Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ମଦ ପାଇଁ ଡହଳ ବିକଳ: ଅନଲାଇନରେ ବୁକିଂ କଲେ କିନ୍ତୁ ଅଫ୍ ସପ୍ ଆଗରେ ଭିଡ ଜମାଇଲେ, ପୋଲିସ ବନ୍ଦ କଲା ଦୋକାନ

25/05/2020 at 7:31 PM

ଭୁବନେଶ୍ୱର, ୨୫|୦୫:  ଅନଲାଇନରେ ମଦ ବୁକିଂ । କିନ୍ତୁ ଅଫ ସପରେ ଲୋକଙ୍କ ଭିଡ । ଟ୍ବିନ ସିଟିରେ ଲୋକେ ଅନଲାଇନରେ ବୁକିଂ କଲେ କିନ୍ତୁ ହୋମ୍ ଡେଲିଭରି ପାଇଁ ଧୈର୍ଯ୍ୟ ରହିଲାନି । ମଦ ଦୋକାନ ଆଗରେ ଭିଡ ଜମାଇ ବୋତଲ ଧରି ପାର୍ । ପରିସ୍ଥିତି ଅଣାୟତ ହେବାରୁ ପୋଲିସ ପହଞ୍ଚି ଦୋକାନ ସଟର ପକାଇଥିଲା । ସକାଳ ୭ଟାରୁ ଗୋଟାଏ ଯାଏ ବୁକିଂ ଏବଂ ଗୋଟାଏ ପରେ ମଦ ଡେଲିଭରୀ ପାଇଁ ପୋଲିସ ଏବଂ ଏକ୍ସାଇଜ ଅଧିକାରୀଙ୍କ ମଧ୍ୟରେ ହୋଇଥିବା ବୈଠକରେ ନିଷ୍ପତ୍ତି ହୋଇଛି ।  

ନାଲି ପାଣି ପାଇଁ ଲୋକ ବାଉଳା । ନାଁକୁ ମାତ୍ର ଅନଲାଇନ ବୁକିଂ । କିନ୍ତୁ କାଉଣ୍ଟରରେ କ୍ୟାସ୍ ଦେଇ ମଦ ବୁହାଇନେଲେ ଲୋକେ । ସକାଳୁ ସକାଳୁ କାଉଣ୍ଟରରେ ଭିଡ । ଅଧା ସଟର୍ ଖୋଲିଛି । ଲୋକେ ବି ବେଶ୍ ଆରାମରେ ଟଙ୍କା ଦେଇ ମଦ କିଣୁଛନ୍ତି । ଅନଲାଇନରେ ବୁକିଂ ନକରି ଦୋକାନୀଙ୍କ ନମ୍ବରକୁ ଫୋନ କରି ଅର୍ଡର କରୁଥିଲେ । ଆଉ ସେପଟେ ଦୋକାନୀ ମଧ୍ୟ ହୋମ୍ ଡେଲିଭରି ନକରି କାଉଣ୍ଟରରୁ ଗ୍ରାହକଙ୍କୁ ବଢାଇ ଦେଉଥିଲେ ବୋତଲ । ପରିସ୍ଥିତି ଅସମ୍ଭାଳ ହେବାକୁ ଆକ୍ସନକୁ ଆସିଥିଲା ପୋଲିସ । ଦୋକାନ ସଟର ବନ୍ଦ କରିବାକୁ ତାଗିଦ୍ କରିଥିଲା । ଏହାପରେ ଭୁବନେଶ୍ବର ଡିସିପି ଏବଂ ଏକ୍ସସାଇଜ୍ ଅଧିକାରୀଙ୍କୁ ନେଇ ବସିଥିଲା ବୈଠକ । ସକାଳ ୭ରୁ ଦିନ ଗୋଟେ ଯାଏ ଅନଲାଇନ୍ ବୁକିଂ ଏବଂ ଗୋଟେ ପରେ ଡେଲିଭରୀ ଦିଆଯିବା ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।

କଟକରେ ମଧ୍ୟ ସମାନ ଦୃଶ୍ୟ । ହୋମ୍ ଡେଲିଭରି ନୁହେଁ ଅନ ସ୍ପଟ୍ ଡେଲିଭରି ହେଉଥିଲା ମଦ । ଗ୍ରାହକ ଦୋକାନ ବାହାରେ ଠିଆ ହୋଇ ଫୋନ କରି ଅର୍ଡର କରୁଥିଲେ । ଆଉ ଦୋକାନୀ କ୍ୟାସ ନେଇ ସଙ୍ଗେ ସଙ୍ଗେ ଧରାଇ ଦେଉଥିଲେ ବୋତଲ । ଅନଲାଇନରେ ଅର୍ଡର ବୁକିଂ ହୋଇପାରୁନଥିବାରୁ ଲୋକେ ନିଜେ ଆସି ନେଇଯାଉଥିବା କହିଛନ୍ତି । ତେବେ ନୂଆ ବ୍ୟବସ୍ଥାର ଆଜି ପ୍ରଥମ ଦିନ ହୋଇଥିବାରୁ ଏଭଳି ସମସ୍ୟା ହୋଇଥିବା କହିଛି ମଦ ବ୍ୟବସାୟୀ ସଂଘ ।  

ମଦ ଡେଲିଭରି ପାଇଁ ପ୍ରଥମେ ସ୍ବିଗି ଓ ଜମାଟୋକୁ ଅନୁମତି ମିଳିଥିଲା । ପରେ କିନ୍ତୁ ଏହି ନିର୍ଦେଶକୁ ବାତିଲ୍ କରାଗଲା । ଏବେ ମଦ ଦୋକାନୀ ନିଜ କର୍ମଚାରୀଙ୍କ ମାଧ୍ୟମରେ ମଦ ଡେଲିଭରୀ ଦେଉଛନ୍ତି ।

   Related Posts