Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ୩ ବର୍ଷରେ ପୂରା ହେବ ରାମ ମନ୍ଦିର ନିର୍ମାଣ
  • ||
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||

ଧୋନିଙ୍କ ବିଗ୍‌ ଫ୍ୟାନ୍ କେନ୍‌ ଓ୍ୱିଲିୟମସନ, କହିଲେ- “ମାହି ଜଣେ ଶ୍ରେଷ୍ଠ ଅଧିନାୟକ, ତାଙ୍କ ଠାରୁ ବହୁତ କିଛି ଶିଖିବାର ଅଛି ”

25/12/2020 at 10:00 AM

ନୂଆଦିଲ୍ଲୀ ୨୫।୧୨: ଧୋନି କ୍ରିକେଟ୍‌ରୁ ଅବସର ନେଇସାରିଲେଣି , କିନ୍ତୁ ତାଙ୍କର ପ୍ରଂଶସକ ସଂଖ୍ୟା ଢେର୍‌ ଅଧିକ । ସେମାନଙ୍କ ମଧ୍ୟରେ  ନ୍ୟୁଜିଲାଣ୍ଡର ଅଧିନାୟକ କେନ୍‌ ଓ୍ୱିଲିୟମସନ ଅନ୍ୟତମ । କେନ୍‌ ଓ୍ୱିଲିୟମସନ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କର ଖୁବ୍‌ ପ୍ରଶଂସା କରିଛନ୍ତି । ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଶନିବାର ଠାରୁ ଆରମ୍ଭ ହେବାକୁ ଯାଉଛି । ଟି-୨୦ ସିରିଜରେ  କ୍ୱିଓ୍ୱି ଟିମ୍‌ର ଜୋରଦାର ପ୍ରଦର୍ଶନ କରିଛି । ସିରିଜରେ କ୍ୱିଓ୍ୱି ଟିମ୍‌ ୨-୧ରେ ବିପକ୍ଷରେ ଥିବା ଟିମ୍‌କୁ ପରାଜିତ କରିଛି । ବିଶ୍ୱ ଟେଷ୍ଟ ଚାମ୍ପିଆନ୍‌ସିପ୍‌କୁ ନଜର ରଖି ନ୍ୟୁଜିଲାଣ୍ଡ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି । ଓ୍ୱିଲିୟନସନଙ୍କ ଅଧିନାୟକତ୍ୱରେ କ୍ୱିଓ୍ୱି ଟିମ୍‌ ନିକଟରେ ଓ୍ୱେଷ୍ଟଇଣ୍ଡିଜ୍‌କୁ ୨-୦ରେ ପରାସ୍ତ କରିଛି ।

ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଏକ ସାକ୍ଷାତକାରରେ କେନ୍‌ ଓ୍ୱିଲିୟମସନ କହିଛନ୍ତି ଯେ, ଧୋନି ଯେଉଁପରି ଭାବେ ଟିମ୍‌ର ନେତୃତ୍ୱ ନେଉଥିଲେ,  ମୁଁ ତାଙ୍କର ଫ୍ୟାନ୍‌ । ବିଶ୍ୱରେ କେଉଁ ଅଧିନାୟକଙ୍କ ଅଧିନାୟକଙ୍କ ଅଧିନରେ ଖେଳିବାକୁ ଇଚ୍ଛା ଅଛି ବୋଲି ପ୍ରଶ୍ନର ଉତ୍ତରରେ କହିଥିଲେ କି, ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନରେ ଖେଲିବାକୁ ମୋର ବହୁତ ଇଚ୍ଛା ରହିଛି । ଧୋନିଙ୍କର ମୁଁ ଜଣେ ବଡ଼ ପ୍ରଶଂସକ । ତେଣୁ ତାଙ୍କ ସହିତ ଖେଳିବା ଓ ତାଙ୍କଠାରୁ ଅନେକ ଶିଖିବାକୁ ମିଳିବ ।  ଯେପରି ଭାବେ ସେ ଟିମ୍‌କୁ ନେତୃତ୍ୱ ନିଅନ୍ତି , ତାହା ଅତ୍ୟନ୍ତ ପ୍ରଶଂସାଯୋଗ୍ୟ ।

ସୂଚନାଯୋଗ୍ୟ ଯେ, ବିଶ୍ୱକପ୍‌ ୨୦୧୯ରେ ଭାରତୀୟ ଟିମ୍‌ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପରାସ୍ତ ହୋଇଥିଲା । ଯାହାଫଳରେ କି ଭାରତୀୟ ଟିମ୍‌ ବିଶ୍ୱକପ୍‌ରୁ ବାଦ୍‌ ପଡିଥିଲା । ଧୋନି ସେହି ମ୍ୟାଚ୍‌ରେ ରନ୍‌ଆଉଟ୍‌ ହୋଇଥିଲେ । ଯାହାପରେ ସେ ବିଶ୍ୱ କ୍ରିକେଟ୍‌ ଠାରୁ ଦୂରେଇ ରହିଥିଲେ । ଏହାର ଗୋଟିଏ ବର୍ଷ ମାନେ ୧୫ ଅଗଷ୍ଟ ୨୦୨୦ରେ ଆନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ ।

   Related Posts