ଶୀତର ପହିଲି ସ୍ପର୍ଶରେ ରେ।ମାଞ୍ଚିତ କେ।ରାପୁଟ ଜିଲ୍ଲା : ଦେଖଣାହାରୀଙ୍କୁ ମତୁଆଲା କରୁଛି ପ୍ରାକୃତିକ ସୌନ୍ଦର୍ଯ୍ୟ

Published By : Prameya-News7 Bureau | November 10, 2019 IST

କେ।ରାପୁଟ  ୧୦/୧୧: ଆସୁଛି ଶୀତ । ଶୀତର ପହିଲି ସ୍ପର୍ଶରେ ରେ।ମାଞ୍ଚିତ ହେ।ଇଛି କେ।ରାପୁଟ ଜିଲ୍ଲାର କେ।ଣ ଅନୁକେ।ଣ । ସକାଳର କୁହୁଡି ସାଂଗକୁ ସବୁଜିମା ଭରା ପାହାଡ,ତା ସହ ଅଳସୀ ଫୁଲରେ ସୂର୍ଯ୍ୟଙ୍କ ପହିଲି କିରଣ ଏବେ କୋରାପୁଟର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଛି । ଆଉ ଅଳସୀ ଫୁଲର ମହକକୁ ଉପଭୋଗ କରିବା ସହ ପ୍ରକୃତିର ଏହି ଅପୂର୍ବ ସୌନ୍ଦର୍ଯ୍ୟରେ ହଜି ଯିବାକୁ ଧାଇଁ ଆସୁଛନ୍ତି ପର୍ଯ୍ୟଟକ । 

{"id":181785}

ଶୀତୁଆ ସକାଳରେ କୁହୁଡିର ପତଳା ଚାଦର। ନୀଳ ଆକାଶ ସାଙ୍ଗକୁ ସବୁଜିମାରେ ଭରା ପାହାଡ । ଆଉ ସବୁଜିମାର ଏହି ପାହାଡ ମଝିରେ ଅଳସୀ ଫୁଲର ଅପୂର୍ବ ସମ୍ଭାର । ଯାହାକି କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ କରୁଛି ଅଧିକ ମନଲୋଭା । ଅଳସୀ ଫୁଲରେ ସୂର୍ଯ୍ୟଙ୍କ ପହିଲି କିରଣ ଦେଖେଣାହାରୀଙ୍କୁ ମତୁଆଲା କରୁଛି । ସତେ ଯେମିତି ଅଳସୀ ଫୁଲ ରୁପରେ ପ୍ରକୃତି ରାଣୀ ସୁନାର ଓଢଣୀ ମେଲି ବସିଛି । ଆଉ ପବନର ସ୍ପର୍ଶରେ ଅଳସୀ ଫୁଲ ଚାରି ଆଡି ମହକିତ କରୁଛି । ପ୍ରକୃତିର ଏହି ଅପୂର୍ବ ସୌନ୍ଦର୍ଯ୍ୟ ପ୍ରେମିକ ପ୍ରେମିକାଙ୍କୁ ରୋମାଂଚିତ କରୁଛି । ଆଉ ଅଳସୀ ଫୁଲର ସୌନ୍ଦର୍ଯ୍ୟରେ ବିଭୋର ହେ।ଇ କେ।ରାପୁଟକୁ ଧାଇଁ ଆସୁଛନ୍ତି ପର୍ଯ୍ୟଟକ । କିଏ ଅଳସୀ ଫୁଲ ଖେତରେ ସେଲ୍ପି ନେଇ ସ୍ମୃତି ସାଉଁଟୁଛି ତ ଆଉ କିଏ ଏହାର ମହକକୁ ଉପଭୋଗ କରୁଛି ।

{"id":181786}

କୋରାପୁଟ ହେଉଛି ଓଡିଶାର ଭୂସ୍ବର୍ଗ । କେହି କେହି ଏହାକୁ ଓଡିଶାର କାଶ୍ମୀର ବୋଲି ବି କୁହନ୍ତି । କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟ  ଓ ପରିବେଶ ବର୍ଷ ସାରା ଏଠାକୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। କିନ୍ତୁ ଶୀତ ଦିନ କୋରାପୁଟ ହୋଇଥାଏ ଅଧିକ ସୌନ୍ଦର୍ଯ୍ୟମୟ । ଶୀତ ଋତୁରେ ଅଳସୀ ଫୁଲର ସମ୍ଭାର ଲେଖକ ଓ କବିଙ୍କୁ କରେ ଆନମନା । ମନରେ ଭରିଥାଏ ଉନ୍ମାଦ । କଳାକାର ଟିଏ ପାଇଁ ନୂଆଁ କିଛି ଚିନ୍ତା କରିବାର ବାଟ ଫିଟାଇଥାଏ । ଆଉ ସେଇଥି ପାଇଁ ତ ଏହି ଅଳସୀ ଫୁଲ କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟର ଅନ୍ୟତମ ସ୍ରୋତ ।

{"id":181787}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.