ସ୍ପାମ୍‌ ମେଲ୍‌ରୁ ହେଲେ କୋଟିପତି, ଜିତିଲେ ୨୨କୋଟିର ଲଟେରି

Published By : Prameya-News7 Bureau | January 26, 2022 IST

ନୂଆଦିଲ୍ଲୀ ୨୬/୦୧; ଆପଣ ସ୍ପାମ୍‌ ମେଲ୍‌କୁ ଅଣଦେଖା କରୁଛନ୍ତି କି । ଏ ବିଷୟରେ ପୁଣି ଥରେ ଚିନ୍ତା କରନ୍ତୁ। କାରଣ ଏହି ସ୍ପାମ୍‌ ମେଲ୍‌ ପାଇଁ ଜଣେ ମହିଳା ୨୨ କୋଟିରୁ ଅଧିକ ଟଙ୍କାର ଲଟେରି ଜିତିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ମହିଳାଙ୍କ କ୍ଷେତ୍ରରେ ଏମିତି କିଛି ଘଟିଛି।

ମହିଳାଙ୍କ ନାଁ ଲୋରା ସ୍ପିୟର୍ଶ। ୫୫ ବର୍ଷୀୟ ଲୋରା ୨୦୨୧ ମସିହା ୩୧ ଡିସେମ୍ବର ଦିନେ ଏକ ମେଗା ମିଲିୟନ୍‌ ଲଟେରି କିଣିଥିଲେ। ସେଥିରେ ଲଟେରି ଜିତିବା ପାଇଁ ହ୍ବାଇଟ୍‌ ବଲ୍ସ ମ୍ୟାଚ୍‌ କରିବାକୁ ଲେଖାଯାଇଥିଲା। ଏହାପରେ ଲୋରା ୦୨-୦୫-୩୦-୪୬-୬୧କୁ ମ୍ୟାଚ୍‌ କରିଥିଲେ।

ଏହାର କିଛି ଦିନ ପରେ ଲୋରା ସ୍ପାମ୍‌ ମେଲ୍‌ ଦେଖୁ ଦେଖୁ ତାଙ୍କ ନଜର ଲଟେରି ସମ୍ପର୍କିତ ଏକ ସ୍ପାମ୍‌ ମେଲ ଉପରେ ପଡିଲା। ଏହି ମେଲ୍‌ରେ ସେ ଲଟେରି ଜିତିଥିବା  ନେଇ ଲେଖାଯାଇଥିଲା। ଲୋରା ଏହାକୁ ବିଶ୍ବାସ କରିପାରିଲେ ନାହିଁ। ଲଟେରି କାର୍ଯ୍ୟାଳୟକୁ ଯାଇ ସେ ଏହାର ଯାଞ୍ଚ କଲେ। ସେଠାରେ ଲୋରା ୨୨କୋଟିରୁ ଅଧିକ ଟଙ୍କାର ଲଟେରି ଜିତିଥିବା ନେଇ କୁହାଗଲା।

wp:embed {"url":"https://www.youtube.com/watch?v=Akk5g3yA0WA","type":"video","providerNameSlug":"youtube","responsive":true,"className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=Akk5g3yA0WA
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.