଳି ଗଲାଣି ସକାଳର କାଲୁଆ ପାଗ । ସକାଳ ୧୦ଟା ପର୍ଯ୍ୟନ୍ତ ଛାଡ଼ୁନି ଶୀତ।

ପାଣିପାଗ ବିଭାଗର ପୂର୍ବାନୁସାରେ, ଏବେ ଧିରେଧିରେ ରାତି ତାପମାତ୍ରା ବଢ଼ିବ । ୩୦ ତାରିଖରୁ ପାରଦ ଉପରକୁ ଉଠିବ। ଫଳରେ ଥଣ୍ଡା କମିବ । କିନ୍ତୁ କୁହୁଡ଼ି ବଢ଼ିବ । ତେବେ ଦିନର ତାପମାତ୍ରା ଆସନ୍ତା ୧ ତାରିଖ ପୂର୍ବରୁ ବିଶେଷ ପରିବର୍ତ୍ତନ ହେବନାହିଁ ।

ରବିବାର ରାତିରେ ରାଜ୍ୟର ୧୧ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍‌ ତଳେ ରହିଥିଲା । ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୫.୩ ଡିଗ୍ରୀ ସେଲସିୟସ୍‌ ଥିଲା । ସେହିପରି ଦାରିଙ୍ଗବାଡ଼ିରେ ପାରଦ ୭ ଡିଗ୍ରୀ ସେଲସିୟସ୍‌ ଛୁଇଁଥିଲା । ଝାରସୁଗୁଡ଼ାରେ ୮.୨ ଡିଗ୍ରୀ ସେଲସିୟସ୍‌, କୋରାପୁଟ ଓ ସୁନ୍ଦରଗଡ଼ରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ସେଲସିୟସ୍‌ ଲେଖାଏଁ ଥିଲା । ରାଜ୍ୟରେ ସନ୍ଧ୍ୟା ବଢ଼ିବା ସହ ଶୀତ ବଢ଼ୁଥିବାବେଳେ ବେଶି କଷ୍ଟ ଦେଉଛି ସକାଳର କାଲୁଆ ପବନ । ଭୁବନେଶ୍ୱରରେ ସକାଳ ୭ଟା ପର୍ଯ୍ୟନ୍ତ ପାରଦ ୧୨/୧୩ ଡିଗ୍ରୀ ପାଖାପାଖି ରହୁଛି । ସେହିପରି ସକାଳ ୧୦ଟାବେଳେ ତାପମାତ୍ରା ୨୦ ଡିଗ୍ରୀ ପାଖାପାଖି ରହୁଛି । ସାରା ରାଜ୍ୟରେ ଏଭଳି ସ୍ଥିତି ରହିଛି । ତେଣୁ ସକାଳବେଳା ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି । ଦିନର ସର୍ବୋଚ୍ଚ ତାପମାତ୍ରା ପ୍ରାୟତଃ ୨୬ରୁ୨୭ ଡିଗ୍ରୀ ମଧ୍ୟରେ ରହୁଥିବା ଦେଖିବାକୁ ମିଳୁଛି ।

ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ କୁମାର ସାହୁ ପୂର୍ବାନୁମାନ କରିଛନ୍ତି ଯେ, ସୋମବାରଠାରୁ ରାଜ୍ୟରେ ଧୀରେ ଧୀରେ ଥଣ୍ଡା କମିବ । କିନ୍ତୁ ୩୦ରୁ ସର୍ବନିମ୍ନ ତାପମାତ୍ରା ବଢ଼ିବ । ଏବେ ଉତ୍ତର-ପଶ୍ଚିମ ପଟୁ କାଲୁଆ ପବନ ବହୁଥିବାବେଳେ ସୋମବାରଠାରୁ ପବନର ଦିଗ ବଦଳିବ । ସମୁଦ୍ରରୁ ସ୍ଥଳଭାଗ ଆଡ଼କୁ ପବନ ବହିବ । ସେହପରି ବାୟୁମଣ୍ଡଳର ଉପରିଭାଗରେ ଗୁରୁଚାପ ରହିବ । ଯାହାର ପ୍ରଭାବରେ ବାୟୁମଣ୍ଡଳରେ ଜଳୀୟବାଷ୍ପ ରହିବା ସହିତ ଶୀତ କମିଯିବ । ସେହି ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ରହିବ । ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଓ ଏହାର ଉପକୂଳ ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ କୁହୁଡ଼ି ସମ୍ଭାବନା ଅଧିର ରହିଛି । ନୂଆବର୍ଷ ବେଳକୁ ସାରା ରାଜ୍ୟରେ ଶୀତ ପ୍ରକୋପ କମିବ । ଏହା ସହ ରାତି ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍‌ ଉପରେ ରହିବ ।

   Related Posts