Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

କରୋନା ଯୋଗୁ ବାତିଲ ହୋଇପାରେ ‘ୱିମ୍ବଲଡନ -୨୦୨୦’, ବୁଧବାର AELTC ନେବେ ଚୂଡାନ୍ତ ନିଷ୍ପତ୍ତି

30/03/2020 at 4:46 PM

ହମବର୍ଗ:  ଜୁନ ୨୯ରୁ ଆରମ୍ଭ ହେବାକୁ ଥିବା ୱିମ୍ବଲଡନ-୨୦୨୦ ହୁଏତ ବାତିଲ ହୋଇପାରେ। ଏ ନେଇ ଜର୍ମାନ ଟେନିସ ଫେଡେରେସନ ବୁଧବାର ଚୂଡାନ୍ତ ଘୋଷଣା କରିପାରନ୍ତି ବୋଲି ଉପାଧ୍ୟକ୍ଷ ଡିର୍କ ହର୍ଡଫ କହିଛନ୍ତି। ସାରା ବିଶ୍ୱକୁ ଏବେ ନଭେଲ କରୋନା ଭାଇରସ ଆତଙ୍କିତ କରିଛି। ଏଥିରୁ ଏବେ ଜର୍ମାନ ବି ବାଦ ପଡିନି। ଏଣୁ ଭୂତାଣୁ ସଂକ୍ରମଣ ଜନିତ ପରିସ୍ଥିତିରେ ଏଭଳି ଟୁର୍ଣ୍ଣାମେଣ୍ଟର ଆୟୋଜନ ଏବେ ଚିନ୍ତାର କାରଣ ପାଲଟିଛି।

ଭୂତାଣୁ ସଂକ୍ରମଣ ଯୋଗୁ ସାରା ବିଶ୍ୱରେ ଏବେ ଟ୍ରାଭେଲ କଟକଣା ଜାରି ହୋଇଛି। ଏହି ସମୟରେ ଏଭଳି ଆୟୋଜନର ପିରକଳ୍ପନା ମଧ୍ୟ କରାଯାଇ ନ ପାରେ ବୋଲି କହିଛନ୍ତି ହର୍ଡଫ। ତେବେ ଏ ନେଇ ଏଲ ଇଂଲଣ୍ଡ ଲନ ଟେନିସ୍ କ୍ରୁକେଟ୍ କ୍ଲବ( ଏଇଏଲଟିସି) ହିଁ ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି ହର୍ଡଫଙ୍କ ସୂଚନାରୁ ଜଣାପଡିଛି। ଏଣୁ ଆସନ୍ତା ବୁଧବାର ଅପରାହ୍ଣରେ ଏ ନେଇ ଏଇଏଲଟିସିଙ୍କ ବୈଠକ ଅନୁଷ୍ଠିତ ହେବାକୁ ଥିବା ବେଳେ ଜୁନ ୨୯ରୁ ହେବାକୁ ଥିବା ୱିମ୍ବଲଡନ ଟେନିସ୍ ନେଇ ଚୂଡାନ୍ତ ନିଷ୍ପତ୍ତି ଜଣାପଡିବ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ କେବେବି ଅନ୍ତର୍ଜାତୀୟ କ୍ରିଡାର ଏହି କାର୍ଯ୍ୟକ୍ରମ ବାତିଲ ହୋଇ ନାହିଁ। ଯଦି ଭୂତାଣୁ  ସଂକ୍ରମଣ ଭୟରେ ଗ୍ରାଣ୍ଡସ୍ଲାମ ପ୍ରତିଯୋଗୀତା ବାତିଲ ହୁଏ ତେବେ ୱିମ୍ବଲଡନ ଇତିହାସରେ ହେବ ପ୍ରଥମ ଘଟଣା। ଏହା ପୂର୍ବରୁ ଫ୍ରେଞ୍ଚ ଓପନ ଆୟୋଜନ ନିଷ୍ପତିକୁ ମଧ୍ୟ ଟାଳିଦିଆଯାଇଛି। ଏହି ପ୍ରତିଯୋଗୀତା ଆସନ୍ତା ମେ ୧୮ରୁ ଅନୁଷ୍ଠିତ ହେବାର ଥିଲା। କେବଳ ଫ୍ରେଞ୍ଚ ଓପନ ନୁହେଁ ସମସ୍ତ ଏଟିପି ଓ ଡବ୍ଲୁଟିଏ ଇଭେଣ୍ଟକୁ ମଧ୍ୟ ରଦ୍ଦ କରାଯାଇଥିବା ଜଣାପଡିଛି।  

   Related Posts