ନିଶା ନେଲା ଜୀବନ, ମଦ ପିଇବାକୁ ସ୍ତ୍ରୀ ପଇସା ନ ଦେବାରୁ ଫାଶୀ ଲଗାଇଦେଲା ସ୍ଵାମୀ

Published By : Prameya-News7 Bureau | January 25, 2019 IST

ସିଂହପୁର  ୨୫/୧-  ମଦ ନେଲା ଜୀବନ । ମଦ ପିଇବାକୁ ସ୍ତ୍ରୀକୁ ମାଗିଲା ଟଂକା । ସ୍ତ୍ରୀ ଟଂକା ନଦେବାରୁ ମାଡ଼ମାରି ନିଜେ ବି ଝୁଲିପଡ଼ିଲା ଫାଶୀରେ ।

ଏଭଳି ଅଭାବନୀୟ ଘଟଣା ଘଟିଛି ସାରନାଥ ସିଂହପୁରରେ । ସ୍ଵାମୀ ମଦ ପିଇ ସ୍ତ୍ରୀକୁ ନିର୍ଧୁମ ପିଟିଥିଲା । ଏହି ପିଟିବା ପଛର କାରଣଥିଲା ଟଂକା । ସ୍ତ୍ରୀ ଟଂକା ନ ଦେବାରୁ  ନିସ୍ତୁକ ମାଡ଼ ମାରି ନିଜେ ମଧ୍ୟ ଫାଶୀ ଦେଇ ଆତ୍ମହତ୍ୟା କରିଥିଲା ।

୫୫ ବର୍ଷ ବୟସ୍କ ଗୁଲ୍ଲୁ ପଟେଲ ନିତିଦିନ ମଦ ପିଇ ଘରକୁ ଫେରୁଥିଲା । ଶୁକ୍ରବାର ରାତିରେ ମଦପିଇ ଆସି ସ୍ତ୍ରୀକୁ ପଇସା ମାଗିଥିଲା । ସ୍ତ୍ରୀ ପଇସା ନ ଦେବାରୁ ନିର୍ଧୁମ ମାଡ଼ ମାରିଥିଲା । ମଦନିଶାରେ ସେ ମଧ୍ୟ ନିଜେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା କଥା ପରିବାର ଲୋକ କହିଛନ୍ତି ।

ଏହି ମାମଲାରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଚେଦ ପାଇଁ ପଠାଇଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.