Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଏବେ ଇନଷ୍ଟାଗ୍ରାମ ୟୁଜର୍ସଙ୍କୁ କହିବ- ‘ବହୁତ ହୋ ଗୟା ବାବୁ! ଅବ୍ ଥୋଡା ବ୍ରେକ୍ ଲେ ଲୋ’

12/11/2021 at 1:31 PM

ନୂଆଦିଲ୍ଲୀ ୧୨/୧୧: ଇନଷ୍ଟାଗ୍ରାମ ଚାହୁଁନାହିଁ ଯେ ଆପଣ ଅଧିକ ସମୟ ଅନଲାଇନରେ ରୁହନ୍ତୁ । କମ୍ପାନୀ ତାହାର ୟୁଜର୍ସଙ୍କ ଉନ୍ନତ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଟେକ୍ ଏ ବ୍ରେକ୍ ନାମକ ଏକ ନୂଆ ଫିଚର୍ ଟେଷ୍ଟିଂ କରୁଛି। କମ୍ପାନୀର ମୁଖ୍ୟ ଏଡମ ମୋସେରୀଙ୍କ ଅନୁଯାୟୀ, ଦୀର୍ଘ ସମୟରୁ ଏହି ଫିଚର୍ ର ଡିମାଣ୍ଡ କରାଯାଉଥିଲା। ଟେକ୍ ଏ ବ୍ରେକ୍ ଫିଚର୍ ୟୁଜର୍ସଙ୍କୁ ମନେ ପକାଇବ ଯେ ସେମାନେ ପ୍ଲାଟଫର୍ମରେ ବହୁତ ସମୟ ଅତିବାହିତ କରିଛନ୍ତି।

ଟ୍ୱିଟରରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ ମୋସେରୀ କହିଛନ୍ତି, ଏହି ଫିଚର୍ ଆପଣଙ୍କୁ ଆପରେ ଏକ ନିର୍ଦ୍ଦିଷ୍ଟ ସମୟ ବିତାଇବା ପରେ ଇନଷ୍ଟାଗ୍ରାମରୁ ୧୦, ୨୦ କିମ୍ବା ୩୦ ମିନିଟର ବିରତି ନେବାକୁ କହିବ। ସେ କହିଛନ୍ତି ଯେ ଟେକ୍ ଏ ବ୍ରେକ୍ ର ଡିସେମ୍ବରରେ ଅଧିକ ବ୍ୟାପକ ଭାବରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି।

ସମ୍ପ୍ରତି ଆମେରିକୀୟ ହ୍ୱିସଲବ୍ଲୁର୍ ଫ୍ରାନ୍ସିସ୍ ହାଉନ୍ ପ୍ରକାଶ କରିଛନ୍ତି ଯେ ଲୋକପ୍ରିୟ ସୋସିଆଲ୍ ମିଡିଆ ଆପ୍ ଟିନ୍ ଏଜର୍ସଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ। ତେଣୁ ଏହାକୁ ଦୃଷ୍ଟିରେ ରଖି ଇନଷ୍ଟାଗ୍ରାମ ଏହି ନୂଆ ଫିଚର୍ ଆଣିଛି।

ଏହି ସମୟରେ, ଫେସବୁକର ଗ୍ଲୋବାଲ ବ୍ୟାପାରର ଉପସଭାପତି ନିକ କ୍ଲେଗ କହିଛନ୍ତି ଯେ ଫଟୋ ସେୟାରିଂ ପ୍ଲାଟଫର୍ମ ଖରାପ କଣ୍ଟେଟ୍ ହଟାଇବା ପାଇଁ ନୂଆ ଫିଚର୍ ଉପସ୍ଥାପନ କରିବ। କ୍ଲେଗ କହିଛନ୍ତି ଯେ ଆମେ ଏପରି କିଛି ଉପସ୍ଥାପନ କରିବାକୁ ଯାଉଛୁ ଯାହା ମୁଁ ଭାବୁଛି ଏକ ବଡ ପରିବର୍ତ୍ତନ ଆଣିବ।

   Related Posts