Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଓ୍ବିମ୍ବଲଡନ୍‌ ୨୦୨୧: ରୋଜର ଫେଡରରଙ୍କ ୧୨୫୦ ତମ ବିଜୟ, ୧୮ ଥର ଚତୁର୍ଥ ରାଉଣ୍ଡରେ କଲେ ପ୍ରବେଶ

4/07/2021 at 4:59 PM

ଲଣ୍ଡନ ୪/୦୭:  ୨୦ ଗ୍ରାଣ୍ଡସ୍ଲାମ୍‌ ଜିତିଥିବା ଟେନିସ୍‌ ଖେଳର ବାଦଶାହ ସ୍ବିଜରଲ୍ୟାଣ୍ଡର ରୋଜର ଫେଡେରର ବ୍ରିଟେନର କ୍ୟାମରୁନ ନୋରିଙ୍କୁ ମାତ ଦେଇଛନ୍ତି। ତୃତୀୟ ଗ୍ରାଣ୍ଡସ୍ଲାମ ଓ୍ବିମ୍ବଲଡନ୍‌ ଟେନିସ ଚାମ୍ପିୟନସିପ୍‌ରେ ପୁରୁଷ ସିଙ୍ଗଲ୍ସର ଚତୁର୍ଥ ରାଉଣ୍ଡରେ ୧୮ ଥର ପାଇଁ ପ୍ରବେଶ କରିଛନ୍ତି ଫେଡରର । ସେପଟେ ବ୍ରିଟେନର ଆଣ୍ଡି ମରେଙ୍କ ଯାତ୍ରା ତୃତୀୟ ରାଉଣ୍ଡରେ ସୀମିତ ରହିଯାଇଛି। ୮ ଥର ବିଜେତା ରୋଜର ନୋରିଙ୍କୁ ୬-୪, ୬-୪, ୫-୭, ୬-୪ରେ ହରାଇଛନ୍ତି।

ଏହା ସହ ସେ ନିଜ କ୍ୟାରିୟରରେ ୧୨୫୦ ତମ ବିଜୟ ହାସଲ କରିଛନ୍ତି।  ସେ ୨୨ରୁ ୧୮ ଥର ପାଇଁ ଓ୍ବିମ୍ବଲଡନ୍‌ରେ ଚତୁର୍ଥ ରାଉଣ୍ଡରେ ପହଞ୍ଚିଛନ୍ତି। ତୃତୀୟ ରାଉଣ୍ଡରେ ନୋରିଙ୍କ ସହ ରୋଜରଙ୍କ ଫାଇଟ୍‌ ୨ ଘଣ୍ଟା ୩୫ ମିନିଟ୍ ଚାଲିଥିଲା। ଫେଡରର ଚତୁର୍ଥ ସେଟ୍‌ରେ ବ୍ରେକ୍‌ ହାସଲ କରିବା ସହ ଦଶମ ଗେମ୍‌ରେ ନିଜର ସର୍ଭିସ୍‌ ଜାରି ରଖି  ଜିତ ହାସଲ କରିଥିଲେ।

ବିଜୟ ହାସଲ କରିବା ସହ ଫେଡରର ସ୍ମିତହାସ ଦେଇ କହିଛନ୍ତି, ‘ଏହା ମୁସକିଲ ମୁକାବିଲା ଥିଲା। ଜିତିବା ପରେ ମୁଁ ଆଶ୍ବସ୍ତି ପାଇଛି। ନୋରି ବହୁତ ଭଲ ଖେଳିଛନ୍ତି।’ ଏହା ପରେ ରୋଜରଙ୍କ ମୁକାବିଲା ଇଟାଲିର ଲୋରେଞ୍ଜୋ ସୋନେଗୋଙ୍କ ସହ ହେବ। ଯିଏକି ପ୍ରଥମ ଥର ଏହି ଟୁର୍ଣ୍ଣାମେଣ୍ଟର ଚତୁର୍ଥ ରାଉଣ୍ଡରେ ଖେଳିବେ। ସୋନେଗୋ ତୃତୀୟ ରାଉଣ୍ଡରେ ଅଷ୍ଟେ୍ରଲିଆର ଜେମ୍ସ ଡକଓ୍ବର୍ଥଙ୍କୁ ୬-୩, ୬-୪, ୬-୪ରେ ହରାଇ ପ୍ରଥମ ଥର ଚତୁର୍ଥ ପର୍ଯ୍ୟାୟରେ ପହଞ୍ଚିଛନ୍ତି ।

   Related Posts