ଟାଟା ଗ୍ରୁପର ହୋଇଯିବ ଏୟାର ଇଣ୍ଡିଆ ! ବିଡ୍‌ରେ ସାମିଲ ହେବ କମ୍ପାନୀ, ବଦଳିବ କର୍ମଚାରୀଙ୍କ ଭାଗ୍ୟ

Published By : Prameya-News7 Bureau | April 05, 2021 IST

ନୂଆଦିଲ୍ଲୀ ୦୫।୦୪: ସରକାରୀ ବିମାନ କମ୍ପାନୀ ଏୟାର ଇଣ୍ଡିଆକୁ କିଣିବା ପାଇଁ ଦୌଡରେ ସବୁଠୁ ଆଗରେ ରହିଛି ଟାଟା ସନ୍ସ ଲିମିଟେଡ୍। ସରକାର ଏବଂ ଟାଟା ମଧ୍ୟରେ ଶୀଘ୍ର ଚୁକ୍ତିନାମା ପୂରା ହେବାକୁ ଯାଉଛି। ସୂତ୍ର ଅନୁଯାୟୀ, ଟାଟା ଚଳିତ ମାସର ଶେଷ ସୁଦ୍ଧା ଏୟାର ଇଣ୍ଡିଆକୁ କିଣିବା ପାଇଁ ନିଲାମ କାଗଜପତ୍ର ପ୍ରଦାନ କରିବ। ସୂଚନାଯୋଗ୍ୟ, ସରକାର ଋଣରେ ବୁଡି ରହିଥିବା ଏୟାର ଇଣ୍ଡିଆକୁ ବିକିବାକୁ ଚାହୁଁଛନ୍ତି। ୨୦୦୭ରେ ରାଜ୍ୟ ସଞ୍ଚାଳିତ ଇଣ୍ଡିଆନ ଏୟାରଲାଇନ୍ସ ସହ ବିଲୟ ପରେ ଏୟାରଲାଇନ୍‌ର ବାର୍ଷିକ ଲାଭ ଅହେତୁକ ହ୍ରାସ ଘଟିଛି।

ଆଗାମୀ ବର୍ଷରେ ବଡ ସଂଖ୍ୟାରେ ଏୟାର ଇଣ୍ଡିଆର କର୍ମଚାରୀ ଅବସର ନେବାକୁ ଯାଉଛନ୍ତି। ଏମିତିରେ କମ୍ପାନୀର ମାଲିକାନା କର୍ମଚାରୀଙ୍କ ପାଇଁ ଏକ ସମ୍ବେଦନଶୀଳ ପ୍ରସଙ୍ଗ। ସେମାନେ ଚାହୁଁଛନ୍ତି ମାଲିକାନା କାହା ହାତକୁ ଯାଉନା କାହିଁକି ମାତ୍ର ସରକାର ପେସନସନ ସମ୍ବନ୍ଧିତ ମାମଲା ନିଜେ ପରିଚାଳନା କରନ୍ତୁ।

ସୂଚନାଯୋଗ୍ୟ, ଏୟାର ଇଣ୍ଡିଆକୁ ଟାଟା ଗ୍ରୁପ ହିଁ ୧୯୩୨ ମସିହାରେ ଆରମ୍ଭ କରିଥିଲା। ପରେ ୧୯୫୩ରେ ସରକାରଙ୍କୁ ବିକ୍ରି କରାଯାଇଥିଲା। ଏବେ ପୁଣି ଥରେ ଟାଟା ଗ୍ରୁପ ଏୟାର ଇଣ୍ଡିଆକୁ କିଣିବାକୁ ଚାହୁଁଛି। ସରକାର ଆଶା ରଖିଛନ୍ତି ଯେ, ଏୟାର ଇଣ୍ଡିଆର ବିନିବେଶ ଆଗାମୀ ଆର୍ଥିକ ବର୍ଷର ଦ୍ଵିତୀୟ ତ୍ରୈମାସରେ ପୂରା ହୋଇଯିବ।

ସଂପ୍ରତି ଏୟାର ଇଣ୍ଡିଆ ୯୦ ହଜାର କୋଟି ଟଙ୍କାର ଋଣ ବୋଝଭାର ତଳେ ରହିଛି। ଚଳିତ ଆର୍ଥିକ ବର୍ଷରେ ଏୟାର ଇଣ୍ଡିଆର ଆନୁମାନିକ ୧୦ ହଜାର କୋଟି ଟଙ୍କା କ୍ଷତି ହୋଇଛି। ଟାଟା ଗ୍ରୁପ ଏୟାର ଇଣ୍ଡିଆ ପାଇଁ ନିଜର ବିଡ୍‌ ଏସିଆ ଇଣ୍ଡିଆ ଜରିଆରେ ଲଗାଇବାକୁ ଯାଉଛି। ଏୟାର ଏସିଆ ଇଣ୍ଡିଆରେ ଟାଟା ଗ୍ରୁପ ନିକଟରେ କଟ୍ରୋଲିଂ ଷ୍ଟେକ୍ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.