ବରଯାତ୍ରୀ ଗାଡି ଦୁଘର୍ଟଣାଗ୍ରସ୍ତ, ୨ ମୃତ, ୩ ଗୁରୁତର

Published By : Prameya-News7 Bureau | February 24, 2019 IST

କଳାହାଣ୍ଡି ୨୪/୨: ବର ଯାତ୍ରୀ  ଗାଡି ଦୁଘର୍ଟଣାଗ୍ରସ୍ତ, ୨ ମୃତ, ୩ ଗୁରୁତର। ମଦନପୁର ରାମପୁର ଥାନା ଆମପଡା ଠାରେ  ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ୱିଙ୍ଗରରେ ଯାଉଥିବା ବରଯାତ୍ରୀଙ୍କୁ ଟ୍ରକ୍ ଧକ୍କା ଦେଇଛି। ଗାଡିରେ ମୋଟ ୭ ଜଣ ଯାତ୍ରୀ ଥିଲେ। ଭବାନୀପାଟଣାରୁ ଭଞ୍ଜନଗର ଯାଉଥିଲେ । ମୃତକ ଦୁଇ ଜଣ ଭବାନୀପାଟଣାର ଗଙ୍ଗା ପ୍ରଧାନ ଓ ଶଶୀ ଆରୁଖ। ଗୁରୁତରଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.