Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ସୋସିଆଲ ମିଡିଆରେ ଭାଇରାଲ ହେଉଛନ୍ତି ହଲିଉଡ ଅଭିନେତା, ଚଢ଼ିଗଲେ ବୁର୍ଜ ଖଲିଫା ଟାୱାରରେ

10/11/2021 at 9:36 PM

ଦୁବାଇ :  ବୁର୍ଜ ଖଲିଫାର ଗଣନା ବିଶ୍ୱର ସୁ ଉଚ୍ଚ ଅଟ୍ଟାଳିକାଙ୍କ ମଧ୍ୟରେ ଗଣନା କରାଯାଏ। ବିଲ୍ଡିଂର ଛାତକୁ ଉଠିବା ଏତେ ସହଜ ନୁହେଁ। ଏହାର ଉଚ୍ଚତା ହିଁ ଲୋକଙ୍କ ହାଲିଆ ଟାଇଟ୍‌ କରିଦିଏ। ତେବେ ଜଣେ ଅଭିନେତା ବୁର୍ଜ ଖଲିଫା ଉପରେ ଛିଡା ହୋଇ ଏବେ ଚର୍ଚ୍ଚା ସାଉଁଟୁଛନ୍ତି। ତାଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଲୋକେ ବେଶ୍ ମଜା ନେଉଛନ୍ତି। ବିଶ୍ୱର ଉଚ୍ଚତମ ଭବନ ଶିଖରରେ ଅଭିନେତାଙ୍କ ଅନ୍ଦାଜକୁ ବି ଲୋକେ ବେଶ୍ ପସନ୍ଦ କରୁଥିବା ଦେଖା ଯାଇଛି।

ସୂଚନା ଅନୁସାରେ ୫୩ ବର୍ଷ ହଲିଉଡ ଅଭିନେତା ୱିଲ ସ୍ମିଥ ଏହି କାରନାମା କରିଛନ୍ତି। କୁହାଯାଉଛି ଏକ ସିରିଜ ଲାଗି ବୁର୍ଜ ଖଲିଫା ଟାୱାର ଉପରକୁ ପହଞ୍ଚିଥିଲେ। ଫଟୋରେ ଦେଖିପାରୁଥିବେ ସ୍ମିଥ ଟାୱାର ଉପରେ ତାଙ୍କ ବାହୁ ପ୍ରସାରିତ କରି ଛିଡା ହୋଇଛନ୍ତି। ତେବେ ସେ ଏକଲା ସେଠାରେ ପହଞ୍ଚିନଥିଲେ। ଏକ୍ସପର୍ଟ ଓ ପୁର୍ଣ୍ଣ ସୁରକ୍ଷାରେ ସେ ଟାୱାର ଉପରେ ପୋଜ ଦେଇଥିଲେ। ତେବେ ଏହା ଏକ ବିଜ୍ଞାପନ ଚିତ୍ର ଲାଗି ସେ ସୁଟ୍ କରିଥିବା ଜଣାପଡିଛି। ଏହି ସିନ୍‌ କ୍ରିଏଟ ଲାଗି ପାଖାପାଖି ୫ ଘଣ୍ଟା ସମୟ ଲାଗିଥିଲା। ଏଥିରେ କେବଳ ବିଲ୍ଡିଂ ଉପରକୁ ପହଞ୍ଚିବାକୁ ତାଙ୍କୁ ଘଣ୍ଟାଏ ୧୫ ମିନିଟ୍‌ ସମୟ ଲାଗିଥିଲା।

ଉଲ୍ଲେଖ ଯୋଗ୍ୟ ଯେ ଏହା ପୂର୍ବରୁ ଏମିରଟ ଏୟାରଲାଇନ୍ସର ବିଜ୍ଞାପନ ଚିତ୍ର ଲାଗି ଜଣେ ମହିଳାଙ୍କୁ ବୁର୍ଜ ଖଲିଫା ଟପ୍‌ରେ ଛିଡା କରାଯାଇଥିଲା। ସେତେବେଳେ ସାରା ବିଶ୍ୱରେ ମହିଳାଙ୍କ ଚର୍ଚ୍ଚା ହୋଇଥିଲା। ଏବେ ୱିଲ ସ୍ମିଥ୍‌ଙ୍କର ମଧ୍ୟ ସେହିପରି ଚର୍ଚା ହେଉଛି। ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ଏବେ ସ୍ମିଥ ଛାଇ ଯାଇଛନ୍ତି।

   Related Posts