Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ପିଲା ଦିନରୁ ମିଶିକି ପଢୁଥିଲେ : ପ୍ରେମିକାକୁ ବିବାହ କରିଛନ୍ତି ଅଭିନନ୍ଦନ

3/03/2019 at 4:35 PM

ଦିଲ୍ଲୀ ୩/୩ : ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ଗତ କିଛି ଦିନ ହେଲା ଚର୍ଚ୍ଚାରେ ଅଛନ୍ତି | ପାକିସ୍ତାନ ସେନା ତାଙ୍କୁ ବନ୍ଦୀ କରି ରଖିବା ପରଠାରୁ ସମଗ୍ର ଦେଶ ତାଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରିଥିଲା | ସେ ସକୁଶଳ ଶତ୍ରୁ ଦେଶରୁ ନିଜ ଦେଶକୁ ଫେରିଛନ୍ତି | ତାଙ୍କୁ ଭାରତର ସିଂହ ବୋଲି କହୁଛନ୍ତି ଦେଶବାସୀ | କିନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ବହୁତ କମ ଲୋକ ଜାଣିଛନ୍ତି |


ଅଭିନନ୍ଦନଙ୍କ ପତ୍ନୀ ବାୟୁସେନାରେ ସ୍କ୍ୱାଡ୍ରନ ଲିଡର ଥିଲେ | ଉଭୟ ପିଲା ଦିନୁ ଘନିଷ୍ଠ ବନ୍ଧୁ ଥିଲେ | ସ୍କୁଲ ଶିକ୍ଷା ସାରିବା ପରେ ଉଭୟ ଅଭିନନ୍ଦନ ଏବଂ ତନ୍ବୀ ମାଇକ୍ରୋବାୟୋଲୋଜି ପଢିଥିଲେ | ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା | ଏହାପରେ ଉଭୟ ପରସ୍ପରକୁ ବିବାହ କରିଥିଲେ | ଅଭିନନ୍ଦନ ଏବଂ ତନ୍ବୀଙ୍କ ୨ ଶିଶୁ |


୧୯୮୩ ମସିହା ଜୁନ ୨୧ ତାରିଖରେ ଜନ୍ମ ହୋଇଥିଲେ ଅଭିନନ୍ଦନ | ଅଭିନନ୍ଦନଙ୍କ ପିତା ସିଂହକୁଟ୍ଟୀ ବର୍ଦ୍ଧମାନ ମଧ୍ୟ ଭାରତୀୟ ବାୟୁସେନାରେ ପାଇଲଟ ଥିଲେ | ସେ ମିଗ-୨୧ ବିମାନ ଉଡାଇଛନ୍ତି | ୫ ବର୍ଷ ପୂର୍ବରୁ ସେ ଅବସର ନେଇଥିଲେ |


ଅଭିନନ୍ଦନଙ୍କ ପିତା କାର୍ଗିଲ ଯୁଦ୍ଧ ସମୟରେ ବାୟୁସେନାର ମୀରାଜ ସ୍କ୍ୱାଡ୍ରନ ର ମୁଖ୍ୟ ଅପରେସନ ଅଫିସର ଥିଲେ | ଅଭିନନ୍ଦନଙ୍କ ଜେଜେବାପା ମଧ୍ୟ ବାୟୁସେନାରେ ଥିଲେ | ଅଭିନନ୍ଦନଙ୍କ ମା’ ଶୋଭା ବର୍ଦ୍ଧମାନ ଜଣେ ଡାକ୍ତର | ସେ ଫ୍ରିରେ ଦୁନିଆର ବହୁତ ଜାଗାରେ ଚିକିତ୍ସା କରୁଥିବା ଜଣେ ସ୍ୱୟଂ ସେବକ |

   Related Posts