Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବର୍ଷା ପାଇଁ ସ୍ୱତନ୍ତ୍ର ହେଲମେଟ : ରହିବନି ବର୍ଷା ପାଣି, ଏଥିରେ ରହିଛି ବିଶେଷ ୱିଣ୍ଡସିଲ୍ଡ ୱାଇପର

ନୂଆଦିଲ୍ଲୀ ୨୧/୬ : ବର୍ଷା ଋତୁରେ ବାଇକ, ସ୍କୁଟିରେ ଯିବା ଆସିବା କରିବା ବହୁତ ଅସୁବିଧା ହୋଇଥାଏ । ହେଲମେଟ୍ ପିନ୍ଧି ଗାଡି ଚଳାଇବା ଦ୍ୱାରା ବର୍ଷା ପାଣି ପଡି ହେଲମେଟ୍ ସଫା ଦେଖା ଯାଇନାହିଁ । ଯାହାଫଳରେ ଦୁର୍ଘଟଣା ଘଟିବାର ପୁରା ସମ୍ଭାବନା ଥାଏ । ଏହିସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ମାର୍କେଟକୁ ଏବେ ଏକ ନୂଆ ଧରଣର ହେଲମେଟ ଆସିଛି । ଏହା ୱାଟର ପ୍ରୁଫ ହେଲମେଟ । ବଜାରକୁ ଆଉ କିଛି ହେଲମେଟ ଆସିଛି ଯେଉଁଥିରେ ୱାପର ଲାଗିଛି । ୱାଇପର ହେଲମେଟ କାଚରେ ପାଣିକୁ ରହିବାକୁ ଦେବନାହିଁ ଏବଂ ହେଲମେଟକୁ ସଫା ରଖିବ । ଆସନ୍ତୁ ଜାଣିବା ଏମିତି କିଛି ହେଲମେଟ୍ ଓ ଡିଭାଇସ ସମ୍ପର୍କରେ :

ସିଲ୍ଡ ୱାଇପର – ଏହା ସିଲ୍ଡ ୱାଇପର ଡିଭାଇସ ଯାହାକୁ ଯେକୌଣସି ହେଲମେଟରେ ଲଗାଯାଇପାରିବ । ଏହି ଡିଭାଇସ ୱାଟର ପ୍ରୁଫ । ଏଥିରେ ଏକ ୱାଇପର ଫିକ୍ସ ହୋଇଥାଏ । ଏହି ୱାଇପରକୁ ରିମୋଟରେ ନିୟନ୍ତ୍ରଣ କରିବାକୁ ପଡିଥାଏ । ଏହି ରିମୋଟ ଘଣ୍ଟା ଭଳି ଡିଜାଇନ ହୋଇଥାଏ > ଯାହାଦ୍ୱାରା ୱାଇପର ସ୍ପିଡ କମ ବେଶୀ କରାଯାଇପାରେ । ୱାଇପର ହେଲମେଟ କାଚରୁ ପାଣି ସଫା କରିଥାଏ, ଯାହାଦ୍ୱାରା ଭିଜିବିଲିଟି ରହେ ଓ ଗାଡି ଚଳାଇବାକୁ ସୁବିଧା ହୋଇଥାଏ । ଏହାର ମୁଲ୍ୟ ପାଖାପାଖି ୮ ହଜାର ଟଙ୍କା ।

ଡ୍ରାଇଭିଙ୍ଗ ଭିଜନ ଫର ରାଇଡ଼ର୍ସ – ଏହା ଏକ ବ୍ଲୁଟୁଥ୍ ଡିଭାଇସ । ଏହି ଡିଭାଇସକୁ ରେନପାଲ୍ କମ୍ପାନୀ ଡିଜାଇନ କରିଛି । ଏହି ଡିଭାଇସକୁ ସ୍ମାର୍ଟ ଫୋନ ସହ ସଂଯୋଗ କରି ଯେକୌଣସି ହେଲମେଟରେ ଲଗାଯାଇପାରିବ । ଡିଭାଇସ ଭିତରେ ବିଲ୍ଟ ଇନ ରିଚାର୍ଜେବଲ ବ୍ୟାଟେରୀ ଥାଏ । ଏଥିରେ ଏକ ପତଳା ୱାଇପର ଥାଏ । ଏହା ହେଲମେଟ କାଚରୁ ପାଣି ସଫା କରିଥାଏ । ଏହାର ମୁଲ୍ୟ ପାଖାପାଖି ୮୩୦୦ ଟଙ୍କା ।

ଫିଙ୍ଗର ହେଲମେଟ ୱାଇପର – ଏହି ଡିଭାଇସକୁ ଆଙ୍ଗୁଠିରେ ପିନ୍ଧିବାକୁ ପଡିଥାଏ । ଏହା ଏକ ଛୋଟ ୱାଇପର ଯାହାଦ୍ୱାରା ହେଲମେଟ କାଚର ପାଣି ସଫା ହୋଇଥାଏ । ଏହି ଡିଭାଇସର ବିଶେଷତ୍ୱ ହେଲା ଏହା ଆଙ୍ଗୁଠିରେ ଫିକ୍ସ ହୋଇରହେ । ହେଲମେଟରୁ ପାଣି ସଫା କରିବା ପାଇଁ ଏହାକୁ ବାରମ୍ବାର ପିନ୍ଧିବା ଦରକାର ପଡିନଥାଏ । ଅନଲାଇନରେ ଏହାର ମୁଲ୍ୟ ପାଖାପାଖି ୯୯ ଟଙ୍କା ।

ୱାଟର ପ୍ରୁଫ୍ ହେଣ୍ଡଫ୍ରି ହେଲମେଟ – ଷ୍ଟିଲବାର୍ଡ କମ୍ପାନୀର ଏହି ହେଲମେଟର ମଡେଲ ନମ୍ବର SBA-1 HF । ଏହା ଦ୍ୱାରା ହେଣ୍ଡଫ୍ରି କଲିଙ୍ଗ କରାଯାଇପାରିବ । ଏହି ହେଲମେଟ ଭିତରେ ୨ଟି ସ୍ପିକର ଓ ମାଇକ ଅଛି । ଏହାର ବିଶେଷତ୍ୱ ହେଲା ଏହା ସ୍ପିକର ଫୋନ । ଏହି ସ୍ପିକର ଫୋନ ବ୍ୟାଟେରୀ ଦ୍ୱାରା ହିଁ ଅପରେଟ ହୋଇଥାଏ । ଏଥିରେ ଯେଉଁ ମାଇକ ଲାଗିଥାଏ ସେ କେବଳ ଚାଳକଙ୍କ ଭଏସ ହିଁ ଚିହ୍ନିପାରିଥାଏ । ଯଦି ଆପଣ ଗାଡି ଚଳାଉଥିବା ବେଳେ ଗୀତ ଶୁଣିଥିବେ ତାହେଲେ ତାହେଲେ ବାହାରର ଶବ୍ଦ ଏବଂ ହର୍ନ ମଧ୍ୟ ଶୁଣାଯିବ । କମ୍ପାନୀ କହିବାନୁଯାୟୀ, ଯଦି ଏହା ୬ଘଣ୍ଟା ମଧ୍ୟ ପାଣିରେ ରହେ ତାହେଲେ ଏହାର ସ୍ପିକର ଓ ମାଇକ ଖରାପ ହେବନାହିଁ । ଏହାର ମୂଲ୍ୟ ୨୫୮୯ ଟଙ୍କା ।

342 Views

   ସମ୍ବନ୍ଧିତ ଖବର