Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||

ଆଜିଠାରୁ ଏହି ରାଜ୍ୟରେ ଖୋଲିଲା ମଦ ଦୋକାନ, ଜାରି ରହିବ ସାମାଜିକ ଦୂରତା ଓ ସ୍ୱଚ୍ଛତା

13/04/2020 at 5:36 PM

ସିଲଙ୍ଗ ୧୩/୦୪ : ରାଷ୍ଟ୍ରବ୍ୟାପୀ ଲକଡାଉନ ମଧ୍ୟରେ ମେଘାଳୟ ସରକାର ଲୋକଙ୍କ ଦାବିକୁ ଧ୍ୟାନରେ ରଖି ରାଜ୍ୟରେ ସୋମବାର ଠାରୁ ମଦ ଦୋକାନ ଖୋଲିବାକୁ ଅନୁମତି ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି | ରବିବାର ଦିନ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଥିଲେ | ତେବେ ସମସ୍ତ ମଦ ଦୋକାନରେ ଗ୍ରାହକଙ୍କ ମଧ୍ୟରେ ଦୂରତା ବଜାୟ ରଖିବା ନିୟମ କଡାକଡି କରାଯିବ | ଲୋକ ସ୍ୱଚ୍ଛତା ଉପରେ ମଧ୍ୟ ଧ୍ୟାନ ଦିଆଯିବ |

ଅବକାରୀ ଆୟୋଗ ପ୍ରବୀଣ ବକ୍ସି ସମସ୍ତ ଜିଲ୍ଲା ଡେପୁଟି କମିଶନରଙ୍କୁ ଚିଠି ଲେଖି ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି | ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ରାଜ୍ୟ ସରକାର ସକାଳ ୯ଟା ରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ମଦ ଦୋକାନ ଖୋଲିବାକୁ ମଞ୍ଜୁରୀ ଦେଇଛନ୍ତି | ତେବେ ଏହି ସମୟରେ କେନ୍ଦ୍ର ସରକାର ଜାରି କରିଥିବା ସମସ୍ତ ନିୟମ ପାଳନ କରିବାକୁ ନିର୍ଦେଶ ଦିଆଯାଇଛି | ଲକଡାଉନ ଯୋଗୁଁ ରାଜ୍ୟରେ ସମସ୍ତ ମଦ ଡାକ ମାର୍ଚ୍ଚ ୨୫ ତାରିଖ ବନ୍ଦ ରହିଛି |

ଦୋକାନ ସୋମବାର ଠାରୁ ପ୍ରତିଦିନ ୭ଜହଂତା ଖୋଲା ରହିବ | ଅବକାରୀ ବିଭାଗର ଅତିରିକ୍ତ କମିଶନର ଏସ.କେ.ମେଘିଙ୍କ ପାଖକୁ ଲେଖାଯାଇଥିବା ଚିଠିରେ ଲେଖାଯାଇଛି ଯେ, ରାଜ୍ୟ ସରକାର ଏପ୍ରିଲ ୧୩ ତାରିଖରୁ ରାଜ୍ୟର ସମସ୍ତ ମଦ ଦୋକାନ ଖୋଲିବାକୁ ମଞ୍ଜୁରୀ ଦେଇଛନ୍ତି | ସେ ସମସ୍ତ ସମ୍ଭାବ୍ୟ ବିଭାଗ ଦ୍ୱାରା ଜାରି କରାଯାଇଥିବା ବିଭିନ୍ନ ଦିଗ ପ୍ରତି ଦିଆଯାଇଥିବା ନିର୍ଦେଶର ପାଳନ କରିବେ | ମଦ ଦୋକାନ ସହ ହୋଲସେଲ ଗୋଦାମ, ବଟଲିଂ ପ୍ଲାଣ୍ଟ ମଧ୍ୟ ସୋମବାର ଠାରୁ ଖୋଲିବାକୁ ଅନୁମତି ଦେଇଛନ୍ତି |

   Related Posts