Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ମଦ ଟେନସନ୍: ଅନଲାଇନ୍ ବୁକିଂ କିନ୍ତୁ ଅଫଲାଇନ୍‌ରେ ବ୍ଲାକ୍, ଗ୍ରାହକଙ୍କ ମୁଡ୍ ଅଫ୍

26/05/2020 at 6:36 PM

ଭୁବନେଶ୍ୱର, ୨୬|୦୫: ନାଁ ଅନ୍‌ଲାଇନ୍, କିନ୍ତୁ ଅଫ୍ ଲାଇନ୍‌ରେ ହେଉଛି ମଦ କାରବାର । ଲୁଚାଛପାରେ ଡରିମରି ଚାଲିଛି ବେପାର । କିଛି ଘଣ୍ଟା ଭିତରେ ହୋଇଯାଉଛି ଆଉଟ ଅଫ୍ ଷ୍ଟକ୍ । ଯାହାକୁ ନେଇ ଗ୍ରାହକଙ୍କ ମୁଡ୍ ଖରାପ । ମଦ ଟିକକ ପାଇଁ ଏ ଦୋକାନରୁ ସେ ଦୋକାନ ଧାଉଁଛନ୍ତି । ସେପଟେ ଆଜିଠୁ ଟୁଇନ ସିଟିରେ ସ୍ବିଗୀ ଓ ଜମାଟୋରେ ମଦ ଡେଲିଭରୀ ଆରମ୍ଭ ହୋଇଛି ।

ଗଡ଼ବଡ଼ ହେଉଛି ଅନଲାଇନରେ ମଦର ହୋମ୍ ଡେଲିଭରୀ  । ଅନଲାଇନରେ ବୁକ୍ କଲେ ଘରେ ମଦ ପହଞ୍ଚୁନଥିବା ଅଭିଯୋଗ ହୋଇଛି । ଏକଥା ଆମେ କହୁନୁ, କହୁଛନ୍ତି ଅନଲାଇନରେ ମଦ ବୁକ୍ କରିଥିବା ଲୋକେ। ଗ୍ରାହକଙ୍କ ଅଭିଯୋଗ, ବୁକିଂର ଦିନକ ପରେ ବି ମଦ ପହଞ୍ଚିଲାନାହିଁ । ଆଉ କିଛିଙ୍କ ଅଭିଯୋଗ ହେଲା ମଦ ଦୋକାନୀ ଦେଇଥିବା ନମ୍ବରକୁ କଲ୍ କଲେ କିମ୍ବା ମେସେଜ୍ କଲେ ଉତ୍ତର ମିଳୁନି । ସେପଟେ କିନ୍ତୁ କାଉଣ୍ଟରରେ ଗହଳି କମୁନି । କାଉଣ୍ଟରରେ କାହାକୁ ମଦ ଡେଲିଭରି ହେବନି ବୋଲି ନିଷ୍ପତ୍ତି ହୋଇଥିଲେ ବି କିଛି ଦୂରରେ ଦୋକାନୀ ମଦ ଯୋଗାଇ ଦେଉଛନ୍ତି ।

କଟକ ସହରର ବିଭିନ୍ନ ମଦ ଦୋକାନ ଆଗରେ ଗ୍ରାହକଙ୍କ ଭିଡ । ଭିଡ ନିୟନ୍ତ୍ରଣ ଏବଂ ଆଇନଶୃଂଖଳା ରକ୍ଷା ଲାଗି ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । କେତେକ ସ୍ଥାନରେ ତ ଗ୍ରାହକଙ୍କୁ ଘଉଡାଇବାଲାଗି ପୋଲିସକୁ କସରତ କରିବାକୁ ପଡିଥିଲା ।  ଟଙ୍କା ଦେଇ ଲୋକେ କାଉଣ୍ଟରରୁ ମଦ କିଣି ନେଉଛନ୍ତି । ଦୋକାନୀ ହ୍ବାଟ୍‌ସ ଆପ୍‌ ନମ୍ବର ଜାରି କରିଛନ୍ତି, ହେଲେ ଯୋଗାଯୋଗ କଲେ କାଉଣ୍ଟର ନିକଟକୁ ଆସି ନେଇଯିବାକୁ କହୁଛନ୍ତି । କାଉଣ୍ଟରରୁ ନେଲେ ବି ଗ୍ରାହକଙ୍କୁ ଡେଲିଭରୀ ଚାର୍ଜ ଦେବାକୁ ପଡୁଥିବା ଅଭିଯୋଗ ହୋଇଛି । କେବଳ କଟକ କି ଆନନ୍ଦପୁର ନୁହେଁ, ରାଜ୍ୟର ଅଧିକାଂଶ ସ୍ଥାନରେ ଏମିତି ଚିତ୍ର ଦେଖିବାକୁ ମିଳିଛି । ଖୋର୍ଦ୍ଧା ଅବକାରୀ ସୁପରିଟେଣ୍ଡଣ୍ଟ କିନ୍ତୁ କାଉଣ୍ଟରରେ ମଦ ବିକ୍ରି କଥାକୁ ଅସ୍ବୀକାର କରିଛନ୍ତି ।

ଗତକାଲି ସବୁ ମଦ ଦୋକାନ ଆଗରେ ଦୋକାନୀ ଅନଲାଇନ୍ ବୁକିଂ ପାଇଁ ଫୋନ୍ ନମ୍ବର ଏବଂ ହ୍ବାଟସ୍ ଆପ ନମ୍ବର ଲେଖା ପୋଷ୍ଟର ମାରିଥିଲେ । କିନ୍ତୁ ଆଜି ସେସବୁ ଗାୟବ ହୋଇ ଯାଇଛି । କଥା ହେଉଛି ଦିଲ୍ଲୀ, ତାମିଲନାଡୁରେ ଅନଲାଇନ ମଦ ବିକ୍ରି ସ୍ବାଭାବିକ ଭାବେ ଚାଲୁଥିବା ବେଳେ ଓଡ଼ିଶାରେ କାହିଁକି ଗଡ଼ବଡ଼ ହେଉଛି ଏଭଳି ପ୍ରଶ୍ନ ଉଠିଛି।  

   Related Posts