ମଦ ମହଙ୍ଗା, କିନ୍ତୁ ସରାବି ନଛୋଡବନ୍ଧା: ମହାନଗରୀରେ ମଦ କାଉଣ୍ଟରରେ ଲମ୍ବା ଲାଇନ୍, ଓଡିଶାରେ ଏଯାଏଁ ଦୋକାନ ଖୋଲିନି

Published By : Prameya-News7 Bureau | May 05, 2020 IST

ନୂଆଦିଲ୍ଲୀ, ୦୫|୦୫ :  ଲକ୍‌ଡାଉନ ଥ୍ରୀ ପଏଣ୍ଟ ଜିରୋର ଡେ ଟୁରେ ମହଙ୍ଗା ହେଲା ମଦ । ଡେ ଓ୍ବାନ୍‌ରେ ମଦ ଦୋକାନ ଆଗରେ ଲୋକଙ୍କ ଅସମ୍ଭାଳ ଭିଡ଼କୁ ଦେଖିବା ପରେ ଡେ ଟୁ ବେଳକୁ ମଦ ଉପରେ ୭୦ପ୍ରତିଶତ ଟ୍ୟାକ୍ସ କଷିଛନ୍ତି । ଅବଶ୍ୟ ଏହାକୁ କରୋନା ଫି’ର ଆଖ୍ୟା ଦିଆଯାଇଛି । ସେପଟେ ଦିଲ୍ଲୀ ଧାରାରେ ଆନ୍ଧ୍ରପ୍ରଦେଶରେ ମଧ୍ୟ ୭୫ ପ୍ରତିଶତ ମହଙ୍ଗା ହୋଇଛି ମଦ । ହେଲେ ଓଡ଼ିଶାରେ ଲକଡାଉନ୍‌ ଥ୍ରୀ ଜିରୋରେ ମଦ ଦୋକାନ ଖୋଲିବ କି ନାହିଁ ସେ ନେଇ ଅବକାରୀ ବିଭାଗ ଏପର୍ଯ୍ୟନ୍ତ କୌଣସି ନିଷ୍ପତି ନେଇନି । ଦିନେ ଦୁଇ ଦିନ ଭିତରେ ଏହାକୁ ନେଇ ବିଭାଗ କିଛି ଗୋଟେ ରାସ୍ତା ବାହାର କରିବ ବୋଲି କୁହାଯାଉଛି ।

{"id":265208,"width":687,"height":385,"sizeSlug":"large"}

ଲକଡାଉନ୍‌ ଥ୍ରୀ ଜିରୋର ଡେ ଓ୍ବାନ୍‌ରେ ଦେଶର ରାଜଧାନୀ ଦିଲ୍ଲୀର ବିଭିନ୍ନ ସ୍ଥାନରେ ମଦ ଦୋକାନ ଆଗରେ ଅସମ୍ଭାଳ ଭିଡ଼କୁ ଦେଖିବା ପରେ ଡେ-ଟୁ ବେଳକୁ ନାଲି ପାଣି ବାଉଳାଙ୍କୁ ପଙ୍କଜ ଉଦାସଙ୍କ ଏହି ଗୀତ ମନେ ପକାଇଦେଇଛନ୍ତି ଦିଲ୍ଲୀ ସରକାର ।  ମଦ ଉପରେ ୭୦ ପ୍ରତିଶତ ସ୍ପେଶାଲ କରୋନା ଫି ଲଗାଇଛନ୍ତି କେଜ୍ରିଓ୍ବାଲ କ୍ୟାବିନେଟ୍‌ । ପାଖାପାଖି ଡବଲ ରେଟ୍‌ । ମାନେ ଯେଉଁ ମଦ ବୋତଲ ୯ଶହ ଟଙ୍କାରେ ମିଳୁଥିଲା ତାହା ଏବେ ୧୫ଶହ ୩୦ଟଙ୍କାରେ କିଣିବାକୁ ପଡ଼ିବ । ୩ଶହ ୭୦ଟଙ୍କାର ବୋତଲ ପାଇଁ ଏବେ ଗ୍ରାହକଙ୍କୁ ୬ଶହ ୨୯ଟଙ୍କା ଦେବାକୁ ପଡ଼ିବ । ତଥାପି ନାଲିପାଣି ସଉକିଆଙ୍କର ଏଥି ପ୍ରତି ଖାତିର ନାହିଁ । ଏଠି ଲୋକେ ଆଜି ସକାଳ ୬ଟାରୁ ମଦ ପାଇଁ ଏମିତି ଲାଇନ୍‌ ଲଗାଇଥିଲେ । କେହି କେହି ତ ରାତି ୪ଟାରୁ ଆସିଥିଲେ ।  ହେଲେ ସରକାରଙ୍କ ତରଫରୁ ନାଲିପାଣି ଗ୍ରାହକଙ୍କ ପାଇଁ  ଠିକ୍‌ ଭାବେ ବ୍ୟବସ୍ଥା ହୋଇନଥିବାରୁ କିଛି ଲୋକ କ୍ୟାମେରା ଦେଖି ନିଜର ଅସନ୍ତୋଷ ବି ଝାଡ଼ିବାକୁ ପଛାଇନଥିଲେ । କହିଥିଲେ ମଦ କିଣି ସେମାନେ କରୋନା ଲଢ଼େଇ ପାଇଁ ଏତେ ବଡ଼ ଡୋନେସନ ଦେଉଛନ୍ତି, ତଥାପି ସେମାନଙ୍କ ପ୍ରତି କାହିଁକି ଏତେ ବେଫିକର ସରକାର ?

