ଲଞ୍ଚ୍ ହେଲା ଓ୍ୱିଣ୍ଡୋଜ୍-୧୧, ଲାପଟପ୍‌ରେ ଡାଉନଲୋଡ୍ କରିହେବ ଆଣ୍ଡ୍ରୋଏଡ୍ ଆପ୍

Published By : Prameya-News7 Bureau | June 25, 2021 IST

ନୂଆଦିଲ୍ଲୀ, ୨୫/୦୬: ମାଇକ୍ରୋସଫ୍ଟ ଗୁରୁବାର ଏକ ଭର୍ଚୁଆଲ ଇଭେଣ୍ଟରେ ଓ୍ୱିଣ୍ଡୋଜ୍ ୧୧କୁ ବିଧିବଦ୍ଧ ଭାବେ ଲଞ୍ଚ୍ କରିଛି । ନୂଆ ଓ୍ୱିଣ୍ଡୋଜ୍ ଭର୍ସନରେ ଅନେକ କିଛି ପରିବର୍ତ୍ତନ ଦେଖିବାକୁ ମିଳିବ । ଯାହା ୟୁଜରଙ୍କୁ ଅଧିକ ଫାଇଦା ପ୍ରଦାନ କରିବ । ଓ୍ୱିଣ୍ଡୋଜ୍ ୧୧ରେ ଓ୍ୱିଜେଟ୍‌ସ ସହ ନୂଆ ଷ୍ଟାର୍ଟ ମେନୁ ଓ ଟାସ୍କବାର ଦେଖିବାକୁ ମିଳିବ ଯାହା ଡେଭଲପର୍ ଆପ୍ ସହ କାମ କରିବ । ଆସନ୍ତୁ ଜାଣିବା ଓ୍ୱିଣ୍ଡୋଜ୍ ୧୧ ବାବଦରେ ଅନେକ ତଥ୍ୟ ।

ଫ୍ରିରେ ଡାଉନଲୋଡ୍ ହୋଇପାରିବ ଆଣ୍ଡ୍ରୋଏଡ୍ ଆପ୍ସ୍

ମାଇକ୍ରୋସଫ୍ଟ ଓ୍ୱିଣ୍ଡୋଜ୍ ଷ୍ଟୋରରେ ମଧ୍ୟ ପରିବର୍ତ୍ତନ କରିଛି । ଓ୍ୱିଣ୍ଡୋଜ୍ ୧୧ରେ ଆଣ୍ଡ୍ରୋଏଡ୍ ଆପ୍ସ ସପୋର୍ଟ ମିଳିବ । ଏଥିପାଇଁ ଓ୍ୱିଣ୍ଡୋଜ୍ ୧୧ରେ ଆମାଜନ ଆପ୍ ଷ୍ଟୋର୍ ମିଳିବ । ତେବେ ଆପଣଙ୍କୁ ଗୁଗଲ ପ୍ଲେ ଷ୍ଟୋର ମିଳିବ ନାହିଁ । କେବଳ ସୀମିତ ଆପ୍ ହିଁ ଆପଣ ଡାଉନଲୋଡ୍ କରିପାରିବେ ।

ୟୁଜର୍ସ ଫ୍ରିରେ ପାଇପାରିବେ ଓ୍ୱିଣ୍ଡୋଜ୍ ୧୧

ମାଇକ୍ରୋସଫ୍ଟ ଓ୍ୱିଣ୍ଡୋଜ୍ ୧୧କୁ ଚଳିତ ବର୍ଷ ଶେଷ ସୁଦ୍ଧା ନୂଆ କମ୍ପ୍ୟୁଟର୍ ଓ ଅନ୍ୟ ଉପକରଣରେ ଉପଲବ୍ଘ କରାଯିବ । ଓ୍ୱିଣ୍ଡୋଜ୍ ୧୦ ୟୁଜର୍ସ ଏହାକୁ ଫ୍ରିରେ ଅପଗ୍ରେଡ୍ କରିପାରିବେ । ଏଥିପାଇଁ ଆପଣଙ୍କୁ ଲାପଟପ୍ କିମ୍ବା କମ୍ପ୍ୟୁଟରରେ ଅତିକମରେ ୪ ଜିବି ରାମ୍ ଓ ୬୪ ଜିବି ଷ୍ଟୋରେଜ୍ ସ୍ପେସ୍ ରଖିବାକୁ ହେବ । ଏହାସହ ଆଫପଣଙ୍କ ଡିଭାଇସରେ ୬୪-ବିଟ୍ ପ୍ରୋସେସର୍ ରହିବା ଆବଶ୍ୟକ ।

ୟୁଜର ଇଣ୍ଟରଫେସରେ ନୂଆ ଅପଡେଟ୍

ମାଇକ୍ରୋସଫ୍ଟ ଓ୍ୱିଣ୍ଡୋଜ୍ ୧୧ର ନୂଆ ୟୁଜରଙ୍କୁ ଓ୍ୱିଜେଟ୍ସରେ କ୍ୟାଲେଣ୍ଡର, ପାଣିପାଗ ବାବଦରେ ତଥ୍ୟ ମିଳିବ । ଏହାସହ ନୂଆ ନୋଟିଫିକେସନ୍ ବାବଦରେ ମଧ୍ୟ ୟୁଜର ଜାଣିପାରିବେ । ନୂଆ ଓ୍ୱିଣ୍ଡୋକୁ ଆପଣ ପର୍ସନଲାଇଜ୍ କରିପାରିବେ । ଏଥିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର କରାଯାଇଛି ।

ଗେମିଂ ପାଇଁ ନୂଆ ଫିଚର୍ସ

ଓ୍ୱିଣ୍ଡୋଜ ୧୧କୁ ସାଧାରଣତଃ ଗେମିଂ ପାଇଁ ଡିଜାଇନ୍ କରାଯାଇଛି । କମ୍ପାନୀ କହିଛି ଯେ, ଏହା ଆପଣଙ୍କୁ ସିଷ୍ଟମ ବେସଡ୍ ଗେମିଂ ଏକ୍ସପେରିଏନ୍ସ ଦେବ । ଏଥିରେ ଅଟୋ ଏଚଡିଆର ଫିଚର୍ ପ୍ରଦାନ କରାଯାଇଛି । ଯାହା ଗେମିଂର ଲାଇଟକୁ ଅଟୋ ଅପଡେଟ୍ କରିବ । ଫଳରେ ଭିଜିବିଲିଟରେ କୌଣସି ସମସ୍ୟା ଦେଖାଦେବ ନାହିଁ । ଓ୍ୱିଣ୍ଡୋଜ୍ ୧୧ରେ ଏକ୍ସବକ୍ସ୍ ଆପ୍ ଜରିଆରେ ଗେମ୍ ସବସ୍କ୍ରିପସନ୍ ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.