Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ପରାଜୟକୁ ନମ୍ରତାର ସହ ମାନିବେ କି ଟ୍ରମ୍ପ, ନା ହ୍ୱାଇଟ୍ ହାଉସରୁ ତଡ଼ାଖାଇବେ ?

9/11/2020 at 7:34 PM

ୱାସିଂଟନ ୯।୧୧: ରିପବ୍ଲିକାନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ବାଚନରେ ପରାସ୍ତ ହୋଇଛନ୍ତି। ତେବେ ଏପର୍ଯ୍ୟନ୍ତ ସେ ତାଙ୍କର ହାର ସ୍ୱୀକାର କରୁନାହାନ୍ତି। ନାନା ଅବାନ୍ତର ବାହାନା କରି ବାସ୍ତବତାକୁ ଟାଳିବାକୁ ଉଦ୍ୟମ କରୁଛନ୍ତି। ତେବେ ଏପରି ମନବୃତ୍ତି ରହିଲେ ହୁଏତ ତାଙ୍କୁ ହ୍ୱାଇଟ୍‌ ହାଉସ୍‌ ଭଳି ମର୍ଯ୍ୟଦାପୂର୍ଣ୍ଣ ସ୍ଥାନରୁ ବାହାର କରିବା ଲାଗି ବିକଳ୍ପ ବ୍ୟବସ୍ଥା ବି କରାଯାଇପାରେ। ଏଣୁ ଏଥିରେ ଯେଉଁ ମର୍ଯ୍ୟଦାହାନୀ ହେବ ତାକୁ ନଜରରେ ରଖି ନିକଟ ସମ୍ପର୍କୀୟମାନେ ତାଙ୍କୁ ଏବେ ବାସ୍ତବତା ସ୍ୱୀକାର କରିନେବାକୁ ପରାମର୍ଶ ଦେଉଥିବା ଜଣାପଡିଛି।

ହେଲେ ବି ଟ୍ରମ୍ପ ହାର ମାନିବାର ଲୋକ ନୁହନ୍ତି। ସେ ରାଷ୍ଟ୍ରପତି ପଦକୁ ବି ତାଙ୍କ ବ୍ୟବସାୟୀକ ସାମ୍ରାଜ୍ୟ ଭାବୁଛନ୍ତି। ଏଣୁ ନିର୍ବାଚନ ନିଷ୍ପକ୍ଷ ନଥିବା, ଅବୈଧ ଭୋଟକୁ ଗଣନା କରାଯାଇଥିବା ଭଳି ନିରାଧାର ଅଭିଯୋଗମାନ କରୁଛନ୍ତି। ତେବେ ଟ୍ରମ୍ପଙ୍କୁ ଯେଉଁମାନେ ନିକଟରୁ ଜାଣିଛନ୍ତି ସେ କେବେ ହେଲେ ହାର ମାନିବେ ନାହିଁ ଓ ତାଙ୍କ ବିରୋଧରେ ସରକାରୀ ପ୍ରକ୍ରିୟା ହେଲେ ଭାରିମନରେ ହ୍ୱାଇଟ୍‌ ହାଉସ୍‌ ଖାଲି କରିଦେଇ ପାରନ୍ତି ବୋଲି କହୁଛନ୍ତି।

ଯଦି ଏପରି କିଛି ହୁଏ ଆମେରିକା ରାଷ୍ଟ୍ରପତିଙ୍କ ଇତିହାସରେ ଏହା ହେବ ପ୍ରଥମ ଘଟଣା। ଏଣୁ ଟ୍ରମ୍ପଙ୍କ ବରିଷ୍ଠ ପରାମର୍ଶଦାତା ତଥା ତାଙ୍କ ଜ୍ୱାଇଁ ଜାରେଦ କୁଶ୍ନେରଙ୍କ ସମେତ ତାଙ୍କ ସହଯୋଗୀମାନେ ନିର୍ବାଚନର ଫଳାଫଳକୁ ନମ୍ରତାର ସହ ସ୍ୱୀକାର କରିନେବାକୁ ଅପିଲ କରିଛନ୍ତି। ଏଥିରେ ଟ୍ରମ୍ପଙ୍କ ପରମ ବନ୍ଧୁ ତଥା ପରାମର୍ଶଦାତା ରୋଜର ଷ୍ଟୋନଙ୍କୁ ଏ ନେଇ ପଚରାଯିବାରେ ଟ୍ରମ୍ପ ତାଙ୍କ ପରାଜୟ ସ୍ୱୀକାର କରିବେ କି ନା ସେନେଇ ସେ ମଧ୍ୟ ସଂଶୟରେ ବୋଲି କହିଛନ୍ତି।

ତେବେ ଷ୍ଟୋନ ଯାହା କହିଛନ୍ତି ତାହା କିନ୍ତୁ ଗୁରୁତ୍ୱପୂର୍ଣ୍ଣ। ସେ କହିଛନ୍ତି ଯେ ଯଦି ଜୋର ଜବରଦସ୍ତ ଟ୍ରମ୍ପଙ୍କୁ ହ୍ୱାଇଟ୍‌ ହାଉସ୍‌ରୁ ବାହାର କରାଯାଏ ତେବେ ବିଡେନଙ୍କ ଉପରେ ଏହାର ଖରାପ ପ୍ରଭାବ ପଡିବ। ରାଷ୍ଟ୍ରପତି ଭାବେ ବିଡେନଙ୍କ ଉପରେ ସର୍ବଦା ଆଶଙ୍କାର ବାଦଲ ଛାଇ ହୋଇ ରହିବ ଓ ଅଧାରୁ ଅଧିକ ଆମେରିକୀୟ ହୁଏତ ବିଡେନଙ୍କ ନିର୍ବାଚନକୁ ଅବୈଧ ଭାବିବେ। ଏଥିରେ ଦେଶର ନିର୍ବାଚନ ପର ପରିସ୍ଥିତିକୁ ସ୍ୱଭାବିକ କରିବାର ଦାୟିତ୍ୱ ମଧ୍ୟ ଟ୍ରମ୍ପଙ୍କ ଉପରେ ନିର୍ଭର କରୁଛି। ସେ ଯଦି  କର୍ତ୍ତବ୍ୟରେ ସାମାନ୍ୟ ତ୍ରୁଟି କରନ୍ତି ଏହାର ପରିଣାମ କେବଳ ବିଡେନ ନୁହନ୍ତି ସମଗ୍ର ଆମେରିକାକୁ ଭୋଗିବାକୁ ପଡିପାରେ ବୋଲି ରାଜନୈତିକ ସମୀକ୍ଷକଙ୍କ ଆଶଙ୍କା ବ୍ୟକ୍ତ କରୁଛନ୍ତି।  

   Related Posts