ଟିକେଟ ବାଣ୍ଟିବା ନେଇ ଅଡୁଆରେ ପଡିଛନ୍ତି ତିନିଦଳ: ଜାଣନ୍ତୁ କାହିଁକି

Published By : Prameya-News7 Bureau | March 12, 2019 IST

ଭୁବନେଶ୍ବର୧୨|୩: ଉଇନାବିଲିଟି ଆଧାରରେ ମିଳିବ ଟିକେଟ । ମାନେ ଯେଉଁ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା ବେଶି ସେହି ପ୍ରାର୍ଥୀଙ୍କୁ ମିଳିବ ବିଜେଡି ଟିକେଟ । ଆଜି ଏମିତି କିଛି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

{"id":93036}

ତେବେ ଉଇନାବିଲିଟିର ଆଧାର କଣ ? କେଉଁ ଆଧାରରେ  ଆକଳନ ହେବ ଆଶାୟୀ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା ? ନିର୍ବାଚନ ତାରିଖ ଘୋଷଣା ପରେ ବିଭିନ୍ନ ଦଳରେ ଆଶାୟୀଙ୍କର ଲାଗିଛି ଲମ୍ବା ଲାଇନ । ନବୀନ ନିବାସରେ ବିଜେଡି ଆଶାୟୀଙ୍କ ଭିଡ଼।

{"id":93037}

ସେପଟେ  ଦିଲ୍ଲୀରେ ଡେରା ପକାଇଛନ୍ତି କଂଗ୍ରେସର ଛାମୁଆ ନେତା । ବିଜେପି କିନ୍ତୁ ସବୁକିଛି ଛାଡ଼ିଛି ପାର୍ଲାମେଣ୍ଟାରୀ କମିଟି ହାତରେ । ବିଜେଡି କଥା ଯଦି ଦେଖିବା  ଚଳିତ ନିର୍ବାଚନ ପାଇଁ ବିଜେଡିକୁ ଆସିଛନ୍ତି ସବୁଠୁ ଅଧିକ ନେତା ।

{"id":93038}

ଏପରି କ୍ଷେତ୍ରରେ ପୁରୁଣା ନେତାଙ୍କୁ ଟିକେଟ ଦେବ ବିଜେଡି ନା ନୂଆ ନେତାଙ୍କୁ ଦେବ ସୁଯୋଗ ? ଅନ୍ୟପଟେ ଉଭୟ ବିଧାନସଭା ଓ ଲୋକସଭାରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ଘୋଷଣା କରିଛି  ବିଜେଡି । ତେଣୁ ବିଜୟ ସମ୍ଭାବନା କେଉଁ ଆଧାରରେ ଆକଳନ ହେବ ତାହା ବିଜେଡି ସୁପ୍ରିମୋଙ୍କୁ ହିଁ ଜଣା ।

{"id":93039}

ସେହିପରି ଟିକେଟ ବଣ୍ଟା ମାମଲାରେ ସବୁଠୁ ଆଗରେ ଥିବା କଂଗ୍ରେସ କଥା ଯଦି ଦେଖିବା  ଟିକେଟ ପାଇଁ ଘନଘନ ବୈଠକ କରୁଛି ଦଳ । କେନ୍ଦ୍ରୀୟ ସ୍କ୍ରିନିଙ୍ଗ କମିଟି ଓଡ଼ିଶା ଆସି ବୁଲିଯିବା ପରେ ଦିଲ୍ଲୀରେ ବୈଠକ ହୋଇଛି ।

{"id":93040}

ତେବେ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି ତିନି ଥର ହାରିଥିବା କିମ୍ବା ଅମାନତ ହରାଇଥିବା ନେତାଙ୍କୁ ମିଳିବନି ଟିକେଟ । ତେଣୁ କଂଗ୍ରେସ କାହାକୁ ଟିକେଟ କାହାକୁ ମିଳିବ ଘୋଷଣା ପରେ ହିଁ ଜଣାପଡ଼ିବ ।

{"id":93041}

୧୨୦ ପ୍ଲସ ମିଶନରେ ଥିବା ବିଜେପି କଥା ଯଦି  ଦେଖିବା ଟିକେଟ ମାମଲାରେ ଚୁପ୍‌ ରହିଛି ବିଜେପି । କିନ୍ତୁ ଯେହେତୁ ଦଳ ୧୨୦ ଆଶା ରହିଛି ତେଣୁ ବିଜେପି ମଧ୍ୟ ଉଇନାବିଲିଟି ଫର୍ମୁଲା ଫଲୋ କରିବା ଆଶା ବେଶି । ରଣନୀତି ଯାହା ହେଉନା କାହିଁକି ଏଥର ନିର୍ବାଚନରେ ୧୦୦% ସମ୍ଭାବନା ବିନା କାହାକୁ ଟିକେଟ ଦେବନି ଦଳ । କାରଣ ଏଥର ରାଜ୍ୟରେ ହେବ ତ୍ରୀମୁଖି ଲଢ଼େଇ।

{"id":93042}

ରଣନୀତି ଭୁଲ ହେଲେ ପ୍ରତିପକ୍ଷ ଚେକ ଦେବା ହିଁ ସାର ହେବ । ତେବେ ଯେଉଁ ଦଳ ଯାହା ଅଙ୍କକଷୁ ନା କାହିଁକି ନିର୍ବାଚନ ଫଳାଫଳ ହିଁ କହିବ କାହା ଅଙ୍କ ଠିକ୍‌ ଆଉ କାହା ଅଙ୍କ ଭୁଲ୍‌…

{"id":93043}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.