ପାନ ଦୋକାନରେ ବିକ୍ରି କରୁଥିଲେ ବିଦେଶୀ ମଦ, ୨ ଜଣଙ୍କୁ ଗିରଫ କଲା ପୋଲିସ

Published By : Prameya-News7 Bureau | October 09, 2020 IST

ସାନଖେମୁଣ୍ଡି,୦୯|୧୦: ଗଞ୍ଜାମ ଜିଲ୍ଲା  ହିଞ୍ଜିଳି ଥାନା ପୁଲିସ ପକ୍ଷରୁ ମଦ ଧରପଗଡ କରାଯାଇଛି । ପୋଲିସ ପାନ ଦୋକାନରେ ବେଆଇନ ଭାବେ ମଦ ବିକ୍ରି ହେଉଥିବା ସୂଚନା ପାଇ ଚଢଉ କରିଥିଲା । ଏହି ଚଢଉ ବୋଳେ ପୋଲିସ ପାନ ଦୋକାନରୁ ବିପୁଳ ପରିମାଣର ମଦ ଜବତ କରିଛି ।

ସ୍ଥାନୀୟ ପୋଲିସ ରଙ୍ଗଣିପଲ୍ଲୀ ଓ ଶାସନ ଆମ୍ବଗାଁର ୨ ଯୁବକ ନିଜ ପାନ ଦୋକାନରେ ବେଆଇନ ଭାବେ ବିଦେଶୀ ମଦ ବିକ୍ରି କରୁଥିବା ନେଇ ଖବର ପାଇଥିଲା । ଏହାପରେ ପୋଲିସ ସଂପୃକ୍ତ ସ୍ଥାନରେ ଚଢଉ କରିଥିଲା । ଚଢ଼ଉ ସମୟରେ ୨ ଦୋକାନରେ ଗଚ୍ଛିତ ଥିବା ବିଭିନ୍ନ ଵ୍ରାଣ୍ଡର ୧୫ ଲିଟର ବିଦେଶୀ ମଦ ଜବତ କରିଛି ପୋଲିସ । ଏହାସହ ବେଆଇନ ମଦ ବିକ୍ରି କରୁଥିବା ଅଭିଯୋଗରେ ଶାସନ ଆମ୍ବଗାଁର ବାଲ୍ୟ ପରିଡ଼ା ଓ ରଙ୍ଗଣିପଲ୍ଲୀ ଗ୍ରାମର ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ଗିରଫ କରିଛି ।

ଏନେଇ ହିଞ୍ଜିଳି ଥାନାରେ ୩୫୯ ଓ ୩୬୦/୨୦ରେ ୨ଟି ମାମଲା ରୁଜୁ କରାଯାଇଛି । ଗିରଫ ଦ୍ଵୟଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.