ବାୟୁସେନା ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ମିଳିବ ବୀର ଚକ୍ର ସମ୍ମାନ

Published By : Prameya-News7 Bureau | August 14, 2019 IST

 ନୂଆଦିଲ୍ଲୀ ୧୪/୮: ବାୟୁସେନା ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ବୀର ଚକ୍ର ସମ୍ମାନରେ ସମ୍ମାନିତ କରାଯିବ । ଆସନ୍ତାକାଲି ସ୍ୱାଧୀନତା ଦିବସ ଅବସରରେ  ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ଅଭିନନ୍ଦନ ବାଲାକୋଟ ଷ୍ଟ୍ରାଇକ ପରେ ପାକିସ୍ତାନର ଏଫ-୧୬ ବିମାନକୁ ମାରି ତଳେ ଖସାଇଥିଲେ ।

ଏହାପରେ ତାଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ପାକିସ୍ତାନ ସୀମାରେ ପଡି ଯାଇଥିଲା । ଯାହାଫଳରେ ପାକିସ୍ତାନ ତାଙ୍କୁ ବନ୍ଦୀ କରିଥିଲା । କିନ୍ତୁ ଭାରତର କୂଟନୈତିକ ଚେଷ୍ଟା ଆଗରେ ପାକିସ୍ତାନକୁ ହାର ମାନିବାକୁ ପଡିଥିଲା ଏବଂ ବର୍ତ୍ତମାନ ଫେରି ଆସିଥିଲେ ।

ଏହା ବ୍ୟତୀତ ସ୍କ୍ୱାର୍ଡନ ଲିଡର ମିଂତି ଅଗ୍ରୱାଲଙ୍କୁ ଯୁଦ୍ଧ ସେବା ମେଡାଲ ଦିଆଯିବ । ବାଲାକୋଟରେ ଏୟାରଷ୍ଟ୍ରାଇକ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ବିମାନ ସଙ୍ଘର୍ଷରେ ଯୋଗଦାନ ପାଇଁ ମିଂତିଙ୍କୁ ଏହି ସମ୍ମାନପ୍ରଦାନ କରାଯିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.