Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କୋହଲିଙ୍କଠୁ ଅଣ୍ଡର ୧୯ ୱାର୍ଲଡ କପର ପ୍ରତିଶୋଧ ନେଲେ ୱିଲିୟମସନ୍

ନୁଆଦିଲ୍ଲୀ ୧୦।୭: ଆଇସିସି ବିଶ୍ୱ କପ ୨୦୧୯ରୁ ଟିମ୍ ଇଣ୍ଡିଆକୁ ଷ୍ଟାଡିୟମ ବାହାରକୁ ବାଟ ଦେଖାଇଦେଇଛି ନ୍ୟୁଜିଲାଣ୍ଡ । ଏହି ରୋମାଞ୍ଚକ ମୁକାବିଲାରେ ଟିମ୍ ଇଣ୍ଡିଆ ଟାର୍ଗେଟ ୨୪୦ ରନର ପିଛା କରି ୨୨୧ ରନରେ ଅଲଆଉଟ୍ ହୋଇଯାଇଛି। ଟିମ୍ ଇଣ୍ଡିଆ ଓ ନ୍ୟୁଜିଲାଣ୍ଡ ପ୍ରଥମ ଥର ସେମିଫାଇନାଲରେ ପରସ୍ପରକୁ ଭେଟିଥିଲେ। ତେବେ ଆଜିଠୁ ପ୍ରାୟ ୧୧ ବର୍ଷ ପୂର୍ବେ ଟିମ୍ ଇଣ୍ଡିଆର କ୍ୟାପ୍ଟେନ୍ ବିରାଟ କୋହଲି ଓ ନ୍ୟୁଜିଲାଣ୍ଡ ଟିମର କ୍ୟାପ୍ଟେନ୍ କେନ୍ ୱିଲିୟମସନ୍ ଏକାଠି ବିଶ୍ୱ କପ ସେମିଫାଇନାଲରେ ଖେଳିଥିଲେ।  ଆଜିର ମ୍ୟାଚରେ ୱିଲିୟମସନ୍ ଙ୍କୁ  ଦ୍ୱିତୀୟ ଥର ଭେଟିଥିଲେ ବିରାଟ କୋହଲି।

ୱିଲିୟମସନ୍ କଲେ ହିସାବ ବରାବର
ଉଭୟ ଟିମର ଖେଳାଳୀ ୧୧ ବର୍ଷ ପୂର୍ବରୁ ଅଣ୍ଡର ୧୯ ବିଶ୍ୱ କପ ସେମିଫାଇନାଲରେ ପରସ୍ପର ବିରୋଧରେ ଖେଳିଥିଲେ । ସେହି ସମୟରେ ବିରାଟଙ୍କୁ ହୋଇଥିଲା ୧୯ ବର୍ଷ ଓ ୧୭ ବର୍ଷର ଥିଲେ କେନ୍ ୱିଲିୟମସନ୍ । ଉଭୟଙ୍କ ଟିମ୍ ଏହି ମ୍ୟାଚ୍ ୨୭ ଫେବୃୟାରୀ ୨୦୦୮ରେ ମାଲେସିଆର କ୍ୱାଲାଲାମପୁର ଖେଳିଥିଲା । ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ଜିତିଥିଲା । ହେଲେ ୧୧ ବର୍ଷ ପରେ କେନ୍ ୱିଲିୟମସନ୍ ବିରାଟଙ୍କ ଟିମ୍ କୁ ବିଶ୍ୱକପ୍ ରୁ ବାହାର କରି ଅଣ୍ଡର ନାଇଣ୍ଟିନର ପ୍ରତିଶୋଧ ନେଇଛନ୍ତି।  

ସେହି ମ୍ୟାଚରେ ୱିଲିୟମସନ୍ ଟସ୍ ଜିତି ପ୍ରଥମ ବ୍ୟାଟିଂ କରିଥିଲେ । ନ୍ୟୁଜିଲାଣ୍ଡ ୫୦ ଓଭରରେ ୨୦୫ ରନ୍ କରିଥିଲା । ୱିଲିୟମସନ୍ ୩୭ ରନ୍ କରିଥିଲେ । ଟିମ୍ ଇଣ୍ଡିଆ ସେହି ମ୍ୟାଚକୁ ଜିତିଥିଲା । ବିରାଟ କୋହଲି ୪୩ ରନ୍ କରିଥିଲେ । ଏହା ବ୍ୟତୀତ କୋହଲି ୭ ଓଭର ବୋଲିଂ କରି ୨ଟି ୱିକେଟ୍ ମଧ୍ୟ ନେଇଥିଲେ । ବିରାଟ ମ୍ୟାନ୍ ଅଫ ଦି ମ୍ୟାଚ୍ ହୋଇଥିଲେ ।

କିନ୍ତୁ ଏଥର ୱିଲିୟମସନ୍ ୬୭ ରନ୍ କରିଛନ୍ତି । କିନ୍ତୁ ଆଜିର ମ୍ୟାଚରେ ବିରାଟ ମାତ୍ର ୧ ରନ୍ କରି ଆଉଟ୍ ହୋଇଛନ୍ତି । ୱିଲିୟମସନ୍ କ୍ୟାପ୍ଟେନ୍ ଭାବେ ଖୁବ୍ ଭଲ ପ୍ରଦର୍ଶନ କରିଛନ୍ତି ଏବଂ ବେଶ୍ ପ୍ରଶଂସା ପାଇଛନ୍ତି । ୨ ଦିନ ତଳେ ବିରାଟ କହିଥିଲେ ଯେ ସେ ୱିଲିୟମସନଙ୍କୁ ୧୧ ବର୍ଷ ତଳର କଥା ମନେପକାଇଦେବେ । କିନ୍ତୁ ବାଜି ପଲଟି ଗଲା । ଏଥର ୱିଲିୟମସନ୍ ୧୧ ବର୍ଷ ତଳର ପ୍ରତିଶୋଧ ନେଇଗଲେ ।

232 Views

   ସମ୍ବନ୍ଧିତ ଖବର