ଆଗାମୀ ୧୫ ବର୍ଷ ପର୍ଯ୍ୟନ୍ତ ଋଷର ରାଷ୍ଟ୍ରପତି ପଦରେ ରହିବେ ଭ୍ଲାଦିମିର ପୁଟିନ ? ସମ୍ବିଧାନରେ ହେଲା ବଡ ଧରଣର ପରିବର୍ତ୍ତନ

Published By : Prameya-News7 Bureau | April 05, 2021 IST

ମସ୍କୋ ୦୫।୦୪: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଗାମୀ ୧୫ ବର୍ଷ ପର୍ଯ୍ୟନ୍ତ କ୍ଷମତାରେ ରହିବାର ପଥ ପରିଷ୍କାର ହୋଇଛି। ପୁଟିନ ସୋମବାର ଉକ୍ତ ବିଲ୍ ଉପରେ ଦସ୍ତଖତ କରିଛନ୍ତି, ଯାହା ତାଙ୍କୁ ୨୦୩୬ ପର୍ଯ୍ୟନ୍ତ କ୍ଷମତାରେ ରହିବାର ଅଧିକାର ପ୍ରଦାନ କରିଛି।

ମସ୍କୋ ଟାଇମ୍ସର ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତି ଭାବେ ପୁଟିନଙ୍କ ଏହା କ୍ରମାଗତ ଦ୍ଵିତୀୟ ତଥା ମୋଟ୍ ଚତୁର୍ଥ କାର୍ଯ୍ୟକାଳ। ବର୍ତ୍ତମାନର ସମ୍ବିଧାନ ଅନୁଯାୟୀ ତାଙ୍କୁ ୨୦୨୪ରେ କ୍ଷମତା ଛାଡିବାକୁ ପଡିଥାନ୍ତା। ହେଲେ ଏବେ ସମ୍ବିଧାନର ସଂଶୋଧନ କାରଣରୁ ପୁଟିନ ଆଗାମୀ ୧୫ ବର୍ଷ ଋଷର ରାଷ୍ଟ୍ରପତି ପଦରେ ରହି ପାରିବେ। ପୁଟିନ ଗତ ବର୍ଷ ଦେଶରେ ଏକ ଜନମତ ସଂଗ୍ରହ କରିଥିଲେ। ପ୍ରବଳ ବିରୋଧ ମଧ୍ୟରେ ମତଦାନରେ ପୁଟିନ ବିପୁଳ ମାତ୍ରାରେ ବିଜୟ ହାସଲ କରିଥିବା ଦାବି କରିଥିଲେ। ଏହା ପରେ ଏହି ପ୍ରସ୍ତାବ ଋଷି ସଂସଦ ଜରିଆରେ ପାରିତ୍ ହୋଇଛି।

ମିଡିଆ ରିପୋର୍ଟ ଅନୁଯାୟୀ, ୨୦୨୪ ପରେ ରୁଷ ରାଷ୍ଟ୍ରପତିଙ୍କ ପାଇଁ କାର୍ଯ୍ୟକାଳ ୬-୬ ବର୍ଷ ରହିବ। ଯଦି ପୁଟିନ ଦୁଇ ନିର୍ବାଚନରେ ଯଦି ବିଜୟୀ ହୁଅନ୍ତି ତେବେ ୨୦୩୬ ପର୍ଯ୍ୟନ୍ତ ଦେଶର ରାଷ୍ଟ୍ରପତି ରହି ପାରିବେ। ଏମିତି ହେଲେ ସେ ସର୍ବାଧିକ ସମୟ ଧରି ରୁଷକୁ ଶାସନ କରିଥିବା ଜୋସେଫ ଷ୍ଟାଲିନ ଓ ପିଟରଙ୍କ ରେକର୍ଡ ଭାଙ୍ଗିବେ। ସୋମବାର ଗୃହୀତ ହୋଇଥିବା ବିଲ୍‌ରେ ପୁଟିନ ଆଗାମୀ ୨୦ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ  ଲଢିବା ଏବଂ କ୍ଷମତାରେ ରହିବାର ଅଧିକାର ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.