ରାଜ୍ୟରେ ଆହୁରି ମଦ ଦୋକାନ ଖୋଲିବ – ଏହା ବିରୋଧରେ ରାଜରାସ୍ତାକୁ ଓହ୍ଲାଇବେ ମଦ ବିରୋଧୀ ସଙ୍ଗଠନ

Published By : Prameya-News7 Bureau | November 12, 2019 IST

ଭୁବନେଶ୍ୱର ୧୨।୧୧ - ରାଜ୍ୟରେ ଆହୁରି ମଦ ଦୋକାନ ଖୋଲିବ । କେଉଁଠି ନୂଆ ମଦ ଦୋକାନ ଖୋଲାଯାଇପାରିବ ତାକୁ ନେଇ ସମସ୍ତ ବିବରଣୀ ଦେବାକୁ ଜିଲ୍ଲାପାଳମାନଙ୍କୁ ପ୍ରସ୍ତାବ ମାଗିଛନ୍ତି ସରକାର । ତେବେ ରାଜ୍ୟରେ ମଦ ବନ୍ଦ କରିବାକୁ ଦାବି କରୁଥିବା ସଙ୍ଗଠନ ଓ ବ୍ୟକ୍ତି ବିଶେଷ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି । ଆଉ ସମାଲୋଚନା କରିବାକୁ ମଉକା ପାଇଛନ୍ତି ବିରୋଧୀ ।

{"id":183071}

୨୦୧୯-୨୦ବର୍ଷରେ ରାଜ୍ୟରେ ଆଉ କିଛି ଠିପି ବନ୍ଦ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ପ୍ରପୋଜାଲ୍‌ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି ସରକାର । ଗଲା ୫ତାରିଖରେ ଦିଆଯାଇଥିବା ଚିଠିରେ କେଉଁ ଗାଁ, କେଉଁ ଓ୍ବାର୍ଡ଼, କେଉଁ ମ୍ୟୁନିସିପାଲିଟିରେ ମଦ ଦୋକାନ ଖୋଲି ହେବ ତା‘ର ପ୍ରସ୍ତାବ ଦେବାକୁ କୁହାଯାଇଛି । ପୂର୍ବରୁ ରାଜ୍ୟରେ ୧୧୫୯ଟି ଠିପି ବନ୍ଦ ବିଦେଶୀ ମଦ ଦୋକାନ, ୫୩୨ଟି ଠିପି ଖୋଲା ମଦ ଦୋକାନ, ୯୫ଟି ବିୟର ପାର୍ଲର, ୧୮ଟି କ୍ଲବ ଅନ୍‌ ଦୋକାନ ରହିଥିବା ବେଳେ ପୁଣି ମଦ ଦୋକାନ ଖୋଲିବାକୁ ସରକାରଙ୍କ ଏଭଳି ଯୋଜନାକୁ ସମାଲୋଚନା କରିଛି ମଦମୁକ୍ତ ଓଡ଼ିଶା ସଂଗଠନ । ଗୋଟେ ପଟେ ମହାତ୍ମାଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ପାଳୁଥିବା ସରକାର ସମ୍ବିଧାନର ମୁଖବନ୍ଧରେ ଅହିଂସା ଶବ୍ଦକୁ ଯୋଡ଼ିବାକୁ ଦାବି କରୁଥିବା ବେଳେ ରାଜ୍ୟକୁ ମଦମୁକ୍ତ କରିବା ବଦଳରେ ଅଧିକ ମଦ ଦୋକାନ ଖୋଲିବାକୁ କିଭଳି ଯୋଜନା କରୁଛନ୍ତି ବୋଲି ପ୍ରଶ୍ନ କରିଛି ସଂଗଠନ । ସେପଟେ ଏଭଳି ଗୋଟେ ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରିବାକୁ ମଉକା ପାଇଛନ୍ତି ବିରୋଧୀ ।

{"id":183072}

ପ୍ରତ୍ୟେକ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ମଦ ବିରୋଧରେ ଆନ୍ଦୋଳନ ତେଜ୍‌ ହେଉଥିବା ବେଳେ ସରକାରଙ୍କ ଏଭଳି ନୀତିକୁ ବିରୋଧ ହେବା ସ୍ବାଭାବିକ୍‌ । ତେବେ ଏ ସମ୍ପର୍କରେ ଖୋଦ୍‌ ଅବକାରୀ ମନ୍ତ୍ରୀଙ୍କ କହିବା କଥା ଏବେ ମଦ ଦୋକାନ ଖୋଲିବାକୁ କୌଣସି ପ୍ରସ୍ତାବ ନାହିଁ ।

{"id":183073}

ରାଜସ୍ବ ବଢ଼ାଇବା ଆଳରେ ସରକାର ଯଦି ଅଧିକ ମଦ ଦୋକାନ ଖୋଲିବାକୁ ଯୋଜନା କରୁଛନ୍ତି, ତାହେଲେ ଏଭଳି ପରିସ୍ଥିତିରେ ରାଜ୍ୟରେ ଚାଲିଥିବା ମଦ ବିରୋଧୀ ଆନ୍ଦୋଳନ ଆହୁରି ତେଜିବ । ତେଣୁ ଏଭଳି ଗୋଟେ ପ୍ରସ୍ତାବ ଉପରେ ପୁନର୍ବିଚାର କରିବାର ଆବଶ୍ୟକତାକୁ ଦେଖୁଛନ୍ତି ବୁଦ୍ଧିଜୀବୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.