୧୬ପେଟି ଦେଶି ମଦ ସହିତ ବ୍ୟବସାୟୀ ଗିରଫ

Published By : Prameya-News7 Bureau | January 13, 2020 IST

ଭଦ୍ରକ ୧୩/୧: ବାସୁଦେବପୁର ପୋଲିସ ଆଜି ସକାଳେ ପଦ୍ମପୁର ବଜାରରୁ ୧୬ପେଟି ଚୋରା ଦେଶୀ ମଦ ସହିତ  ଏକ ବାଇକ୍ ଓ ଜଣେ ବ୍ୟବସାୟୀକୁ ଗିରଫ କରିଛି।  ଏହି ଯୁବକ  ଭଦ୍ରକ ଗ୍ରାମାଂଚଳ ଥାନା ଅନ୍ତର୍ଗତ ସାବରଂଗ ମାଳିଅରୁଅ ଗ୍ରାମର ରଙ୍କନିଧି ରାଉତଙ୍କ ପୁଅ ଭର୍ତ୍ତୁହରି ରାଉତ୍ ବୋଲି ଜଣାପଡିଛି।

{"id":210487,"sizeSlug":"large"}

ଥାନା ଅଧିକାରୀଣି ମଧୁମିତା ମହାନ୍ତି ଖବର ପାଇ ପଦ୍ମପୁର ଛକରେ ଛପିରହି ଉକ୍ତ ମଦ ବ୍ୟବସାୟୀକୁ ଅଟକ କରି ଥାନାକୁ ଆଣିଥିଲେ। ଏଠାରେ ଉକ୍ତ ୧୬ ପେଟି ମଦ ଓ ଗୋଟିଏ ବ୍ୟବହୃତ ମଦକୁ ଜବତ କରିବା ସହିତ ଚୋରା ମଦ ବ୍ୟବସାୟୀ ଭର୍ତ୍ତୁହରିକୁ କୋର୍ଟଚାଲାଣ କରାଯାଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି। 

{"id":210488,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.