ଆଜିଠାରୁ ବଢିବ ଶୀତ ପ୍ରକୋପ: ୧୫ଡିଗ୍ରୀ ତଳେ ୧୧ଟି ସହରର ତାପମାତ୍ରା, ଦାରିଙ୍ଗବାଡିରେ ଘନ କୁହୁଡି

Published By : Prameya-News7 Bureau | November 08, 2020 IST

ଭୁବନେଶ୍ୱର ୦୮/୧୧ : ଆଜି ରାତିକୁ ସାରା ରାଜ୍ୟରେ ତାପମାତ୍ରା କମିବ। ୨ ଦିନ ଭିତରେ ପାରଦ ୨ରୁ ୩ ଡିଗ୍ରୀ କମିପାରେ ।ଭୁବନେଶ୍ବରର ତାପମାତ୍ରା ୧୭ଡିଗ୍ରୀକୁ ଖସିଯିବ। ସେପଟେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୦ଡିଗ୍ରୀକୁ ଖସି ଆସିଥିବା ବେଳେ ପାରଦ ଆହୁରି ଖସିପାରେ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ତେବେ ଦୀପାବଳି ବେଳକୁ ଶୀତର ପ୍ରକୋପ ନଥିବ।

{"id":358390,"sizeSlug":"large"}

ରାଜ୍ୟରେ ଶୀତ ପ୍ରକୋପ ବଢ଼ିଛି। ସନ୍ଧ୍ୟାରୁ ହାଲୁକା ଥଣ୍ଡା ପବନ ବହିବା ଆରମ୍ଭ ହୋଇଛି। ଆଜି ରାତିରୁ ଶୀତ ପ୍ରକୋପ ଆହୁରି ବଢ଼ିବ। ୨ ଦିନ ଭିତରେ ଉପକୂଳ ଓଡ଼ିଶାରେ ପାରଦ ୨ରୁ ୩ ଡିଗ୍ରୀ କମିପାରେ। ଆଭ୍ୟନ୍ତରୀଣ ଅଞ୍ଚଳରେ ୧-୨ ଡିଗ୍ରୀ ଖସିପାରେ ରାତି ତାପମାତ୍ରା। ୧୭ ଡିଗ୍ରୀକୁ ଖସିପାରେ ରାଜଧାନୀରେ ରାତି ତାପମାତ୍ରା। ସାରା ରାଜ୍ୟରେ ସ୍ବାଭାବିକ ଠାରୁ ୩ରୁ ୫ ଡିଗ୍ରୀ କମ ରହିଛି ସର୍ବନିମ୍ନ ତାପମାତ୍ରା।

{"id":358393,"sizeSlug":"large"}

୧୧ଟି ସହରର ପାରଦ ୧୫ଡିଗ୍ରୀ ତଳେ ରହିଛି। ଫୁଲବାଣୀ ଏବଂ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୧୦.୫ ଡିଗ୍ରୀକୁ ଖସି ଆସିଛି। ଅନୁଗୁଳରେ ୧୧.୦ , କୋରାପୁଟରେ ୧୧.୬, ଭବାନୀପାଟଣାରେ ୧୨.୨, ଝାରସୁଗୁଡାରେ ୧୩.୦, କେନ୍ଦୁଝରରେ ୧୩.୮, ବାରିପଦାରେ ୧୪.୨, ବଲାଙ୍ଗୀରରେ ୧୪.୬, ସମ୍ବଲପୁରରେ ୧୪.୭ , କଟକରେ ୧୬.୮ ଏବଂ ଭୁବନେଶ୍ବରରେ ୧୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

{"id":358391,"sizeSlug":"large"}

ଓଡିଶାର କାଶ୍ମୀର କୁହାଯାଉତିବା ଦାରିଙ୍ଗବାଡି ସକାଳ ସମୟରେ ଘନ କୁହୁଡି ଚାଦର ତଳେ ଘୋଡେଇ ହୋଇ ଯାଉଛି। ଫୁଲବାଣିରେ ବି ବେଶ ଥଣ୍ଡା ପଡିଲାଣି। ଏହି ସମୟରେ ପ୍ରକୃତିର ମଜା ନେଉଛନ୍ତି ସହର ବାସୀ। କନ୍ଧମାଳର ବାଲିଗୁଡ଼ା, ତୁମୁଡ଼ିବନ୍ଧ,କୋଟଗଡ଼, ବେଲଘର, ଜି ଉଦୟଗିରି, ରାଇକିଆ ପାରଦଲଗାତର ଖସିବାରେ ଲାଗିଛି। ଆଗକୁ କିଛି ଦିନ ଏମିତି ଶୀତ ଲହର ଅନୁଭୁତ ହେବ, ଯାହା ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ।

{"id":358392,"sizeSlug":"large"}


୧୧ ତାରିଖ ବେଳକୁ ତାପମାତ୍ରା ସାମାନ୍ୟ ବଢିବା ସହ ଶୀତ ପ୍ରକୋପ କମିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ସମୟରେ ଉକୂଳ, ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲକା ବର୍ଷା ହୋଇପାରେ। ଦୀପାବଳି ବେଳକୁ ଶୀତ କମି ଯାଇଥିବ। ଏହା ପରେ ଉତ୍ତର ଭାରତ ପଟୁ ଆସୁଥିବା ଶୀତ ଲହର ପ୍ରକୋପ ଅନୁଭବ କରିବାକୁ ଆଉ ଏକ ସପ୍ତାହ ଲାଗିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.