ଏସିଆ କପ୍‌ ଖେଳିବେ ନାହିଁ ବିରାଟ, ରୋହିତ, ଋଷଭ, ବୁମରା ! ବିସିସିଆଇ ନେଇପାରେ ବଡ ନିଷ୍ପତ୍ତି

Published By : Prameya-News7 Bureau | March 08, 2021 IST

ନୂଆଦିଲ୍ଲୀ ୦୮।୦୩: ଭାରତୀୟ କ୍ରିକେଟ୍ ଦଳ ଇଂଲଣ୍ଡକୁ ପରାସ୍ତ କରି ବିଶ୍ଵ ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଲରେ ପ୍ରବେଶ କରିଛି। ଫାଇନାଲ ମୁକାବିଲା ଜୁନ ୧୮ରେ ଇଂଲଣ୍ଡରେ ଖେଳାଯିବ। କିନ୍ତୁ ଏହି ସମୟରେ ଶ୍ରୀଲଙ୍କାରେ ଏସିଆ କପ୍ ମଧ୍ୟ ଆୟୋଜନ ହେବାର ଅଛି। ଏବେ ପ୍ରଶ୍ନ ଉଠୁଛି ଯେ, ଭାରତୀୟ ଦଳ କେମିତି ଏହି ଦୁଇ ପ୍ରତିଯୋଗିତାରେ ଭାଗ ନେବ। ତେବେ ବିସିସିଆଇ ଏହାର ସମାଧାନର ରାସ୍ତା ବାହାର କରିଛି। ନ୍ୟୁଜ୍ ରିପୋର୍ଟ୍ସ ଅନୁଯାୟୀ ବିସିସିଆଇ ଶ୍ରୀଲଙ୍କାରେ ଆୟୋଜିତ ହେବାକୁ ଥିବା ଏସିଆ କପ୍‌ରେ ନିଜର ବି-ଟିମ୍‌କୁ ପଠାଇବ।

ଟାଇମ୍ସ ଅଫ ଇଣ୍ଡିଆରେ ଛପି ଥିବା ରିପୋର୍ଟ ଅନୁଯାୟୀ, ବିସିସିଆଇ ଏସିଆ କପ୍‌ରେ ନିଜର ଦ୍ଵିତୀୟ ଦଳକୁ ପଠାଇବ। କାରଣ ଆଗାମୀ ସମୟ କ୍ରିକେଟ୍‌ରଙ୍କ ପାଇଁ ବହୁତ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ରହିଛି। ଦଳକୁ ଇଂଲଣ୍ଡ ଗସ୍ତରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳିବାକୁ ପଡିବ। ବିଶ୍ଵ ଟେଷ୍ଟ ଚାମ୍ପିଅନସିପ୍‌ର ପରେ ଏହି ସିରିଜ୍ ଆରମ୍ଭ ହେବ। ଅନ୍ୟପଟେ ଭାରତର ଦ୍ଵିତୀୟ ଦଳ ଶ୍ରୀଲଙ୍କାରେ ଏସିଆ କପ୍‌ରେ ଭାଗ ନେବ।

{"id":419627,"sizeSlug":"large","linkDestination":"none"}

ରିପୋର୍ଟ ଅନୁଯାୟୀ ବିସିସିଆଇ ପାଖରେ ଦ୍ଵିତୀୟ ଦଳକୁ ପଠାଇବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। କାରଣ ବୋର୍ଡ ଇଂଲଣ୍ଡ ସିରିଜ୍‌ର ପ୍ରସ୍ତୁତିରେ କୌଣସି ରିକ୍ସ ନେବାକୁ ଚାହୁଁ ନାହିଁ। ବିସିସିଆଇ ଚାହୁଁନାହିଁ ଯେ କ୍ରିକେଟ୍‌ର ଦୁଇ ଥର କ୍ଵାରେଣ୍ଟାଇନ୍‌ରେ ରୁହନ୍ତୁ।  ଯଦି ଏସିଆ କପ୍ ଆୟୋଜନ ହୁଏ ତେବେ ବିସିସିଆଇ ଦ୍ଵିତୀୟ ଦଳକୁ ପଠାଇବ।

ଦ୍ଵିତୀୟ ଦଳର ଅର୍ଥ ଏସିଆ କପରେ ଭାରତୀୟ ଦଳରେ ବିରାଟ କୋହଲି, ରୋହିତ ଶର୍ମା, ଋଷଭ ପନ୍ତ, ଯଶପ୍ରୀତ ବୁମରା, ମହମ୍ମଦ ସାମିଙ୍କ ପରି ରହିବେ ନାହିଁ। କିନ୍ତୁ ଭାରତୀୟ ଦଳର ବେଞ୍ଚ ଷ୍ଟ୍ରେଙ୍ଗଥ୍‌ ବହୁତ ମଜବୁତ ରହିଛି। ଦଳ ପାଖରେ ଏମିତି ଖେଳାଳି ରହିଛନ୍ତି  ଯେଉଁମାନେ ଏସିଆ କପ୍‌ରେ ଦମଦାର ପ୍ରଦର୍ଶନ କରି ପାରିବେ। ଉଲ୍ଲେଖଯୋଗ୍ୟ ଗତ ଦୁଇ ଏସିଆ କପ୍‌ରେ ଭାରତ ଚମ୍ପିଆନ ହୋଇଛି। ୨୦୧୬ ଓ ୨୦୧୮ରେ ଭାରତୀୟ ଦଳ ଏସିଆ କପ୍ ଜିତିଛି। ଏଥର ଦଳ ପାଖରେ ହ୍ୟାଟ୍ରିକ୍ ହାସଲ କରିବାର ସୁଯୋଗ ରହିଛି। ଭାରତ ସର୍ବାଧିକ ୭ ଥର ଏସିଆ କପ୍ ନିଜ ନାମରେ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.