Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଖସି ପାରିଲେନି, ଚୋରା ମଦ ଭର୍ତ୍ତି କାର୍‌କୁ କେନାଲ ଭିତରକୁ ପୁରାଇଦେଲେ ଡ୍ରାଇଭର, ୨ ଗିରଫ

13/07/2020 at 11:44 AM

ଭଦ୍ରକ, ୧୩।୦୭: ନୂଆ ନୂଆ ଯୋଜନାରେ ମଦ ଚୋରାଚାଲାଣ କରୁଛନ୍ତି ବ୍ୟବସାୟୀ । ଧରାପଡିବା ଭୟରେ ହାଇଟେକ୍ ଉପାୟ ଅବଲମ୍ବନ ମଧ୍ୟ କରୁଛନ୍ତି । ନୂଆ ଆଇଡ଼ିଆରେ ହେଉଛି ମଦର ଚୋରା ଚାଲାଣ । କାର୍ ଭିତରେ ମଦ ଭର୍ତ୍ତି କରି ଚୋରା ଚାଲାଣ କରୁଛନ୍ତି ମାଫିଆ । ତେବେ ଭଦ୍ରକ ଜିଲ୍ଲାରେ ଚୋରା ମଦ ଭର୍ତ୍ତି ଏକ କାର୍ ଅବକାରୀ ବିଭାଗକୁ ଦେଖି କେନାଲ୍ ଭିତରେ ପଶିଯାଇଛି ।

 ଧରା ପଡିଯିବା ଭୟରେ ଅବକାରୀ ବିଭାଗକୁ ଦେଖି ମଦ ବୋଝେଇ କାରକୁ ମାଫିଆମାନେ କେନାଲ ଭିତରକୁ ପୁରାଇ ଦେଇଛନ୍ତି। କିନ୍ତୁ ସେମାନେ ବିଭାଗ କବଳରୁ ବର୍ତ୍ତିପାରି ନାହାଁନ୍ତି । ସେମାନଙ୍କଠାରୁ ୩୦୦ ଲିଟର ଦେଶୀ ମଦ ଜବତ ହୋଇଛି । ଏହାସହ ୨ ଜଣଙ୍କୁ ଧରିଛି ଅବକାରୀ ଟିମ୍ ।

ସୂଚନାନୁସାରେ, ଭଦ୍ରକ ଗ୍ରାମଞ୍ଚଳ ଥାନା ଏରଡ଼ା କେନାଲ ଛକ ନିକଟରେ ଏହି ଘଟଣା ଘଟିଛି । ଏକ ସ୍ୱିଫ୍ଟ ଡିଜାୟାର କାରରେ ଚୋରାରେ ଦେଶୀ ମଦ ଯାଉଥିବା ସୂଚନା ପାଇଥିଲା ଭଦ୍ରକ ଅବକାରୀ ବିଭାଗ । ବିଭାଗର ମୋବାଇଲ୍ ଟିମ୍ ସୂଚନା ପାଇବା ପରେ ଗ୍ରାମାଞ୍ଚଳ ଥାନା ଏରଡ଼ା ଛକ ନିକଟରେ ଜଗି ରହିଥିଲେ । କାରକୁ ଅଟକାଇବା ବେଳେ କାର ଚାଳକ ଗାଡିକୁ ବୁଲାଇ ଖସିଯାଉଥିବା ବେଳେ ଏକ ଗଛ ରେ ପିଟି ହୋଇଥିଲା । କାରକୁ ନେଇ ନ ପାରିବାରୁ ନିକଟରେ ଥିବା କେନାଲ ଭିତରକୁ ପୁରାଇଦେଇଥିଲେ ।  ଗାଡିରେ ଥିବା ଦୁଇଜଣ ଦୌଡ଼ି ପଳାଉଥିବା ବେଳେ ଅବକାରୀ କର୍ମଚାରୀ ମାନେ ତାଙ୍କୁ ଗୋଡାଇ ଧରିଥିଲେ । କାର ଭିତରୁ ୩୦୦ ଲିଟର ଦେଶୀ ମଦ ଜବତ ହୋଇଛି । ଗିରଫ ଅଭିଯୁକ୍ତମାନେ ବିଜୟ ମହାରଣା ଓ ଅମିତ ଜେନା ବୋଲି ସୂଚନା ମିଳିଛି ।

   Related Posts