Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ପୁଣି ଆକ୍ସନରେ ଅଭିନନ୍ଦନ ବର୍ତ୍ତମାନ, ପଠାନକୋଟ୍ ଏୟାରବେସ୍‌ରୁ ପୁଣି ଥରେ ଉଡାଇଲେ ମିଗ୍-୨୧

2/09/2019 at 1:21 PM

ପଠାନକୋଟ୍ ୨୯: ପୁଣି ଆକ୍ସନରେ ଅଭିନନ୍ଦନ ବର୍ତ୍ତମାନ । ପୁଣି ଥରେ ମିଗ୍-୨୧ରେ ପଠାନକୋଟ୍ ଏୟାରବେସ୍ ରୁ ଉଡାଣ ଭରିଛନ୍ତି ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ । ବାୟୁସେନା ମୁଖ୍ୟ ବି.ଏସ୍. ଧନୋୱାଙ୍କ ସହ ଅଭିନନ୍ଦନ ପୁଣି ଥରେ ଆକାଶରେ ଉଡାଇଛନ୍ତି ମିଗ୍-୨୧ ଯୁଦ୍ଧ ବିମାନ ।

ଫେବୃଆରୀ ୨୭ତାରିଖରେ ଚର୍ଚ୍ଚାକୁ ଆସିଥିଲେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ଏବଂ ତାଙ୍କ ମିଗ୍-୨୧। ଏହି ମିଗ୍-୨୧ ବିମାନରୁ ପାକିସ୍ତାନୀ ବିମାନ ଏଫ୍-୧୬କୁ ଖସାଇ ଦେଇଥିଲେ ଅଭିନନ୍ଦନ । ଭାରତୀୟ ବାୟୁସେନାର ଏହି ୱିଙ୍ଗ୍ କମାଣ୍ଡର ଦେଖାଇଥିଲେ ଅଦମ୍ୟ ସାହସ । ପାକ୍ ମାଟିରେ ଖସିବା ପରେ ତାଙ୍କୁ କାବୁ କରିନେଇଥିଲେ ପାକ୍ ସେନା । ନିଜ କବଜାରେ ରଖି ନିର୍ଯାତନା ଦେଇଥିଲେ । ତେବେ ଭାଙ୍ଗି ପଡିନଥିଲେ ଅଭିନନ୍ଦନ ।

ଏହି ଖବର ଅନ୍ତର୍ଜାତୀୟ ସ୍ତରରେ ଚହଳ ପକାଇ ଦେଇଥିଲା । ଏହାପରେ ଅଭିନନ୍ଦନଙ୍କୁ ନିସର୍ତ୍ତ ମୁକ୍ତ କରିବା ଲାଗି ଭାରତ ପକାଇଥିଲା କୁଟନୈତିକ ଚାପ । ଏହି ଚାପ ଆଗରେ ନଇଁବାକୁ ବାଧ୍ୟ ହୋଇଥିଲା ପାକିସ୍ତାନ । ଶେଷରେ ଅଭିନନ୍ଦନଙ୍କୁ ଛାଡିଥିଲା ପାକିସ୍ତାନ ।

ଏହାପରେ ଅଭିନନ୍ଦନଙ୍କ ଶାରିରୀକ ଏବଂ ମାନସିକ ସ୍ଥିତିର ପରୀକ୍ଷା ହୋଇଥିଲା । ଏବେ ସଂପୂର୍ଣ୍ଣ ଫିଟ୍ ହେବା ପରେ ବାୟୁସେନାରେ ପୁଣିଥରେ ଯୋଗ ଦେଇଛନ୍ତି ଅଭିନନ୍ଦନ ବର୍ତ୍ତମାନ । ଅଭିନନ୍ଦନଙ୍କୁ ନେଇ ପାକିସ୍ତାନ ଯେଉଁଭଳି ଭାବରେ ଅପପ୍ରଚାର କରୁଥିଲା ତାକୁ ମିଳିଯାଇଛି କଡା ଜବାବ । ନୂଆ ରୂପରେ ପୁଣି ଥରେ ଆକାଶରେ ସାହସ ଏବଂ ଅଭିମାନର ଉଦାହରଣ ପ୍ରସ୍ତୁତ କରିଛନ୍ତି ଅଭିନନ୍ଦନ । ବାୟୁସେନା ଯବାନଙ୍କ ଭିତରେ ନୂଆ ଜୋଶ ଭରିଛନ୍ତି ଅଭିନନ୍ଦନ । ଏହାସହ ପାକିସ୍ତାନକୁ ମିଳିଯାଇଛି ଜବାବ ।

   Related Posts