ପାକିସ୍ତାନ ଯୁଦ୍ଧ ସଂଗ୍ରାହଳୟରେ ଭାରତୀୟ ବାୟୁସେନାର ଓ୍ବିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ଷ୍ଟାଚ୍ୟୁ, ପର୍ଯ୍ୟଟକ କରୁଛନ୍ତି ଅଟହାସ୍ୟ, ଏପରି ଲେଖିଲେ ପାକିସ୍ତାନ ସାମ୍ବାଦିକ

Published By : Prameya-News7 Bureau | November 10, 2019 IST

ନୂଆଦିଲ୍ଲୀ୧୦/୧୧: ବାଲାକୋଟ ଉପରେ ସର୍ଜିକାଲ ଷ୍ଟ୍ରାଇକ କରିବା, ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଏବଂ ବିଭିନ୍ନ ସମୟରେ ପାକିସ୍ତାନ ସେନା ଭାରତୀୟ ସେନା ବାହିନୀ ସାମ୍ନାରେ ମୁଣ୍ଡ ନୁଆଁଇବା ଘଟଣା ପାକିସ୍ତାନକୁ ଶକ୍ତ ଝଟକା ଲାଗିଛି। ସେଥିଲାଗି ଭାରତୀୟ ସେନା ଉପରେ ପ୍ରତିଶୋଧ ନେବା ପାଇଁ ପାକିସ୍ତାନ ଗୋଟିଏ ବି ମୌକା ହାତ ଛଡ଼ା କରୁ ନାହିଁ।

କିଛି ମାସ ତଳେ ଭାରତୀୟ ବାୟୁସେନାର ଓ୍ବିଙ୍ଗ କମାଣ୍ତର ଅଭିନନ୍ଦନଙ୍କୁ ନେଇ ପାକିସ୍ତାନ ଏକ ବିଜ୍ଞାପନ କରିଥିଲା।  ପୁଣି ପାକିସ୍ତାନର ଏକ ଘୃଣ୍ୟ କାମ ସାମ୍ନାକୁ ଆସିଛି। ଭାରତୀୟ ବାୟୁସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଅବିକଳ ମୂର୍ତ୍ତି କରି ପାକିସ୍ତାନ ବାୟୁସେନା ଯୁଦ୍ଧ (ଓ୍ବାର) ସଂଗ୍ରାହଳୟରେ ପ୍ରଦର୍ଶନ କରାଯାଉଛି। ସଂଗ୍ରାହଳୟ ଥିବା ଅଭିନନ୍ଦନଙ୍କ ଷ୍ଟାଚ୍ୟୁ ପଛରେ ପାକିସ୍ତାନର ଜଣେ ଯବାନ ଛିଡ଼ା ହୋଇଛି। ସଂଗ୍ରାହଳୟକୁ ଆସୁଥିବା ପର୍ଯ୍ୟଟକମାନେ ଅଭିନନ୍ଦନଙ୍କ ଷ୍ଟାଚ୍ୟୁ ଦେଖି ଅଟହାସ୍ୟ କରୁଛନ୍ତି।

wp:core-embed/twitter {"url":"https://twitter.com/AnwarLodhi/status/1193198322779131905","type":"rich","providerNameSlug":"twitter","className":""}
https://twitter.com/AnwarLodhi/status/1193198322779131905
/wp:core-embed/twitter

ପାକିସ୍ତାନର ଜଣେ ସାମ୍ବାଦିକ ତଥା ରାଜନୈତିକ ସମୀକ୍ଷକ ଅନଓ୍ବାର ଲୋଧି ଏହି ଷ୍ଟାଚ୍ୟୁକୁ ନିଜ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ସେ ପୋଷ୍ଟ ଲେଖିଛନ୍ତି ଯେ ପାକିସ୍ତାନ ବାୟୁସେନା ଅଭିନନ୍ଦନଙ୍କ ଷ୍ଟାଚ୍ୟୁ ସଂଗ୍ରାହଳୟରେ ପ୍ରଦର୍ଶନ ହେଉଛି। ଏହା ଭଲ କଥା। କିନ୍ତୁ ତାଙ୍କ ହାତରେ ଫାଣ୍ଡାଷ୍ଟିକ ଚା କପର ଆବଶ୍ୟକତା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.