Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ଟି-୨୦ ପରେ ଦିନିକିଆ ଦଳର ଅଧିନାୟକ ପଦ ହରାଇବେ କୋହଲି ? ଦୌଡରେ ସର୍ବାଗ୍ରେ ରୋହିତ ଶର୍ମା

6/12/2021 at 4:31 PM

ନୂଆଦିଲ୍ଲୀ ୦୬।୧୨: ବିରାଟ କୋହଲି ଯେବେଠୁ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ ଦଳର ଅଧିନାୟକ ପଦ ଛାଡିଛନ୍ତି, ସେବେଠୁ ଏହି ବିତର୍କ ଜୋର ଧରିଛି ଯେ, ଦିନିକିଆ ଦଳର ଅଧିନାୟକ ଦାୟିତ୍ଵ ରୋହିତଙ୍କୁ ଦେଇ ଦେବା ଉଚିତ୍। ବିରାଟ ଟି-୨୦ ଦଳର ଅଧିନାୟକ ପଦ ଛାଡିବା ପରେ ପ୍ରଥମ  ଥର ଭାରତ ଦକ୍ଷିଣ ଆଫ୍ରିକା ଗସ୍ତରେ ଦିନିକିଆ ସିରିଜ୍ ଖେଳିବ। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ଏବଂ ଟେଷ୍ଟ ସିରିଜ୍ ସଂପନ୍ନ ହୋଇଛି। ଟି-୨୦ ଦଳର ଅଧିନାୟକତ୍ଵ ନେଇ ସଂଶୟ ଦୂର ହୋଇ ସାରିଛି।

ନ୍ୟୁଜିଲାଣ୍ଡ  ବିପକ୍ଷରେ ଦମଦାର ବିଜୟ ସହିତ ଭାରତର ଟେଷ୍ଟ ସିରିଜ୍ ସଂପନ୍ନ ହୋଇଛି। ଏବେ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା ହେବାକୁ ଯାଉଛି।  କୋଭିଡ୍-୧୯ର ନୂତନ ଭାରିଏଣ୍ଟ ଓମିକ୍ରନ କାରଣରୁ କାନପୁରରେ ହେବାକୁ ଥିବା ଚୟନ କମିଟି ଘୁଞ୍ଚାଇ ଦିଆଯାଇଥିଲା। ଆଶା କରାଯାଉଛି ବହୁତ ଶୀଘ୍ର ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା ହେବ। କାରଣ ଡିସେମ୍ବର ୨୬ରୁ ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ଆରମ୍ଭ ହେଉଛି। ଗସ୍ତ ପୂର୍ବରୁ ଦଳକୁ ୫ ଦିନ କ୍ଵାରେଣ୍ଟାଇନରେ ରହିବାକୁ ପଡିବ।

ଭାରତୀୟ ଦଳ ଡିସେମ୍ବର ୮ରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବାର ଥିଲା। ମାତ୍ର ମହାମାରୀକୁ ଦୃଷ୍ଟିରେ ରଖି ଗସ୍ତକୁ ନଅ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି। ତେବେ ସବୁଠୁ ବଡ ପ୍ରଶ୍ନ ଭାରତୀୟ ଦଳର ଦିନିକିଆ ଅଧିନାୟକ ଦାୟିତ୍ଵ କାହାକୁ ଦିଆଯିବ। କାରଣ ବିରାଟ କୋହଲିଙ୍କ ଦିନିକିଆ ଅଧିନାୟକ ପଦରେ ରହିବା ଏବେ ମୁସ୍କିଲ ହୋଇ ପଡିଛି। ଚଳିତ ବର୍ଷ ବହୁତ କମ ଦିନିକିଆ ମ୍ୟାଚ୍ ଖେଳାଯିବ, ଏଥିପାଇଁ ଏହି ଫର୍ମାଟର ମହତ୍ଵ ସଂପ୍ରତି କମି ଯାଇଛି। ତେଣୁ ଏହି ବିଷୟରେ ନିଷ୍ପତ୍ତି ନିଆଯିବାରେ ବିଳମ୍ବ ଘଟିପାରେ।

ବିଶେଷଜ୍ଞଙ୍କ ମତ ଯଦି ସୀମିତ ଓଭର ଫର୍ମାଟରେ ଦୁଇ ଜଣ ଅଧିନାୟକ ରଖିବେ ତେବେ ଦଳରେ ଉତ୍ତମ ସମନ୍ଵୟ ରହିବ ନାହିଁ। ଅଧିନାୟକତ୍ଵ ନେଇ ମତଭେଦ ରହିପାରେ। ତେଣୁ ଟି-୨୦ ଏବଂ ଦିନିକିଆ ଦଳ ପାଇଁ ଗୋଟିଏ ଅଧିନାୟକ ରହିବା ଉଚିତ୍। ଏମିତିରେ ରୋହିତ ଶର୍ମାଙ୍କୁ ଏବେଠୁ ଦିନିକିଆ ଦଳର ଅଧିନାୟକ କରାଗଲେ ୨୦୨୩ ଦିନିକିଆ ବିଶ୍ଵକପ୍ ପ୍ରସ୍ତୁତି ପାଇଁ ତାଙ୍କୁ ସମୟ ମିଳିପାରିବ।

ଚୟନ କମିଟିର ଅଧ୍ୟକ୍ଷ ଚେତନ ଶର୍ମା, ଅଭୟ କୁରୁବିଲା ଓ ସୁନିଲ ଯୋଶୀ ବର୍ତ୍ତମାନ ମୁମ୍ବାଇରେ ଅଛନ୍ତି। ଚୟନ କମିଟି ବୋର୍ଡର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏବଂ ସଂପାଦକ ଜୟ ଶାହାଙ୍କ ସହିତ ବୈଠକରେ କିଛି ନିର୍ଣ୍ଣୟ ନେଇ ପାରନ୍ତି, ଯାହାର  ଭାରତୀୟ କ୍ରିକେଟ୍‌ରେ ଦୂରଗାମୀ ପ୍ରଭାବ ହୋଇପାରେ।

   Related Posts