ବିପୁଳ ପରିମାଣର ଦେଶୀ ମଦ ଜବତ, ୪ ମହିଳା ଗିରଫ

Published By : Prameya-News7 Bureau | October 02, 2020 IST

ପାଟଣା, ୦୨ ।୧୦:  କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ଦିନ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣର ଦେଶୀ ମଦ ଜବତ ହୋଇଛି । ଏହି ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇଛି ।

ପାଟଣା ଅବକାରୀ ଅଧୀକ୍ଷକ ଦିଲ୍ଲୀପ କୁମାର ତାଣ୍ଡିଙ୍କ ନେତୃତ୍ୱରେ ତୁରୁମୁଙ୍ଗା ଥାନା ଓ  ଘଟଗାଁ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା । ଏହି ଚଢାଉ ବେଳେ ବିପୁଳ ଦେଶୀ ମହୁଲି ମଦ ସହିତ ମଦ ପ୍ରସ୍ତୁତି ସାମଗ୍ରୀ ଜବତ ହୋଇଛି । ଏହାସହ  ୪ଜଣ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ଗିରଫ  ୪ଜଣ ମହିଳା ହେଲେ କେନ୍ଦେଇପଶି ଗ୍ରାମର ଉର୍ମିଳା ବେହେରା ,ଗମ୍ଭାରୀଆ ଗ୍ରାମର ତୁଳସୀ ମୁଣ୍ଡା,ପୁରଣାପାଣି ଗ୍ରାମର ବାସନ୍ତୀ ମାଝୀ ଓ ନୂଆପଡା ଗ୍ରାମର ରାଇମଣି ମାଝୀ। ଏମାନଙ୍କ ପାଖରୁ ମଦ ପ୍ରସ୍ତୁତ ପାଇଁ ଥିବା  ୧୪୦୦ କିଲୋଗ୍ରାମ ମହୁଲ ପୋଚ୍  ସହ ୭୫ଲିଟର ଦେଶୀ ମହୁଲି  ଜବତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.