କାଲିଠୁ ରାଜଧାନୀରେ ମଧ୍ୟ ଅନଲାଇନରେ ବିକ୍ରି ହେବ ମଦ, ଦିନସାରା ଚାଲିବ ଅର୍ଡର ଓ ଡେଲିଭରୀ

Published By : Prameya-News7 Bureau | May 24, 2020 IST

ଭୁବନେଶ୍ୱର, ୨୪|୦୫:   ଆସନ୍ତାକାଲିଠୁ ରାଜଧାନୀ ଭୁବନେଶ୍ୱରରେ ଅନଲାଇନରେ ବିକ୍ରି ହେବ ମଦ । ମଦର ହୋମ ଡେଲିଭରୀ ହେବ ।ଏହା ପୂର୍ବରୁ କଟକରେ ମଧ୍ୟ ଅନଲାଇନରେ ମଦ ମିଳିବ ବୋଲି ସୂଚନା ମିଳିଥିଲା ।

ସୂଚନାନୁଯାୟୀ, ରାଜ୍ୟ ସରକାର ଶନିବାର ମଦର ହୋମ ଡେଲିଭରୀ ଓ ଅନଲାଇନ୍ ମଦ ବିକ୍ରିକୁ ଅନୁମତି ଦେଇଥିଲେ । ତେବେ ଆଜି କୌଣସି ସ୍ଥାନରେ ଅନଲାଇନରେ ମଦ ବିକ୍ରି ହୋଇପାରି ନଥିଲା ।କାରଣ ବ୍ୟବସାୟୀମାନେ ବିଭିନ୍ନ ଦାବି ନେଇ ଅଡି ବସିଥିଲେ । ତେବେ ଆଲୋଚନା ପରେ ପ୍ରଥମେ କଟକ ମଦ ବ୍ୟବବସାୟୀ ସଙ୍ଘ ଅନଲାଇନ୍ ମଦ ବିକ୍ରି କରିବାକୁ ରାଜି ହୋଇଥିଲା । ଏହାପରେ ଭୁବନେଶ୍ୱରରେ ମଧ୍ୟ ଅଲାଇନରେ ବିଦେଶୀ ମଦ ବିକ୍ରି ହେବ । ଦିନ ସାରା ଅର୍ଡର ଓ ଡେଲିଭରୀ ଚାଲିବ । ସେହିପରି ମଦ କାଉଣ୍ଟରରେ କର୍ମଚାରୀମାନେ ହୋମ ଦେଲିଭରୀ କରିବେ ।

କେବଳ ହ୍ୱାଟସଆପ୍ ମାଧ୍ୟମରେ ଗ୍ରାହକମାନେ ମଦ ଅର୍ଡର କରିପାରିବେ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.