Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ଆମେ ପଇସାଓ୍ୱାଲା ! ଝିଅ ଓ ନାତୁଣୀଙ୍କ ପାଇଁ ୧୮୦ ସିଟର୍ ପ୍ଲେନ୍ ବୁକ୍ କଲେ ମଦ ସମ୍ରାଟ୍, ୪ଜଣଙ୍କୁ ଭୋପାଳରୁ ଦିଲ୍ଲୀ ଆଣିବାକୁ ଦେଲେ ୩୦ ଲକ୍ଷ ଟଙ୍କା

28/05/2020 at 7:58 PM

ନୂଆଦିଲ୍ଲୀ, ୨୮|୦୫: ଏବେ ପ୍ରବାସୀ ଶ୍ରମିକମାନେ ନିଜ ନିଜ ଘରକୁ ଫେରୁଛନ୍ତି । କିଏ ଚାଲିଚାଲି ତ ଆଉ ପୁଣି କିଏ ଟ୍ରେନ୍, ବସ ଆଦିରେ ଘରକୁ ଫେରୁଛନ୍ତି । ଏପରିକି ସେମାନଙ୍କୁ ଅନେକ ଅସୁବିଧାରେ ସାମ୍ନା କରିବାକୁ ପଡୁଛି । ଏହା ମଧ୍ୟରେ ଜଣେ ବଡ ମଦ ବ୍ୟବସାୟୀ  ମାତ୍ର ୪ଜଣଙ୍କୁ ଭୋପାଳରୁ ଦିଲ୍ଲୀ ଆଣିବା ପାଇଁ ୧୮୦ ସିଟ୍ ବିଶିଷ୍ଟ ବିମାନ ଏ୩୨୦କୁ ବୁକ୍ କରିଛନ୍ତି । ଏପରି ଏକ ଖବର ମଧ୍ୟପ୍ରଦେଶରେ ସାମ୍ନାକୁ ଆସିଛି । ତେବେ ୪ଜଣ ବିମାନ ଯାତ୍ରୀଙ୍କ ମଧ୍ୟରେ ବ୍ୟବସାୟୀଙ୍କ ଝିଅ ଓ ତାଙ୍କର ୨ ଶିଶୁ ଏବଂ ଦେଖାରଖା କରିବା ପାଇଁ ଜଣେ ମହିଳା ରହିଥିଲେ ।

ସୂଚନାନୁସାରେ, ମଧ୍ୟପ୍ରଦେଶର ମଦ ବ୍ୟବସାୟୀ ଜଗଦୀଶ ଆରୋରା ସୋମ୍ ଡେଷ୍ଟିଲରିଜର ମାଲିକ । ତାଙ୍କୁ ଯେତେବେଳେ ଫୋନରେ ଯୋଗାଯୋଗ କରାଯାଇଥିଲା ପ୍ରଥମେ ସେ କୌଣସି ଏୟାରବସ୍ ବୁକ୍ କରିନଥିବା କହିଥିଲେ । ପରେ ସେ ବ୍ୟକ୍ତିଗତ କଥାକୁ କଣ ପାଇଁ ଗୁରୁତ୍ୱ ଦେଉଛନ୍ତି ବୋଲି ପଚାରିଥିଲେ । ଏହି ବିମାନକୁ ଦିଲ୍ଲୀରେ ବୁକ୍ କରାଯାଇଥିଲା । ଏହା ସକାଳ ୯ଟା ୩୦ରେ ଦିଲ୍ଲୀରୁ ବାହାରି ୧୧ଟା ୩୦ରେ ଭୋପାଳରେ ପହଁଚିଥିଲା । ଏହାପରେ ପୁଣି ୧୧ଟା ୩୦ରେ ୪ଜଣ ଯାତ୍ରୀଙ୍କୁ ଧରି ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା ।

ବେସାମରିକ ବିମାନ ଚଳାଚଳ ବିଭାଗର କହିବାନୁସାରେ, ୬ରୁ ୮ ସିଟର୍ ଚାଟାର୍ଡ ବିମାନ ଭଳି ଅନେକ ବିକଳ୍ପ ଉପଲବ୍ଧ ଅଛି । କିନ୍ତୁ ମଦ ବ୍ୟବସାୟୀ ଏୟାରବସ୍ ବାଛିଥିଲେ । ଏ୩୨୦କୁ ବୁକ୍ କଲେ ଏହା ଟରବାଇନ୍ ଇନ୍ଧନ ଉପରେ ନିର୍ଭର କରେ । ଏହାର  ଖର୍ଚ୍ଚ ଘଣ୍ଟା ପ୍ରତି ୫ ଲକ୍ଷରୁ ୬ ଲକ୍ଷ ହୋଇଥାଏ ।

ବିଭାଗର ଜଣେ ଅଧିକାରୀଙ୍କ କହିବାନୁସାରେ, ମଦ ବ୍ୟବସାୟୀ ଜଣଙ୍କ ଭୋପାଳରୁ ଦିଲ୍ଲୀ ଆଣିବା ପାଇଁ ୪ଜଣ ଲୋକଙ୍କ ପାଇଁ ପ୍ରାୟ ୨୫ରୁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ।

   Related Posts