ନୂଆଦିଲ୍ଲୀ ୧୩/୩: କରୋନା ଭାଇରସ୍ ସହ ଏହାକୁ ନେଇ ଗୁଜବ ମଧ୍ୟ ଜୋରସୋରରେ ଚାଲିଛି। ଏଗୁଡ଼ିକ ମଧ୍ୟରୁ ଅଧିକାଂଶ ଭୁଲ୍। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଲଗାତାର ଲୋକଙ୍କ ଭ୍ରମ ଦୂର କରିବା ପାଇଁ ସଚେତନ କରାଉଛି। କରୋନା ଭାଇରସକୁ ନେଇ ଦାବି କରାଯାଉଛି ଯେ ଯେପରି ଧୀରେ ଧୀରେ ଗ୍ରୀଷ୍ମ ବଢ଼ିବ ଏହାର ପ୍ରକୋପ କମ୍ ହୋଇଯିବ। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଏହାକୁ ନେଇ ବଡ଼ ଖୁଲାସା କରିଛି। ଏହା ସହ ସମଗ୍ର ବିଶ୍ବକୁ ଏହା ସହିତ ଲଢ଼ିବାକୁ ପରାମର୍ଶ ଦେଇଛି।
କରୋନା ଭାଇରସ୍ ଯେକୌଣସି ପାଣିପାଗରେ ବ୍ୟାପିପାରିବ। ଏବେ ସୁଦ୍ଧା ଏପରି କୌଣସି ଅଧ୍ୟୟନ କରାଯାଇନାହିଁ ଯାହା ଆଧାରରେ ଏହା ସତ୍ୟ କି ମିଥ୍ୟା ଅନୁମାନ ଲଗାଯାଇପାରିବ।
ଏହି ତଥ୍ୟର କୌଣସି ବୈଜ୍ଞାନିକ ପ୍ରମାଣ ମିଳିନାହିଁ।