{"id":265210,"width":689,"height":396,"sizeSlug":"large"}

କାଲି ଭଳି ଆଜି ବି ଦିଲ୍ଲୀର ବିଭିନ୍ନ ଅଂଚଳରେ ମଦ ଦୋକାନ ଆଗରେ ଭିଡ଼ ଦେଖିବାକୁ ମିଳିଥିଲେ । ସେପଟେ ଦିଲ୍ଲୀ ଧାରାରେ ଆନ୍ଧ୍ରପ୍ରଦେଶରେ ମଧ୍ୟ ୭୫ ପ୍ରତିଶତ ମହଙ୍ଗା ହୋଇଛି ମଦ । ତଥାପି ୪୦ଦିନ ଧରି ମୁହଁ ଆମ୍ବିଳା କରି ବସିଥିବା ନାଲିପାଣି ସଉକିଆଙ୍କୁ କିଛି ବି ଫରକ ପଡ଼ୁନି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଗଲାକାଲି ଗୋଟିଏ ଦିନରେ ଦେଶରେ ୫ଟି ରାଜ୍ୟରେ ୫୫୪ କୋଟି ଟଙ୍କାର ମଦ ବିକ୍ରି ହୋଇଛି । ଉତ୍ତରପ୍ରଦେଶରେ ୨୨୫କୋଟି, ମହାରାଷ୍ଟ୍ରରେ ୨୦୦କୋଟି, ରାଜସ୍ଥାନରେ ୫୯କୋଟି, କର୍ଣ୍ଣାଟକରେ ୪୫କୋଟି, ଛତିଶଗଡ଼ରେ ୨୫କୋଟି ଟଙ୍କାର ମଦ ବିକ୍ରି ହୋଇଛି । ଏସବୁ ରାଜ୍ୟରେ ଲକ୍‌ଡାଉନ୍‌ ଥ୍ରି ଜିରୋରେ କେନ୍ଦ୍ର ସରକାରଙ୍କ ଅନୁମତି ପରେ ମଦ ଦୋକାନ ଖୋଲିଥିଲେ ମଧ୍ୟ ଓଡ଼ିଶାରେ ଏପର୍ଯ୍ୟନ୍ତ ମଦ କାଉଣ୍ଟରର ସଟର ବନ୍ଦ ରହିଛି । ଅନ୍ୟ ରାଜ୍ୟର ସ୍ଥିତି ଦେଖିବା ପରେ ଓଡ଼ିଶାରେ ମଦ ଦୋକାନ ଖୋଲିବ କି ନାହିଁ, ଆଉ ଯଦି ଖୋଲେ ତାହେଲେ ମଦ ବିକ୍ରିକୁ ନେଇ କ’ଣ ରହିବ ଗାଇଡ୍‌ଲାଇନ୍‌ ସେସବୁକୁ ନେଇ ବିଚାର ବିମର୍ଶ ଚଳାଇଛି ଅବକାରୀ ବିଭାଗ । ଦିନେ ଦୁଇ ଦିନ ଭିତରେ ନିଷ୍ପତି ନିଆଯିବ ବୋଲି କୁହାଯାଇଛି ।

{"id":265211,"width":689,"height":399,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.