Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ଅନଲାଇନ୍‌ରେ ନୁହେଁ, ରାସ୍ତା କଡ଼ରେ ଚାଲିଛି ବେଧଡ଼କ ମଦ କାରବାର

27/05/2020 at 3:55 PM

ବାଲେଶ୍ବର୨୭/୫: ମଦ ବିକ୍ରି ଲାଗି ସରକାର ନୂଆ ଗାଇଡ୍ ଲାଇନ୍ ପ୍ରଣୟନ କରିଛନ୍ତି। ସରକାରଙ୍କ ଗାଇଡ୍‌ ଅନୁସାରେ ଅନଲାଇନ୍‌ରେ ମଦ ବିକ୍ରି କରିବା ଲାଗି ମଦ ଦୋକାନୀଙ୍କୁ ଅନୁମିତି ଦିଆଯାଇଛି। ହେଲେ ସରକାରଙ୍କ ଗାଇଡ୍‌ ଲାଇନ୍‌ ଫୁ’ କରି ମଦ ବେପାର ଜୋରରେ ଚଳାଇଛନ୍ତି ମଦ ଦୋକାନୀ। ବାଲେଶ୍ବର ସହରରେ ଯେପରି ମଦ ବିକ୍ରି ହେଉଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆଗରେ ତାଲା, ପଛରେ ମେଲା ଅର୍ଥାତ ଦୋକାନ ସାମ୍ନାରେ ତାଲା ପଡ଼ିଛି। ହେଲେ ସାମଜିକ ଦୂରତା ନିୟମକୁ ଉଲଂଘନ କରି ମଦ ଦୋକାନ ପଛରେ ମଦ ବିକ୍ରି ହେଉଥିବା ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ସହରର ଲୋକେ ହାଇଟେକ୍ ଏବଂ ଆଉ ପ୍ରାୟ ସମସ୍ତଙ୍କ ହାତରେ ରହିଛି ଇଣ୍ଟରନେଟ୍ ଥିବା ମୋବାଇଲ ସେଟ୍। ତେବେ ସତରେ କଣ ସେମାନେ ଅନଲାଇନରେ ମଦ ଅର୍ଡର କରୁଛନ୍ତି?  ବାଲେଶ୍ବର ସହରର ସବୁ ମଦ ଦୋକାନର ସଟର ବନ୍ଦ ଆଉ ତାଲା ଝୁଲୁଛି । ଆଉ ଦୋକାନ ବାହାରେ ଲୋକଙ୍କ ଗହଳି ଲାଗିଛି। ହେଲେ ବାହାରେ ମଦ ବିକ୍ରି ଚାଲିଛି। ଗୋଟି ହାତରେ ସିଗାରେଟ, ଆଉ ଅନ୍ୟ ହାତରେ ଟଙ୍କା ବ୍ୟାଗ୍ । ଦୋକାନ ଆଗରେ ମଦ ବିକ୍ରି କରିବାକୁ ବେଳ ନାହିଁ , ଅନଲାଇନରେ ଅର୍ଡର ନେଇ ଲୋକଙ୍କ ଘରେ ପହଞ୍ଚାଇି କିଏ ? ଏକଥା ଆମେ କହୁନୁ , ନିଜେ ମଦ ଦୋକାନର ବିକ୍ରେତା କହୁଛନ୍ତି । ସହରରେ ଯଦି ଏମିତି ହୁଏ , ତାହେଲେ ଗ୍ରାମାଞ୍ଚଳରେ ମଦ କେମିତି ବିକ୍ରି ହେଉଥିବ ଟିକେ ଅନୁମାନ କରନ୍ତୁ।

   Related Posts