Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ରାଜ୍ୟରେ କୋହଲା ପାଗ ସାଙ୍ଗକୁ ବର୍ଷା, ୧୧ଟି ଜିଲ୍ଲାରେ ୩୦ରୁ ୪୦କି.ମି. ବେଗରେ ବହିପାରେ ପବନ

7/02/2020 at 9:56 AM

ଭୁବନେଶ୍ବର ୭।୨: ଝିପିଝିପି ବର୍ଷାରେ ଭିଜିଲା ରାଜଧାନୀ । ଆଜି ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସକାଳୁ ବର୍ଷା ହୋଇଛି । ବର୍ଷା, ପବନ ହେବା ନେଇ ପୂର୍ବରୁ ପାଣିପାଗ କେନ୍ଦ୍ର ପୂର୍ବରୁ ସତର୍କ କରିଥିଲା ।

ତେବେ ଆଜି ୧୧ଟି ଜିଲ୍ଲାରେ ୩୦ରୁ ୪୦ କି.ମି. ବେଗରେ ପବନ ବହିବା ସହ ସ୍ବଳ୍ପ ବର୍ଷା ଲାଗି ରହିବ । ଖୋର୍ଦ୍ଧା, କଟକ, ପୁରୀ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଭଦ୍ରକରେ ସ୍ବଳ୍ପ ବର୍ଷା ହେବ । ସେହିପରି କେନ୍ଦ୍ରାପଡା, ଜଗତସିଂହପୁର ଓ ନୟାଗଡରେ ମଧ୍ୟ ବର୍ଷା ସମ୍ଭାବନା ରହିଛି ।

ଆସନ୍ତାକାଲି ବି ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ପବନ ଓ ଘଡଘଡି ସହ ବର୍ଷା ହେବ । ୧୦ ତାରିଖ ଯାଏଁ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ ବର୍ଷା ଛାଡିବା ପରେ ୨ରୁ ୩ ଦିନ ଯାଏଁ ଘନ କୁହୁଡି ଦେଖାଦେବ ।

   Related Posts