Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଆସୁଛି ବଡ ବର୍ଷା : ସନ୍ଧ୍ୟାରେ ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||
  • ମହାନଦୀରେ ଭାସିଗଲେ ହାତୀପଲ : ମୁଣ୍ଡଳି ବ୍ରିଜରେ ଲାଖି ରହିଛି ହାତୀ ଛୁଆ
  • ||

ପାକିସ୍ତାନ କବଜାରେ ଥିବା ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ସ୍ତ୍ରୀଙ୍କ ବିଷୟରେ ଜାଣିଲେ ବି ଗର୍ବ ଅନୁଭବ ହେବ

28/02/2019 at 1:13 PM

ଚେନ୍ନାଇ୨୮|୨: ଭାରତୀୟ ବାୟୁସେନାର ମିଗ ୨୧ ବିମାନ ପାକିସ୍ତାନ ଅଧିକୃତ କାଶ୍ମୀରରେ କ୍ରାସ ହୋଇଥିଲା। ପାକିସ୍ତାନ ଦାବି କରିଥିଲା ଯେ ଭାରତୀୟ ବିମାନରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ଉଡାଉଥିଲେ। ପାକିସ୍ତାନ ସେନା ମୁଖପାତ୍ର ଆଫିସ ଗଫୁର ସୋସିଆଲ ମିଡିଆ ଦ୍ୱାରା ଏକ ଭିଡିଓ ଭାଇରାଲ କରିଥିଲେ। ଭିଡିଓରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ନିଜ ପରିଚୟ ଦେଇଥିଲେ। ନିଜ ନାଁ ସହ ସର୍ଭିସ ନମ୍ୱର ୨୭୯୮୧ ବୋଲି ସେ କହିଛନ୍ତି। ପାକିସ୍ତାନ ସେନା କହିଛନ୍ତି ଯେ ଅଭିନନ୍ଦନଙ୍କୁ ପାକିସ୍ତାନ ସୀମା ମଧ୍ୟରେ ଗିରଫ କରାଯାଇଛି।
ସୂଚନାଯୋଗ୍ୟ ଯେ ଅଭିନନ୍ଦନଙ୍କ ପରିବାର ଚେନ୍ନାଇରେ ରୁହନ୍ତି। ତାଙ୍କ ସ୍ତ୍ରୀ ମଧ୍ୟ ଭାରତୀୟ ବାୟୁସେନାରେ ଥିଲେ। ଅଭିନନ୍ଦନଙ୍କ ସ୍ତ୍ରୀ ତନଭି ମାରୱାହ ଭାରତୀୟ ବାୟୁସେନାରେ ସ୍କ୍ୱାଡ୍ରନ ଲିଡର ଥିଲେ। ଭାରତୀୟ ବାୟୁସେନାରେ ଏହି ପଦ ଅଫିସର ରେଙ୍କର। ସ୍ୱାମୀ ସ୍ତ୍ରୀ ଦୁହେଁ ମିଶି ଦେଶର ସେବା କରୁଥିଲେ। ତନଭି ମଧ୍ୟ ଭାରତୀୟ ବାୟୁ ସେନାର ଜଣେ ସାହାସି ଅଫିସର ବୋଲି କୁହାଯାଏ ।
ସେବା ନିବୃତ୍ତି ପରେ ମଧ୍ୟ ତନଭିଙ୍କ ନାଁ ସମ୍ମାନ ସହ ନିଆଯାଏ। ଆଜି ଯାଏଁ ତାଙ୍କ ସହ କାମ କରୁଥିବା ଅଫିସର ତାଙ୍କ ସାହାସୀକତାର କାହାଣୀ ଶୁଣାନ୍ତି। କେବଳ ତନଭି ନୁହଁ ତାଙ୍କ ସହ ଅଭିନନ୍ଦନଙ୍କର ମଧ୍ୟ ଖୁବ୍‌ ପ୍ରଶଂସା କରନ୍ତି।
ଉଭୟଙ୍କର ବିବାହ ବାର୍ଷକୀ ୨୦ ଜାନୁଆରୀରେ ଥିଲା। ଅଭିନନ୍ଦନ ଓ ତନଭିଙ୍କ ପୁଅ ତଭିସଙ୍କ ଜନ୍ମଦିନ ୧୫ ଜାନୁଆରୀରେ ପାଳନ କରିଥିଲେ। ନିଶ ପାଇଁ ଅଭନ୍ଦନଙ୍କ ସାଙ୍ଗମାନେ ତାଙ୍କୁ ମଜାରେ ବୀରାପ୍ପାନ ବୋଲି ଡାକନ୍ତି।
ଅଭିନନ୍ଦନଙ୍କ ବାପାଙ୍କ ନାଁ ଏସ ବର୍ଧମାନ। ସେ ମଧ୍ୟ ଭାରତୀୟ ବାୟୁ ସେନାରେ ଏୟାର ମାର୍ଶଲ ପଦରେ ଥିଲେ। ୨୦୧୭ ମସିହାର ନିର୍ଦ୍ଦେଶକ ମଣିରତ୍ନମ ନିର୍ମଣ କରିଥିବା ‘‘କତରୁ ବେଲିୟିଦାଇ’’ ଫିଲ୍ମରେ ସେ ପରାମର୍ଶଦାତା ଭାବେ କାମ କରିଥିଲେ। ୧୯୯୯ ମସିହାରେ କାର୍ଗିଲ ଯୁଦ୍ଧରେ ଫସିଥିବା ଜଣେ ପାଇଲଟଙ୍କ କାହାଣୀ ଚଳଚ୍ଚିତ୍ରରେ ଦେଖାଯାଇଛି। ତେବେ ବିଧିର ବିଧାନ ଦେଖନ୍ତୁ ଏବେ ନିଜ ପୁଅ ସହ ମଧ୍ୟ ଠିକ୍‌ ସେହି ଘଟଣା ଘଟିଛି। ରିଲ ଲାଇଫର କାହାଣୀ ରିଅଲ ଲାଇଫରେ ମଧ୍ୟ ଘଟିଛି। ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଭିନେତା କାର୍ଥି ମଧ୍ୟ ଅଭିନନ୍ଦନଙ୍କ ଫେରିବା ପାଇଁ ପ୍ରାର୍ଥନା କରି ଟୁଇଟ୍‌ କରିଛନ୍ତି।

 

   Related Posts