Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୁଣି ଫ୍ଲାଇଙ୍ଗ ଅପରେସନ୍‌କୁ ଫେରିଲେ ଉଇଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ

22/08/2019 at 7:24 PM

ନୂଆଦିଲ୍ଲୀ୨୨|୮: ଫ୍ଲାଇଙ୍ଗ ଅପରେସନ୍‌କୁ ଫେରିଛନ୍ତି ଉଇଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ । ପୁଣି ଉଡାଇଛନ୍ତି ମିଗ୍ -୨୧ । ମେଡିକାଲ ଫିଟନେସ୍‌ ପରୀକ୍ଷା ପରେ ପାଖାପାଖି ୬ ମାସ ପରେ ଲଢୁଆ ବିମାନ ଉଡାଇଛନ୍ତି ଭାରତୀୟ ବାୟୁସେନାର ଉଇଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ । ରାଜସ୍ଥାନରେ ଏବେ ଅଭିନନ୍ଦନ ଵାୟୁସେନାରେ ନିୟୋଜିତ ହୋଇଛନ୍ତି ବୋଲି ବାୟୁସେନାର ଜଣେ ଅଧିକାରୀ କହିଛନ୍ତି ।

ଗତ ଫେବ୍ରୁଆରି ୨୭ରେ ଭାରତୀୟ ସୀମା ମଧ୍ୟକୁ ପଶି ଆସିଥିବା ପାକିସ୍ତାନୀ ଯୁଦ୍ଧ F-16 କୁ ଘଉଡାଇବାକୁ ଉଦ୍ୟମ ବେଳେ ମିଗ୍-୨୧ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଥିବା ଉଇଙ୍ଗ କମାଣ୍ଡର ଅଭିନନ୍ଦନ ଭୁଲ ବସତଃ ପାକିସ୍ତାନ ସୀମା ମଧ୍ୟରେ ଓହ୍ଲାଇ ପଡିଥିଲେ । ଆହତ ଅବସ୍ଥାରେ ପାକିସ୍ତାନ ସେନା ତାଙ୍କୁ ଧରିନେଥିଲା । ତେବେ ୨୪ ଘଣ୍ଟା ମଧ୍ୟରେ ସେ ଭାରତକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଆହତ କାରଣରୁ ତାଙ୍କୁ ଫ୍ଲାଇଙ୍ଗ ଡ୍ୟୁଟିରୁ ହଟାଇ ଦିଆଯାଇଥିଲା।

   Related Posts