ଓ୍ୱିଲିୟମ ସେକ୍ସପିଅରଙ୍କ ମୃତ୍ୟୁ ! ବିଶ୍ୱର ପ୍ରଥମ ପୁରୁଷ ଭାବେ ନେଇଥିଲେ କୋଭିଡ୍ ଟିକା

Published By : Prameya-News7 Bureau | May 26, 2021 IST

ନୂଆଦିଲ୍ଲୀ,୨୬/୦୫  :  ବିଶ୍ୱର ପ୍ରଥମ ପୁରୁଷ ଭାବେ କରୋନା ଭାକସିନ୍ ନେଇଥିବା ଓ୍ୱିଲିୟମ ସେକ୍ସପିଅରଙ୍କ ମୃତ୍ୟୁ ହୋଇଯାଇଛି । ମଙ୍ଗଳବାର ଓ୍ୱିଲିୟମ ୮୧ ବର୍ଷରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବିଭିନ୍ନ ରୋଗରେ ପୀଡିତ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ କହିଛନ୍ତି ।

୮୧ ବର୍ଷୀୟ ସେକ୍ସପିଅର ଡିସେମ୍ବର ୯,୨୦୨୦ରେ କାମ୍ବେଟ୍ରି ହସ୍ପିଟାଲରେ କରୋନା ଟିକା ନେଇଥିଲେ । ସେ କରୋନା ଟିକା ନେଇଥିବା ବିଶ୍ୱର ପ୍ରଥମ ପୁରୁଷ ଥିଲେ । ତାଙ୍କର କିଛି ମିନିଟ ପୂର୍ବରୁ ୯୧ ବର୍ଷୀୟା ମାଗରିଟ୍ କୀନନ୍ ଟିକା ନେଇଥିଲେ ।

ବିବିସିର ରିପୋର୍ଟ ଅନୁସାରେ, ସେକ୍ସପିଅରଙ୍କ ମୃତ୍ୟୁପରେ ତାଙ୍କ ପରିବାର ଲୋକେ ଏପରି ଏକ ଅପିଲ କରିଛନ୍ତି ଯାହା ଉଦାହରଣ ସୃଷ୍ଟି କରିଛି । ସମସ୍ତେ ଟିକା ନେବା ହିଁ ସେକ୍ସପିଅରଙ୍କ ପ୍ରତି ଉଚିତ ଶ୍ରଦ୍ଧାଞ୍ଜଳି ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି । କାରଣ ସେ ଦୀର୍ଘ ୩୦ ବର୍ଷ ଧରି ସମାଜ ସେବା କରୁଥିଲେ ।

ସୂଚନାଯୋଗ୍ୟ, ୨୦୧୯ରେ କରୋନା ଭାଇରସ ଆତଙ୍କ ସୃଷ୍ଚି କରିଥିଲା । ଏହାର ଗୋଟିଏ ବର୍ଷ ପରେ ଅର୍ଥାତ ୨୦୨୦ରେ ଟିକା ବାହାରିଥିଲା । ସର୍ବ ପ୍ରଥମେ ଫାଇଜର-ବାୟୋଏନଟେକ୍ ଭାକସିନ୍ ବଜାରକୁ ଆସିଥିଲା ।

ଟିକା ନେବା ପରେ ସେକ୍ସପିଅର ବିଶ୍ୱବାସୀଙ୍କୁ ଟିକା ନେବା ପାଇଁ ଅନୁରୋଧ କରିଥିଲେ । ସବୁଠାରୁ ସ୍ୱତନ୍ତ୍ର ତାଙ୍କ ନାଁ ମଧ୍ୟ ଥିଲା । ଯାହାକୁ ନେଇ ଚର୍ଚ୍ଚା ମଧ୍ୟ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.