ୱିମ୍ବିଲଡନରେ ପୁଣି ଚାଲିଲା ଜୋକୋଭିକଙ୍କ ଯାଦୁ : ସଂଘର୍ଷପୂର୍ଣ୍ଣ ଫାଇନାଲରେ ଫେଡରରଙ୍କୁ ମାତ୍ ଦେଇ ଟାଇଟଲ ହାସଲ

Published By : Prameya-News7 Bureau | July 15, 2019 IST

ୱିମ୍ବଲଡନ୍ ପୁରୁଷ ଏକକ ଟ୍ରଫି ବଜାୟ ରଖିଲେ ଶୀର୍ଷ ମାନ୍ୟତାପ୍ରାପ୍ତ ନୋଭାକ ଜୋକୋଭିକ  । ସଂଘର୍ଷପୂର୍ଣ୍ଣ ଫାଇନାଲରେ ସେକଣ୍ଡ ସିଡ୍ ରୋଜର ଫେଡରରଙ୍କୁ ପରାସ୍ତ କରି ଟ୍ରଫି ହାତେଇଛନ୍ତି ଜୋକୋଭିକ୍ । ଗତକାଲି ଉଭୟ ଖେଳାଳିଙ୍କ ମଧ୍ୟରେ ଦେଖା ଯାଇଥିଲା ଘମାଘୋଟ ଟକ୍କର । ଦୁଇ ରଥୀ ପାଖାପାଖି ୫ ଘଣ୍ଟା ଧରି ପ୍ରବଳ ଲଢ଼ିଥିଲେ । ୪ ଥର ବିଜେତା ଜୋକୋଭିକଙ୍କୁ ପ୍ରଥମ ଓ ତୃତୀୟ ସେଟ୍ରେ କଡ଼ା ଟକ୍କର ଦେଇ ହାରିଥିବା ଫେଡେରର୍ ଦ୍ବିତୀୟ ଓ ଚତୁର୍ଥ ସେଟ୍ କୁସହଜରେ ଜିତି ମ୍ୟାଚ୍ କୁ ପଞ୍ଚମ ତଥା ନିର୍ଣ୍ଣାୟକ ସେଟ୍ କୁ ଟାଣି ନେଇଥିଲେ ।

{"id":133704}

ନିର୍ଣ୍ଣାୟକ ସେଟ୍ ରେ ମଧ୍ୟ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା । ହେଲେ ୮ ଥର ୱିମ୍ବଲଡନ୍ ପୁରୁଷ ଏକକ ଟ୍ରଫି ହାସଲ କରିସାରିଥିବା ୩୭ ବର୍ଷ ବୟସ୍କ ଫେଡେରର୍ଙ୍କ ନବମ ଥର ବିଜେତା ହେବାର ଆଶା ଧୂଳିସାତ୍ ହୋଇଯାଇଥିଲା । ଗତଥରର ବିଜେତା ସର୍ବିଆନ୍ ଷ୍ଟାର୍ ଜୋକୋଭିକ୍ ୭-୬, ୧-୬, ୭-୬, ୪-୬ ଓ ୧୩-୧୨ ସୁପର ଟାଇ ବ୍ରେକରରେ ଫେଡେରର୍ଙ୍କୁ ପରାସ୍ତ କରିଦେଇଥିଲେ । ଏଥି ସହିତ ଜୋକୋଭିକ୍ ପଞ୍ଚମ ଥର ପାଇଁ ୱିମ୍ବଲଡନ୍ ଟ୍ରଫି ଜିତିଛନ୍ତି । ସେ ମଧ୍ୟ ଜନ୍ ବର୍ଗଙ୍କ ୫ ଟ୍ରଫିର ସମକକ୍ଷ ହୋଇଥିଲେ। ଜୋକୋଭିକଙ୍କ ଜୀବନର ଏହା ଷୋଡ଼ଶ ଗ୍ରାଣ୍ଡ୍ସ୍ଲାମ୍ ଟ୍ରଫି। ଏହା ପୂର୍ବରୁ ଗତ ୨୦୧୪ ଓ ୨୦୧୫ ୱିମ୍ବଲଡନ ଫାଇନାଲ୍ ରେ ମଧ୍ୟ ଫେଡେରର ଙ୍କୁ ଜୋକୋଭିକ୍ ପରାସ୍ତ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.